Recipes & Food

ଆସନ୍ତୁ ତିଆରି କରିବା “ପନିର କର୍ନ କବାବ”

ଆବଶ୍ୟକ ସାମଗ୍ରୀ

ଗୋଟେ କପ କୋରା ହୋଇଥିବା ପନିର, ଅଧାକପ କର୍ନଫ୍ଲୋର, ୧ଟା କଟା ପିଆଜ, ୨ରୁ ୩ ଚାମଚ ବେସନ, ଗୋଟେ ବଡ ଚାମଚ ଚୂଡା, ୧ଟି ବଡ ଚାମଚ ଅଦା-ରସୁଣ ପେଷ୍ଟ, ୨ଟି କଟା କଞ୍ଚା ଲଙ୍କା, ଗୋଟେ ଚାମଚ ଜୀରା ଗୁଣ୍ଡା, ୧ଟି ଛୋଟ ଚାମଚ ଚାଟ ମସାଲା, ଲୁଣ ସ୍ଵାଦ ଅନୁଯାଇ ଓ ଆବଶ୍ୟକ ଅନୁସାରେ ତେଲ।

ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ

ପନିର କବାବ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ  ପାତ୍ରରେ ପନିର, କର୍ନଫ୍ଲୋର ଓ ପିଆଜ  ମିଶାଇ ଭଲ କରି ଗୋଳେଇ ଦିଅନ୍ତୁ। ଏବେ ଏଥିରେ ବେସନ, ଅଦା-ରସୁଣ ପେଷ୍ଟ, କଞ୍ଚାଲଙ୍କା, ଜୀରା ପାଉଡର, ଚାଟ ମସାଲା, ଲୁଣ ଗୋଳାଇ ୫ ମିନିଟ ପାଇଁ ରଖିଦିଅନ୍ତୁ। ଏହାପରେ ଏଥିରେ ଚୂଡା ମିଶାଇ ଭଲ କରି ଗୋଳାଇ ଦିଅନ୍ତୁ। ଏବେ ଏହି ମିଶ୍ରଣରୁ ଅଳ୍ପ ହାତରେ ନେଇ କବାବ ପରି ଗଢନ୍ତୁ। ସବୁ ମିଶ୍ରଣକୁ କବାବ ପରି ଗଢି ସାରିବା ପରେ ଗ୍ୟାସରେ କଡ଼ାଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କମ ଆଞ୍ଚରେ କବାବକୁ ସାମାନ୍ୟ ବାଦାମି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ସବୁ କବାବ ହୋଇଗଲେ ଏବେ ଏକ ପ୍ଳେଟରେ ବାହାର କରି ଦିଅନ୍ତୁ। ଏବେ ଗରମ ଗରମ ପନିର କବାବକୁ ଟମାଟ ସସ ସହ ଖାଇବାକୁ ଦିଅନ୍ତୁ।

ପଢନ୍ତୁ: ଆସନ୍ତୁ ତିଆରି କରିବା ସ୍ଵାଦିଷ୍ଟ ‘ହଂକଂ ଫିଶ୍’

Related posts

ଘରେ ପ୍ରସ୍ତୁତ କରି ଖାଆନ୍ତୁ ‘ଚକୋଲେଟ୍‌ ଆଇସକ୍ରିମ୍‌’

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ପଣସ କଠା ଚିଙ୍ଗୁଡ଼ି !

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ଗାଜର ହାଲୱା !

ENO Beuro

Leave a Comment