EnewsOdia.Com

ଅତିଥି ମାନଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ଆଳୁ ପ୍ୟାନ କେକ’

ଭାରତୀୟ ଖାଦ୍ୟରେ ଆଳୁର ବ୍ୟବହାର କଥା ନକହିବା ଭଲ । ଆଳୁ ବିନା ଯେମିତି କୌଣସି ଖାଦ୍ୟ ସମ୍ପୂର୍ଣ୍ଣ ହୋଇନଥାଏ । ଆଳୁ ଦମ, ଆଳୁ ପରଠା, ଆଳୁ ଚପ, ଆଳୁ ଟିକି ପରି ସ୍ୱାଦିଷ୍ଟ ଖାଦ୍ୟ ମାନ ନିଜ ଘରେ ପ୍ରସ୍ତୁତ କରି ନିୟମିତ ଖାଇଥାଉ । କିନ୍ତୁ ଆମେ ଆଳୁ ପ୍ରସ୍ତୁତ କେକ ବିଷୟରେ କେବେ ବି ହୁଏତ ଚିନ୍ତା କରି ନଥିବୁ । ତେବେ ନୂଆ ବର୍ଷରେ ଆଳୁ ପ୍ରସ୍ତୁତ ଏକ ନିଆରା ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତୁ ଓ ଅନ୍ୟ ମାନଙ୍କୁ ଖୁଆନ୍ତୁ । ତେବେ ଆସନ୍ତୁ ଜାଣି ରଖିବା ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ।

ଆବଶ୍ୟକୀୟ ସାମଗ୍ରୀ

କୋରା ଯାଇଥିବା ଆଳୁ -୧ କପ, ଚାଉଳ ଗୁଣ୍ଡ – ଅଧା କପ, ଧନିଆ ପତ୍ର – କିଛି, କଞ୍ଚା ଲଙ୍କା- ୨ ଟେବଲ ଚାମଚ,  ବାଦାମ – ୨ ଛୋଟ ଚାମଚ (ପେଷ୍ଟ ହୋଇଥିବା), ଲୁଣ – ସ୍ୱାଦ ଅନୁସାରେ, ତେଲ- ଆବଶ୍ୟକତା ଅନୁଯାୟୀ।

ପ୍ରସ୍ତୁତି ପ୍ରଣାଳୀ

ଉପରୋକ୍ତ ସମସ୍ତ ଜିନିଷ ଗୁଡିକୁ ଗୋଟିଏ ପାତ୍ରରେ ନିଅନ୍ତୁ । ପାଣି ସାହାଯ୍ୟରେ ଏହାର ଏକ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ । ଏବେ ତାୱା ଗରମ କରନ୍ତୁ । ଏବେ ସେଥିରେ ହାଲ୍କା ଭାବେ କିଛି ତେଲ ଲଗାଇ ଦିଅନ୍ତୁ । ଯାହାଦ୍ୱାରା ଘୋଳ ପକେଇଲେ ତାୱାରେ ଚିପକିବ ନାହିଁ । ଏବେ ଏକ ବଡ଼ ଚାମଚ ସାହାଯ୍ୟରେ ଛୋଟ ଛୋଟ ପ୍ୟାନ କେକ ପ୍ରସ୍ତୁତ କରନ୍ତୁ । ଏହାକୁ ଏପଟ ସେପଟ କରି ଭଲ ଭାବେ ସେକି ଦିଅନ୍ତୁ । ଗରମ ଗରମ ଏହାକୁ ଚଟଣି ବା ଟମାଟୋ ସସ ସହ ନିଜ ଅତିଥି ମନଙ୍କୁ ପରସନ୍ତୁ ।

ପଢନ୍ତୁ: ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ “ଚେତ୍ତିନାଦ ଚିକେନ୍‌”

ସମ୍ବନ୍ଧିତ ଖବର

ଏଥର ଦୀପାବଳିରେ ପ୍ରସ୍ତୁତ କରନ୍ତୁ ସ୍ବାଦିଷ୍ଟ ବାଲୁଶାହୀ

Ratnamani Maharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ବସାଦହି ମଟନ୍’

Ratnamani Maharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘ଆଚାରୀ ଚିକେନ’

Ratnamani Maharana

ଆଜି ହିଁ ଟ୍ରାଏ କରନ୍ତୁ ଆମଲେଟ୍‌ ବର୍ଗର

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ବୁନ୍ଦିଆ ଖିରି’

Ratnamani Maharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘କରାରେ ଆଳୁ’

Ratnamani Maharana