22.1 C
Bhubaneswar
December 7, 2021
EnewsOdia.Com
ରୋଷେଇ

ଆଜି ଘରେ ପ୍ରସ୍ତୁତ କରନ୍ତୁ “ସୋୟା କଟ୍‌ଲେଟ୍‌”

ଆବଶ୍ୟକୀୟ ସାମଗ୍ରୀ

ସୋୟା ବଡ଼ି ଚୂରା ଦୁଇକପ୍‌, ବ୍ରେଡ୍‌ ଚୂରା ଏକକପ୍‌, ସିଝା ଆଳୁ ୪ଟି, ଗୋଲମରିଚ ଗୁଣ୍ଡ ଅଧଚାମଚ, ହଳଦି ପାଉଡର ଅଧଚାମଚ, ସ୍ବାଦାନୁସାରେ ଲୁଣ, ଏକ ଚାମଚ ଅଦାରସୁଣ ପେଷ୍ଟ, ସରୁ ସରୁ କରି କଟାଯାଇଥିବା କଞ୍ଚାଲଙ୍କା ୩ରୁ ୪ଟି, କଟାଯାଇଥିବା ଧନିଆପତ୍ର ଦୁଇ ଚାମଚ, ଛାଣିବା ପାଇଁ ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ସିଝା ଆଳୁ, ସୋୟା ଚୂରା, ପିଆଜ ଓ ବ୍ରେଡ୍‌ ଚୂରାକୁ ମିଶାଇ ଦିଅନ୍ତୁ। ଏଥିରେ କଟାଯାଇଥିବା କଞ୍ଚାଲଙ୍କା, କଟାଯାଇଥିବା ଧନିଆ ପତ୍ର, ଅଦା ରସୁଣ ପେଷ୍ଟ, ହଳଦୀଗୁଣ୍ଡ, ଗୋଲମରିଚଗୁଣ୍ଡ ଓ ଲୁଣ ମିଶାନ୍ତୁ। ଏହାପରେ ହାତରେ ଘିଅ ଲଗାଇ ଏହାକୁ ଚିକ୍କଣ କରି ନିଅନ୍ତୁ। ଏହାପରେ କିଛି କିଛି ମିଶ୍ରଣ ନେଇ ଏହାକୁ କଟ୍‌ଲେଟ୍‌ ସେପ୍‌ ଦିଅନ୍ତୁ। ଏହାପରେ କଡେଇରେ ତେଲ ଗରମ କରି କଟ୍‌ଲେଟ୍‌କୁ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ସୋୟା କଟ୍‌ଲେଟ୍‌କୁ ଟମାଟୋ ସସ୍ ସହିତ ପରଷି ଦିଅନ୍ତୁ।

ପଢନ୍ତୁ: ଖାଆନ୍ତୁ ଓ ଖୁଆନ୍ତୁ ସ୍ଵାଦିଷ୍ଟ “ସିଝା ମାଛ ଝୋଳ”

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ସାହି ମସ୍‌ରୁମ୍‌’

Ratnamani Maharana

ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ବାଦାମ୍ ଫିର୍‌ନି’

Ratnamani Maharana

ଆସନ୍ତୁ ତିଆରି କରିବା ‘ଚିଙ୍ଗୁଡ଼ି ବିରିୟାନି’

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More