Loading...

ଆପଣଙ୍କ ସଂଧ୍ୟାକୁ ସ୍ପେଶାଲ କରିଦେବ ‘ରାଜକଚୋଡି’

ଆପଣଙ୍କ ସଂଧ୍ୟାକୁ ସ୍ପେଶାଲ କରିଦେବ ‘ରାଜକଚୋଡି’

ସର୍ବପ୍ରଥମେ ମଇଦା, ସୁଜି ଏବଂ ବେକିଂ ସୋଡାକୁ ଏକାସାଥିରେ ମିଶାନ୍ତୁ ଏବଂ ସେଥିରେ ପାଣି ପକାଇ ଭଲଭାବେ ଚକଟନ୍ତୁ।

ମୁହଁର ସ୍ୱାଦ ବଦଳାଇବା ପାଇଁ ଅନେକ ପ୍ରକାର ବ୍ୟଞ୍ଜନ ଏବଂ ଭୋଜନ ତିଆରି କରାଯାଏ। କିନ୍ତୁ କିଛି ବ୍ୟଞ୍ଜନ ଏମିତି ଅଛି ଯାହାର ସ୍ୱାଦ ମୁହଁରେ ଲାଖିଯାଏ ଏବଂ ଏହାକୁ ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଚ୍ଛା ହୋଇଥାଏ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ରାଜକଚୁଡି’। ତେବେ ଆସନ୍ତୁ ଜାଣିବା ଏହି ରେସିପିକୁ ବନାଇବାର ପ୍ରସ୍ତୁତି।

ଆବଶ୍ୟକ ସାମଗ୍ରୀ

ମଇଦା – ୧ କପ୍‌, ସୁଜି – ୧/୪ କପ୍‌, ବେକିଂ ସୋଡା – ୨ ଚିମୁଟାଏ, ତେଲ – ଆବଶ୍ୟକ ଅନୁଯାୟୀ, ସିଝା ଆଳୁ – ୨, ବେସନ ଏବଂ ମୁଗ ଡାଲି ପକୋଡି – ୧୦ ରୁ ୧୨, ଦହି – ୧ କପ୍‌, ସେଓ ଭୁଜିଆ – ୧/୨ କପ୍‌, ସିଝା ମଟର କିମ୍ବା ଚଣା – ୧/୨ କପ୍‌, ଡାଲିମ୍ବ ମଞ୍ଜି – ୧/୨ କପ୍‌, ମିଠା ଚଟଣୀ, ସବୁଜ ଚଟଣୀ, ଭଜା ଜୀରା – ୨ ଛୋଟ ଚାମଚ, କଳା ଲୁଣ – ୧ ଛୋଟ ଚାମଚ, ଲାଲ ଲଙ୍କା ପାଉଡର – ୧/୨ ଛୋଟ ଚାମଚ, ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ମଇଦା, ସୁଜି ଏବଂ ବେକିଂ ସୋଡାକୁ ଏକାସାଥିରେ ମିଶାନ୍ତୁ ଏବଂ ସେଥିରେ ପାଣି ପକାଇ ଭଲଭାବେ ଚକଟନ୍ତୁ। ଏବେ କଡାରେ ତେଲ ଗରମ କରି ଗୋଲା କରନ୍ତୁ। ଏହାପରେ ଗୋଲାକୁ ବେଲି ଛାଣି ଦିଅନ୍ତୁ। ଏହା କଚୁଡି ଭଳି ହୋଇଯିବ। ଏବେ ଏହି କଚୁଡି ମଝିରେ ହାଲକା ଖାଲ କରନ୍ତୁ। ଏବେ ଏତିରେ ଗୋଟିଏ ପକୋଡି, ସିଝା ଆଳୁ ଖଣ୍ଡ, ସିଝା ମଟର, ଭଜା ଜୀରା, ଲାଲ ଲଙ୍କା ପାଉଡର, ଲୁଣ, କଳା ଲୁଣ, ଦହି ଏବଂ ଚଟଣୀ ପକାଇ ସର୍ଭ କରନ୍ତୁ ରାଜକଚୁଡି।

ପଢନ୍ତୁ: ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ ”ତିଖା ଚିଙ୍ଗୁଡି”

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.