EnewsOdia.Com

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ସାହି ମସ୍‌ରୁମ୍‌’

ଆବଶ୍ୟକ ସାମଗ୍ରୀ

କଟା ଛତୁ, କଟା ପିଆଜ, କାଜୁ ବଟା, କସ୍ତୁରୀ ମେଥି, ଟମାଟୋ ପ୍ୟୁରି, ଗରମ ମସଲା, ଅଦା-ରସୁଣ ପେଷ୍ଟ, ଫ୍ରେଶ୍‌ କ୍ରିମ୍‌, ଗୁଣ୍ଡ ଗୋଲମରିଚ, ଦେଶୀ ଘିଅ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

କଡ଼େଇରେ ଘିଅ ଗରମ କରି ସେଥିରେ କଟା ପିଆଜକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପରେ ଅଦା-ରସୁଣ ପେଷ୍ଟକୁ ଦେଇ କଷନ୍ତୁ। ପରେ ସେଥିରେ ଟମାଟୋ ପ୍ୟୁରି ଦେଇ ଆଉ ଟିକେ କଷନ୍ତୁ ଏବଂ କିଛି ସମୟ ପରେ କାଜୁ ବଟା ଓ ଛତୁ ମିଶାଇ କଷନ୍ତୁ। କିଛି ସମୟ ପରେ ଅଧା କପ୍‌ ପାଣି, ଲୁଣ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ କସ୍ତୁରୀ ମେଥି ପକାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ତା’ପରେ ଫ୍ରେଶ୍‌ କ୍ରିମ୍‌ ଏବଂ ୧ମିନିଟ୍‌ ପରେ ଗରମ ମସଲା ପକାଇ ସାମାନ୍ୟ ଫୁଟାଇ ତଳକୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ସାହି ମସ୍‌ରୁମ୍‌’। ଏହାକୁ ଆପଣ ରୁଟି, ପରଟା କିମ୍ବା ନାନ୍‌ ସହ ଖାଇପାରିବେ।

ପଢନ୍ତୁ: ସଂଧ୍ୟାର ଭରପୁର ମଜା ନେବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ଫିସ ପକୋଡା’

ସମ୍ବନ୍ଧିତ ଖବର

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘କରାରେ ଆଳୁ’

Ratnamani Maharana

ପ୍ରସ୍ତୁତ କରନ୍ତୁ ‘ମାଛ ନୁରମହଲି’

Ratnamani Maharana

ଆଜି ଘରେ ଆଳୁକୁ ନେଇ ବନାନ୍ତୁ କିଛି ହଟକେ, ‘ଗାର୍ଲିକ ପଟାଟୋ’

Ratnamani Maharana

ଘରେ ତିଆରି କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ ‘ପନିର ଚଟପଟି’

Ratnamani Maharana

ଜବରଦସ୍ତ ସ୍ୱାଦର ମଜା ଦେବ ‘ପାଳଙ୍ଗ ଆମଲେଟ’

Ratnamani Maharana

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ସ୍ୱିଟ୍‌ କର୍ନ ଟିକ୍କି’

Ratnamani Maharana