Loading...

ଘରେ ତିଆରି କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ ‘ପନିର ଚଟପଟି’

ଘରେ ତିଆରି କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ ‘ପନିର ଚଟପଟି’

ପ୍ରଥମେ ପନିରକୁ ଛୋଟ ଛୋଟ ପିସ୍‌ କରି କାଟି ଦିଅନ୍ତୁ। ତେଲ ଗରମ କରି ଏଗୁଡ଼ିକୁ ଲାଲ୍‌ ହେବା ଯାଏ ଭାଜି ଏକ ପାତ୍ରରେ କାଢ଼ି ରଖନ୍ତୁ।

ଆବଶ୍ୟକ ସାମଗ୍ରୀ

ପନିର, କଟା ପିଆଜ, କଟା ରସୁଣ, କଟା ଅଦା, କଟା କଞ୍ଚାଲଙ୍କା, ପିଆଜ-ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଟମାଟୋ ସସ୍‌, ଚିଲି ସସ୍‌, ଖାଇବା କଲର୍‌, ଗରମ ମସଲା ଗୁଣ୍ଡ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପନିରକୁ ଛୋଟ ଛୋଟ ପିସ୍‌ କରି କାଟି ଦିଅନ୍ତୁ। ତେଲ ଗରମ କରି ଏଗୁଡ଼ିକୁ ଲାଲ୍‌ ହେବା ଯାଏ ଭାଜି ଏକ ପାତ୍ରରେ କାଢ଼ି ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ, କଟା ରସୁଣ, କଟା ଅଦା, କଟା କଞ୍ଚାଲଙ୍କା ପକାଇ ହାଲକା ଭାଜନ୍ତୁ। ଏଥିରେ ପିଆଜ-ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଅଳ୍ପ ଟମାଟୋ ସସ୍‌ ଓ ଅଳ୍ପ ଚିଲି ସସ୍‌ ପକାଇ ଭଲ ଭାବେ କଷି ଦିଅନ୍ତୁ। ଖାଇବା କଲର୍‌ ପକାନ୍ତୁ। ମସଲା କଷି ହୋଇଗଲେ ଗରମ ମସଲା ଗୁଣ୍ଡ ପକାଇ ଭଜା ପନିରକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ମସଲା ଟିକେ ଶୁଖିଲା ହୋଇଗଲେ ଚୁଲି ବନ୍ଦ କରି ଏହାକୁ ଏକ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ।

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ପନିର ଚଟପଟି’l

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.