Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ରାଜସ୍ଥାନୀ ମଖନିଆ ଲସି”

ଖରାଦିନ ଆସିଲାଣି। ଖରାରେ  ସମସ୍ତଙ୍କୁ ପସନ୍ଦ ଲସି। ତେବେ ବାହାର ଲସି ତ ଆମେ ପିଇଛେ ମାତ୍ର କେବେ ରାଜସ୍ଥାନୀ ଲସି ପିଛନ୍ତିକି!!! ଯଦି ନା ଆଉ ଆପଣଙ୍କୁ ଏସବୁ ବାହାର ଲସି ଦୋକାନରେ ଉପଲବ୍ଧ ହେଉନହିଁ ତେବେ ମନ ଦୁଖ କରନ୍ତୁ ନହିଁ ଆଜି ଆମେ ଘରେ କିପରି ରାଜସ୍ଥାନୀ ଲସି ପ୍ରସ୍ତୁତ କରିବା ସେ ନେଇ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ରାଜସ୍ଥାନୀ ମଖନିଆ ଲସିର ପ୍ରସ୍ତୁତି ବିଷୟରେ।

ଆବଶ୍ୟକୀୟ ସାମଗ୍ରୀ

ଥଣ୍ଡା ଥିବା ଦହି

କ୍ଷୀର

ଚିନି

ସଜାଇବା ପାଇଁ ଡାଳିମ୍ବ ଦାନା

ଲହୁଣୀ

ପିସ୍ତା ବାଦାମ

ଏବଂ କେଶର।

ପ୍ରସ୍ତୁତ  ପ୍ରଣାଳୀ

ପ୍ରଥମେ ଗ୍ରାଇଣ୍ଡର ଜାର୍‌ରେ ଥଣ୍ଡା ଦହି, ଥଣ୍ଡା କ୍ଷୀର, ଚିନିକୁ ଭଲରେ ଗ୍ରାଇଣ୍ଡ କରିନିଅନ୍ତୁ। ଏହି ସବୁ ଜିନିଷକୁ ଭଲରେ ଗ୍ରାଇଣ୍ଡ କଲା ପରେ ଆପଣ ପରଷିବାକୁ ରଖିଥିବା ଗ୍ଲାସ୍‌ରେ ଢ଼ାଳନ୍ତୁ। ତା ଉପରେ ଡାଳିମ୍ବ ଦାନା, ଲହୁଣୀ, ଏବଂ ପିସ୍ତା ବାଦାମ୍‌ ପକାଇ ସଜାନ୍ତୁ। ଏହା  ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ରାଜସ୍ଥାନୀ ମଖନିଆ ଲସି। ଏବେ ଏହାକୁ ଖରାରେ ନିଜ ପିଲା ଓ ପରିବାରକୁ ପିଇବାକୁ ଦିଅନ୍ତୁ।

ପଢନ୍ତୁ:  ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଖାଣ୍ଟି ଓଡ଼ିଆ ମିଠା ‘ପାରିଜାତ’

Related posts

ଆସନ୍ତୁ ଘରେ ପ୍ରସ୍ତୁତ କରିବା ବନ୍ଧା କୋବି ସନ୍ତୁଳା

Ratnamani Moharana

ଆଜି ହିଁ ପ୍ରସ୍ତୁତ କରନ୍ତୁ ଅମୃତଭଣ୍ଡା ହାଲୱା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ରୋହି ମାଛ ଆମ୍ୱିଳ। ଜାଣିରଖନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ENO Beuro

Leave a Comment