Loading...

ଘରେ ତିଆରି କରନ୍ତୁ ‘ପମ୍ପକିନ୍‌ ବ୍ରେଡ’

ଘରେ ତିଆରି କରନ୍ତୁ ‘ପମ୍ପକିନ୍‌ ବ୍ରେଡ’

ପ୍ରଥମେ ଓଭାନକୁ ୩୫୦ ଡିଗ୍ରୀରେ ପ୍ରିହିଟ୍‌ କରି ଦିଅନ୍ତୁ। ଏକ ବଡ଼ ପାତ୍ରରେ ଅଟା, ଡାଳଚିନି ଗୁଣ୍ଡ, ଖାଇବା ସୋଡ଼ା, ଅଦା, ନଟମଗ ଓ ଲୁଣ ଏକାଠି ଗୋଳାନ୍ତୁ। ହ୍ୟାଣ୍ଡ ମିକ୍ସଚର ବ୍ୟବହାର କରି ଆଉ ଏକ ବଡ଼ ପାତ୍ରରେ ତରଳା ଯାଇଥିବା ଲହୁଣୀ, ଚିନି, କଖାରୁ ପ୍ୟୁରି, କ୍ରୀମ, ଅଣ୍ଡା ଓ ଭ୍ୟାନିଲା ଏକ୍ସଟ୍ରାକ୍ଟ ମିଶାନ୍ତୁ।

ପୁଡ଼ୁଚେରୀରେ ସାଧାରଣତଃ ଫ୍ରେଞ୍ଚ ଡିଶ୍‌ ତିଆରି କରାଯାଏ। କେବଳ ସେତିକି ନୁହେଁ, ଯଦି ଆପଣ ସବୁଠାରୁ ଭଲ ଭେଗାନ ଫୁଡ୍‌ର ସ୍ବାଦ ଚାଖିବାକୁ ଚାହୁଛନ୍ତି, ତେବେ ପୁଡ଼ୁଚେରୀଠାରୁ ଉତ୍ତମ ସ୍ଥାନ ଆଉ କିଛି ଥାଇ ନ ପାରେ। ପୁଡ଼ୁଚେରୀରେ ଏପରି ଏକ ଡିଶ୍‌ ରହିଛି, ଯାହା ଆପଣଙ୍କ ପାଟିଲେ ଲାଳ ଆଣି ଦେବ। ଏଠାରେ ମିଳୁଥିବା ପମ୍ପକିନ୍‌ ବ୍ରେଡ୍‌ କେବଳ ବଡ଼ମାନଙ୍କୁ ନୁହେଁ, ପିଲାଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଥାଏ। କାରଣ ଏହାର ସ୍ବାଦ ଓ ଢାଞ୍ଚା ଦୁଇଟି ଯାକ ବହୁତ ସୁନ୍ଦର। ଚାଲନ୍ତୁ ଜାଣିବା ପମ୍ପକିନ୍‌ ବ୍ରେଡର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

ଆବଶ୍ୟକୀୟ ସାମଗ୍ରୀ

୨ କପ୍‌ ଅଟା, ୧ ଚାମଚ ଡାଳଚିନି ଗୁଣ୍ଡ, ୧ ଚିମୁଟା ଖାଇବା ସୋଡ଼ା, ୧ ଛୋଟ ଚାମଚ ଲୁଣ, ୧ ଚାମଚ ଅଦା ପେଷ୍ଟ, ଲହୁଣୀ, ୧ କପ୍‌ ଚିନି, ୨ ଚାମଚ କଖାରୁ ପ୍ୟୁରି, ୧ ଚାମଚ ନଟମଗ୍‌ ଗୁଣ୍ଡ, ୨ ଚାମଚ କ୍ରୀମ୍‌, ୨ଟି ଅଣ୍ଡା ଓ ୧ ଚାମଚ ଶୁଦ୍ଧ ଭ୍ୟାନିଲା ଏକ୍ସଟ୍ରାକ୍ଟ।

 

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଓଭାନକୁ ୩୫୦ ଡିଗ୍ରୀରେ ପ୍ରିହିଟ୍‌ କରି ଦିଅନ୍ତୁ। ଏକ ବଡ଼ ପାତ୍ରରେ ଅଟା, ଡାଳଚିନି ଗୁଣ୍ଡ, ଖାଇବା ସୋଡ଼ା, ଅଦା, ନଟମଗ ଓ ଲୁଣ ଏକାଠି ଗୋଳାନ୍ତୁ। ହ୍ୟାଣ୍ଡ ମିକ୍ସଚର ବ୍ୟବହାର କରି ଆଉ ଏକ ବଡ଼ ପାତ୍ରରେ ତରଳା ଯାଇଥିବା ଲହୁଣୀ, ଚିନି, କଖାରୁ ପ୍ୟୁରି, କ୍ରୀମ, ଅଣ୍ଡା ଓ ଭ୍ୟାନିଲା ଏକ୍ସଟ୍ରାକ୍ଟ ମିଶାନ୍ତୁ। ଏକ ପ୍ୟାନ୍‌ରେ ଲହୁଣୀ ଗରମ କରି ସମସ୍ତ ସାମଗ୍ରୀକୁ ମିଶାନ୍ତୁ। ପାଖାପାଖି ୫୦ ମିନିଟ୍‌ରୁ ୧ ଘଣ୍ଟା ଯାଏ ଏହି ମିଶ୍ରଣକୁ ବେକ୍‌ କରନ୍ତୁ। ଓଭାନ୍‌ରୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଆପଣ ଏଥିରେ ଚକୋଲେଟ୍‌ ଚିପ୍ସ ବି ମିଶାଇ ପାରିବେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.