Recipes & Food

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ପୁଦିନା ରାଇସ୍’

ଆବଶ୍ୟକ ସାମଗ୍ରୀ

ବାସୁମତୀ ଚାଉଳ, ପୁଦିନା ପତ୍ର, ସିଝା ଗ୍ରୀନ୍‌ ମଟର, କଞ୍ଚା ଲଙ୍କା, ଅଲିଭ୍‌ ଅଏଲ୍‌, ଅଳେଇଚ, ଡାଲଚିନି, ଲବଙ୍ଗ, ତେଜପତ୍ର,ଅଦା, କଟା ପିଆଜ,  ଲେମ୍ବୁ ରସ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚାଉଳକୁ ଧୋଇ ଭିଜାଇ ରଖନ୍ତୁ। ତା ପରେ  ପୁଦିନା ପତ୍ର, ଅଦା, କଞ୍ଚା ଲଙ୍କା ଏକାଠି ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ବର୍ତ୍ତମାନ କଡ଼େଇରେ ତେଲ ଗରମ କରି ସେଥିରେ ଅଳେଇଚ, ଡାଳଚିନି, ଲବଙ୍ଗ ଏବଂ ତେଜପତ୍ର ପକାଇ ୨ମିନିଟ୍‌ ଭାଜନ୍ତୁ।

pudina

ତାପରେ  ପିଆଜ ପକାନ୍ତୁ। ପିଆଜ ଗୋଲ୍ଡେନ୍ ବ୍ରାଉନ୍‌ କଲର୍‌ ହୋଇଗଲା ପରେ ଏଥିରେ ପୁଦିନା ପେଷ୍ଟ୍‌ ଏବଂ ସିଝା ଗ୍ରୀନ୍‌ ମଟର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।

ବର୍ତ୍ତମାନ ଏଥିରେ ପୂର୍ବରୁ ଭିଜାଇଥିବା ଚାଉଳ, ଲୁଣ, ଲେମ୍ବୁ ରସ ଓ ପାଣି ଦେବା ପରେ ଏହାକୁ ଘୋଡ଼ାଇ ସିଝିବାକୁ ଛାଡ଼ି ଦିଅନ୍ତୁ। ଚାଉଳ ସିଝିଯିବା ପରେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା   ସ୍ୱାଦିଷ୍ଟ ପୁଦିନା ରାଇସ୍‌। ଏହାକୁ ଗରମ ଗରମ ଖାଆନ୍ତୁ।

ପଢନ୍ତୁ; ପରାଜିତ ହେଲେ ମିଜୋରମ ମୁଖ୍ୟମନ୍ତ୍ରୀ ଥାନହଲା

Related posts

ପ୍ରସ୍ତୁତ କରନ୍ତୁ କଦଳୀ ମଞ୍ଜା କଟ୍‌ଲେଟ୍, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ଏଗଲେସ ଟମାଟୋ ଅମଲେଟ

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ୍ ମଲାଇ ଟିକ୍କା’

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More