Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସାଉଥ୍‌ ଇଣ୍ଡିଆନ୍‌ କଙ୍କଡ଼ା ତରକାରୀ

Maxresdefault

ଆବଶ୍ୟକୀୟ ସାମଗ୍ରୀ

କଙ୍କଡ଼ା – ତେଲ -ଗୋଲମରିଚ -ଜିରା -ପାନମଧୁରୀ -ପିଆଜ -ଲୁଣ -କଞ୍ଚା -ଲଙ୍କା -ଅଦା ରସୁଣ ପେଷ୍ଟ – ହଳଦୀ ଗୁଣ୍ଡ – ଲଙ୍କା ଗୁଣ୍ଡ -ଧନିଆ ପାଉଡ଼ର୍‌ -ଟମାଟୋ -ନଡ଼ିଆ କୋରା – ଗୁଜୁରାତି – ଲବଙ୍ଗ -ସୋରିଷ – ଭୃଷଙ୍ଗ ପତ୍ର

 

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ସେଥିରେ ତେଲ, ଗୋଲମରିଚ, ଜିରା, ପାନମଧୁରୀ ପକାଇ ଅଳ୍ପ ଭାଜନ୍ତୁ। ଏହା ପରେ ସେଥିରେ କଟା ପିଆଜ, ଅଳ୍ପ ଲୁଣ, କଞ୍ଚା ଲଙ୍କା, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପାଉଡ଼ର୍‌, ଟମାଟୋ ପକାଇ ଭାଜନ୍ତୁ। ପିଆଜକୁ ପୁରା ଲାଲ୍‌ କରି ଭାଜିବେ ନାହିଁ।ମସଲା ଭାଜି ହୋଇଗଲେ ତାକୁ ଥଣ୍ଡା ହେବାପାଇଁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ମସଲା ଥଣ୍ଡା ହେଲା ପରେ ସେସବୁକୁ ଗ୍ରାଇଣ୍ଡ କରିଦିଅନ୍ତୁ। ପୁଣି ଥରେ ସେଥିରେ ନଡ଼ିଆ କୋରା ପକାଇ ଗ୍ରାଇଣ୍ଡ କରନ୍ତୁ।କଙ୍କଡ଼ା ପାଇଁ ମସଲା ତିଆରି ହେଲା ପରେ ଏବେ ତରକାରୀ କରିବା ପାଇଁ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ସେଥିରେ ଗୁଜୁରାତି, ଲବଙ୍ଗ, ଅଳ୍ପ ସୋରିଷ ଏବଂ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମସଲା ପକାନ୍ତୁ। ଏହା ପରେ ସେଥିରେ ଅଳ୍ପ ପାଣି ପକାଇ କଷନ୍ତୁ। ଏହାକୁ ଏବେ ଢାଙ୍କୁଣି ଦେଇ ସିଝିବାକୁ ଛାଡ଼ି ଦିଅନ୍ତୁ।

Crab
Crab

ଏହାକୁ ଅଳ୍ପ ଗ୍ରେଭି ଭଳି ରଖିବେ। ଅଧିକା ପାଣି ଦେବେ ନାହିଁ, କିମ୍ବା କଙ୍କଡ଼ା କଷା ପରି କରିବେ ନାହିଁ।ଅଳ୍ପ ସମୟ ପରେ ସେଥିରେ ଲୁଣ ଏବଂ କଙ୍କଡ଼ା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ କଙ୍କଡ଼ା ଗୁଡ଼ିକୁ ସିଝିବା ପାଇଁ ଡାଙ୍କୁଣି ଦେଇ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ କଙ୍କଡ଼ା ସିଝି ଗଲେ ସେଥିରେ ଭୃଷଙ୍ଗ ପତ୍ର ପକାଇ ଆଉ କିଛି ସମୟ ଗ୍ୟାସ୍‌ରେ ବସାନ୍ତୁ। ୫ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ସାଉଥ୍‌ ଇଣ୍ଡିଆନ୍‌ ଷ୍ଟାଇଲ୍‌ କଙ୍କଡ଼ା ତରକାରୀ।ଏବେ ଏହାକୁ ଆପଣ ରୁମାଲି ରୁଟି, ସାଧା ରୁଟି କିମ୍ବା ଭାତ ସହ ମଧ୍ୟ ଖାଇ ପାରିବେ।

South Indian Style (chettinad) Crab Curry
South Indian Style (chettinad) Crab Curry

ପଢନ୍ତୁ: ଆସନ୍ତୁ ତିଆରି କରିବା ‘ଗୋଟା ବାଇଗଣ ବେସର’

Related posts

ଘରେ କିପରି ତିଆରି କରିବେ ମାଛ ମୁଣ୍ଡ ଛେଞ୍ଚଡ଼ା ଜାଣନ୍ତୁ ?

ENO Beuro

ଜାଣନ୍ତୁ ଘରେ କିପରି ପ୍ରସ୍ତୁତ କରିବେ ଚିଲି ଚିକେନ୍ ?

ENO Beuro

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ‘ମାଛ ମୁଣ୍ଡ ଘାଣ୍ଟ’

Ratnamani Moharana

Leave a Comment