26.1 C
Bhubaneswar
September 28, 2021
EnewsOdia.Com
ରୋଷେଇ

ଜଳଖିଆରେ ପ୍ରସ୍ତୁତ କରନ୍ତୁ ‘ସିମେଇ କେଶରୀ’

ଆପଣ ଅନେକ ଥର କ୍ଷୀରରେ ତିଆରି ସିମେଇ ଖିରୀ ଖାଇଥିବେ। ମାତ୍ର ଏବେ ସିମେଇରେ ତିଆରି ଏକ ନୂଆ ରେସିପି ଟ୍ରାଏ କରିପାରିବେ। ସକାଳ ଜଳଖିଆ ହେଉ ବା ସନ୍ଧ୍ୟା ସ୍ନାକସ୍‌ରେ ସିମେଇ କେସରୀ ତିଆରି କରିପାରିବେ। ଏହା ପିଲାଠାରୁ ବୟସ୍କ ଯାଏ ସମସ୍ତଙ୍କୁ ଭଲ ଲାଗିବ। ଏହା ପ୍ରସ୍ତୁତ କରିବାକୁ ଖୁବ୍‌ କମ୍‌ ସମୟ ମଧ୍ୟ ଲାଗିବ। ଚାଲନ୍ତୁ ଜାଣିବା ସିମେଇ କେସରୀ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

 

ଆବଶ୍ୟକୀୟ ସାମଗ୍ରୀ

୪ ଟେବଲସ୍ପୁନ୍‌ ଲହୁଣୀ, ୧ କପ୍‌ ସିମେଇ, ୨ ଟେବଲସ୍ପୁନ୍‌ କାଜୁ, ୧ ଟେବଲସ୍ପୁନ୍‌ କିଶ୍‌ମିଶ, ୨ କପ୍‌ ପାଣି, ୨ ଟେବଲସ୍ପୁନ୍‌ କେସର ପାଣି, ଅଧ କପ୍‌ ଚିନି, ୧ ଚିମୁଟା ଅରେଞ୍ଜ ଫୁଡ୍‌ କଲର, ୨ ଚିମୁଟା ଗୁଜୁରାତି ଗୁଣ୍ଡ।

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ଏକ ପ୍ୟାନ୍‌ରେ ୨ ଟେବଲସ୍ପୁନ୍‌ ଲହୁଣୀ ଗରମ କରି ସେଥିରେ ସିମେଇ ପକାନ୍ତୁ। ଗୋଲ୍ଡେନ୍‌ ହେବା ଯାଏ ଏହାକୁ ଭାଜନ୍ତୁ। ଅନ୍ୟ ଏକ ପ୍ୟାନ୍‌ରେ ବଳକା ଲହୁଣୀ ପକାଇ ଗରମ କରନ୍ତୁ। ଏଥିରେ କାଜୁ, କିଶ୍‌ମିଶ ପକାଇ ଏହାକୁ ବ୍ରାଉନ୍‌ ହେବା ଯାଏ ଭାଜନ୍ତୁ। ଏହାକୁ ଏକ ପ୍ଲେଟ୍‌କୁ ବାହାର କରନ୍ତୁ। ଏବେ ଉକ୍ତ ପ୍ୟାନ୍‌ରେ ପାଣି ଏବଂ କେସର ପାଣି ଢାଳି ଫୁଟାନ୍ତୁ। ଏବେ ଏଥିରେ ଭଜା ସିମେଇ ପକାଇ ୫ ମିନିଟ୍‌ ଯାଏ ଫୁଟାନ୍ତୁ। ପାଣି ସମ୍ପୂର୍ଣ୍ଣ ଭାବେ ଶୁଖିଗଲା ଯାଏ ଏହାକୁ ସିଝିବାକୁ ଦିଅନ୍ତୁ। ଏହା ପରେ ଏଥିରେ ଚିନି ଏବଂ ଅରେଞ୍ଜ ଫୁଡ୍‌ କଲର ମିଶାଇ ଆଉ ୫ ମିନିଟ୍‌ ଯାଏ ଭାଜନ୍ତୁ। ଏବେ ଏଥିରେ ଗୁଜୁରାତି ଗଣ୍ଡ, ଭଜା କାଜୁ, କିଶ୍‌ମିଶ ପକାଇ ଗୋଳାନ୍ତୁ। ପ୍ରସ୍ତୁତ ହୋଇଗଲା ସିମେଇ କେସରୀ। ଏହାକୁ କାଜୁରେ ସଜାଇ ପରଷନ୍ତୁ।
ପଢନ୍ତୁ: ଘରେ ପ୍ରସ୍ତୁତ କରନ୍ତୁ ‘ସୋୟାବଡ଼ି ଚଟ୍‌ପଟି’

Related posts

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘କଦଳୀ ପତ୍ର ଚିକେନ୍‌’

Ratnamani Maharana

ଆଜି ହିଁ ଟ୍ରାଏ କରନ୍ତୁ ‘ସିଝା ମାଛ ମସଲା’

Ratnamani Maharana

ଘରେ ତିଆରି କରନ୍ତୁ ସ୍ଵାଦିଷ୍ଟ ‘ତନ୍ଦୁରୀ ପାମ୍ପଲେଟ୍’

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More