Loading...

ଜାଣନ୍ତୁ କିପରି ''ଚିଙ୍ଗୁଡି ପତୁଆ''ର ପ୍ରସ୍ତୁତି ପ୍ରଣାଳୀ

ଜାଣନ୍ତୁ କିପରି ''ଚିଙ୍ଗୁଡି ପତୁଆ''ର ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ସୋରିଷ, ଜିରା, ଲଙ୍କା ଓ ପିଆଜକୁ ଏକାଠି ବାଟି ରଖନ୍ତୁ । ଦୁଇଟି ପିଆଜ, ଆଳୁ ଓ ବିଲାତି ବାଇଗଣକୁ ଛୋଟ ଛୋଟ କରି କାଟି ରଖନ୍ତୁ । ଚିଙ୍ଗୁଡ଼ିକୁ ଭଲ କରି ସଫାକରି ଧୋଇ ସେଥିରେ ଲୁଣ ଓ ହଳଦି ଗୋଳାଇ ତେଲରେ ଭାଜନ୍ତୁ ।

ଉପକରଣ – ୫୦୦ ଗ୍ରାମ-ଛୋଟ ଚିଙ୍ଗୁଡ଼ି, ଦୁଇଟି-ବଡ଼ ଆଳୁ, ପିଆଜ-୩ଟି, ୮ଟି – ରସୁଣ କୋଲା, ହଳଦି ଗୁଣ୍ଡ – ଦୁଇ ଚାମୁଚ, ଶୁଖିଲା ଲଙ୍କା-୪ଟି, ଦୁଇ ଚାମୁଚ-ସୋରିଷ, ଜିରାଦୁଇ ଚାମୁଚ, ୮ ଚାମୁଚ-ସୋରିଷ ତେଲ, ଦୁଇଟି-ବିଲାତି ବାଇଗଣ ଓ ଆବଶ୍ୟକ ଅନୁସାରେ ଲୁଣ ନେବେ ।

ପ୍ରସ୍ତୁତି – ପ୍ରଥମେ ସୋରିଷ, ଜିରା, ଲଙ୍କା ଓ ପିଆଜକୁ ଏକାଠି ବାଟି ରଖନ୍ତୁ । ଦୁଇଟି ପିଆଜ, ଆଳୁ ଓ ବିଲାତି ବାଇଗଣକୁ ଛୋଟ ଛୋଟ କରି କାଟି ରଖନ୍ତୁ । ଚିଙ୍ଗୁଡ଼ିକୁ ଭଲ କରି ସଫାକରି ଧୋଇ ସେଥିରେ ଲୁଣ ଓ ହଳଦି ଗୋଳାଇ ତେଲରେ ଭାଜନ୍ତୁ । ଏହା ଭାଜି ହେଲା ପରେ ବଟା ମସଲା, କଟା ଆଳୁ, ପିଆଜ ତଥା ବିଲାତି ବାଇଗଣକୁ ସେଥିରେ ମିଶାଇ ଅଳ୍ପ ପାଣି ଦେଇ କମ ଆଞ୍ଚରେ ବସାନ୍ତୁ । ୧୫ ମିନିଟ ପରେ ପ୍ରସ୍ତୁତ ହୋଇଗଲେ ଏହାକୁ ତଳକୁ ଓହ୍ଲାଇ ଦିଅନ୍ତୁ । ଏଥର ଚିଙ୍ଗୁଡ଼ି ପତୁଆ ପ୍ରସ୍ତୁତ ହୋଇଗଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.