Loading...

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ପାଓ ଭାଜି’

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ପାଓ ଭାଜି’

ଆଳୁ ଓ ମଟରକୁ ସିଝାନ୍ତୁ । ଆଳୁକୁ ଚୋପା ଛଡାଇ ଚକଟି ଅଲଗା ରଖନ୍ତୁ । ପ୍ୟାନରେ ୧୦୦ ଗ୍ରାମ୍ ବଟର ପକାଇ କଞ୍ଚାଲଙ୍କା, ରସୁଣବଟା ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।

ଆବଶ୍ୟକୀୟ ସାମଗ୍ରୀ

ସିଝା ଆଳୁ – ୫୦୦ ଗ୍ରା., ସିଝା ଗ୍ରୀନ୍ ମଟର -୧ କପ୍, ବଟର-୧୫୦ ଗ୍ରା., କଞ୍ଚାଲଙ୍କା-୨ ଟି (କଟା), ଅଦା ବଟା -୨ ଚାମଚ, କଟା ଟମାଟୋ -୧ କପ୍, ଲଙ୍କାଗୁଣ୍ଡ -୧ ଚାମଚ, ପାଓ ଭାଜି ମସଲା-୧ ଚାମଚ, ଧନିଆପତ୍ର-୨ ଚାମଚ କଟା, ଲେମ୍ବୁ ରସ – ୧ ଚାମଚ, ପିଆଜକଟା – ୧ ଚାମଚ, ପାଓ ବ୍ରେଡ -୪ ପିସ୍ (ବଜାରରେ ମିଳେ), ଲୁଣ – ସ୍ଵାଦଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ

ଆଳୁ ଓ ମଟରକୁ ସିଝାନ୍ତୁ । ଆଳୁକୁ ଚୋପା ଛଡାଇ ଚକଟି ଅଲଗା ରଖନ୍ତୁ । ପ୍ୟାନରେ ୧୦୦ ଗ୍ରାମ୍ ବଟର ପକାଇ କଞ୍ଚାଲଙ୍କା, ରସୁଣବଟା ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । କଟା ଟମାଟୋ, ଲଙ୍କାଗୁଣ୍ଡ ଓ ପାଓଭାଜି ମସଲା ପକାଇ ଭାଜନ୍ତୁ । ୨ମିନିଟ ପରେ ଚକଟା ଆଳୁ, ସିଝା ମଟର, ଅଧାକପ୍ ପାଣି, ୨ ଚାମଚ ବଟର ଦେଇ ଭଲ ଭାବରେ ଘାଣ୍ଟନ୍ତୁ । କଟା ଧଣିଆପତ୍ର ଲେମ୍ବୁରସ ଓ କଟପିଆଜ ପକାଇ ସର୍ଭ କରନ୍ତୁ ପାଓ ସହିତ।  ପାଓ ପାଇଁ –   ପାଓ ବ୍ରେଡକୁ ମଝିରୁ ଗୋଲାକାରରେ କାଟି ଦୁଇ ପଟରେ ବଟର ଲଗାଇ ସେକି ଖାଇବାକୁ ଦିଅନ୍ତୁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.