27.1 C
Bhubaneswar
July 23, 2021
EnewsOdia.Com
ରୋଷେଇ

ଆସନ୍ତୁ ପ୍ରସ୍ତୁତ କରିବା ସ୍ଵାଦିଷ୍ଟ ‘ପୋହଳା ବେସର’

ଆବଶ୍ୟକ ସାମଗ୍ରୀ

ପୋହଳା ମାଛ, ଟମାଟୋ, ପିଆଜ, କଞ୍ଚା ଲଙ୍କା, ଧନିଆପତ୍ର, ଶୁଖିଲା ଆମ୍ବୁଲ, ଧନିଆ ପାଉଡର, ସୋରିଷ ପେଷ୍ଟ୍‌, ପଞ୍ଚ ଫୁଟଣ, ଲଙ୍କା ଗୁଣ୍ଡ, ସୋରିଷ ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଗ୍ୟାସ୍‌ ଉପରେ ତାଓ୍ଵା ବସାଇ ତେଲ ଗରମ କରି ମାଛକୁ ଭାଜି ଦିଅନ୍ତୁ।ଏବେ ଏକ କଡ଼େଇରେ ତେଲ ଗରମ କରି ପଞ୍ଚ ଫୁଟଣ, କଞ୍ଚା ଲଙ୍କା ଓ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ। ପିଆଜ ଲାଲ ହୋଇ ଆସିଲେ କଟା ଟମାଟୋ ପକାଇ ଭାଜନ୍ତୁ। ଟମାଟୋ ନରମ ହୋଇଗଲା ପରେ ଏଥିରେ ସୋରିଷ ପେଷ୍ଟ୍‌, ହଳଦୀ ପାଉଡର, ଲଙ୍କାଗୁଣ୍ଡ ଓ ଧନିଆ ପାଉଡର ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ ଏଥିରେ ପାଣି ଦେଇ ଦିଅନ୍ତୁ। ତା’ପରେ ଆମ୍ବୁଲ ଓ ପୂର୍ବରୁ ଭଜା ହୋଇ ରଖାଯାଇଥିବା ମାଛକୁ ପକାଇ ଲୁଣ ଦିଅନ୍ତୁ। ଏବେ ଏହାକୁ ଘୋଡ଼ାଇ ଦିଅନ୍ତୁ। ଝୋଳ ବହଳିଆ ହୋଇ ଆସିଲେ ଧନିଆପତ୍ର ପକାଇ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ପୋହଳା ବେସର।

ଧ୍ୟାନ ଦିଅନ୍ତୁ: ଆପଣ ଝୋଳ କେତେ ରଖିବେ, ସେହି ଅନୁସାରେ ମସଲା ଓ ପାଣି ଦିଅନ୍ତୁ। କାରଣ ଜଣେ ଜଣେ ଭାତରେ ମାଛର ଝୋଳ ଖାଇବାକୁ ଭଲ ପାଆନ୍ତି। ସେହିଭଳି ଆପଣ ଚାହିଁଲେ ଏଥିରେ ଆଳୁ ବି ପକାଇ ପାରିବେ।

ପଢନ୍ତୁ: ଆସନ୍ତୁ ତିଆରି କରିବା ‘ଚିଙ୍ଗୁଡ଼ି ବିରିୟାନି’

Related posts

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ ମୁଢ଼ି କଙ୍କଡ଼ା ‘

Ratnamani Maharana

ଘରେ ତିଆରି କରନ୍ତୁ ସ୍ଵାଦିଷ୍ଟ ‘ତନ୍ଦୁରୀ ପାମ୍ପଲେଟ୍’

Ratnamani Maharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଦହି ମାଛ’

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More