Recipes & Food

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ “ସ୍ପାଇସି ଫିସ୍‌ ଏଗ୍‌”

Recipe

ଆପଣ ତ ମାଛ ଦ୍ଵାରା ପ୍ରସ୍ତୁତ ଅନେକ ଖାଦ୍ୟ ଖାଇଥିବେ ଏବଂ ମାଛ ମଞ୍ଜିକୁ ମଧ୍ୟ ଖାଇଥିବେ ମାତ୍ର ଆଜି ଆମେ ଆପଣଙ୍କୁ ଯେଉଁ ଖାଦ୍ୟ ବିଷୟରେ କହିବାକୁ ଯାଉଛି ତାହା ସମ୍ପୂର୍ଣ ଭିନ୍ନ । ଆସନ୍ତୁ ଜାଣିବା ଏହା କଣ ଓ କିପରି ପ୍ରସ୍ତୁତ କରାଯାଏ ଏହି ଖାଦ୍ୟ।

ଆବଶ୍ୟକ ସାମଗ୍ରୀ

ମାଛ ମଞ୍ଜି , ଅଣ୍ଡା, କର୍ଣ୍ଣଫ୍ଲୋର୍‌, ପିଆଜ କଟା, ଧନିଆ ପତ୍ର, କ୍ୟାପ୍‌ସିକମ୍‌ କଟା, କଟା ଟମାଟୋ, କଟା ଚୁନି ପିଆଜ, ଜିରା ଗୁଣ୍ଡ, ଅଦା ରସୁଣ ଛେଚା, ଲୁଣ, କଞ୍ଚା ଲଙ୍କା, ସିଝା ଆଳୁ ଓ ଜୁଆଣି।

ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ପାଣି ଗରମ କରନ୍ତୁ। ଏହାପରେ ମାଛମଞ୍ଜିକୁ ଧୋଇ ଏଥିରେ ଲୁଣ ହଳଦୀ ଦେଇ କପଡ଼ାରେ ବାନ୍ଧି ସିଝାଇବାକୁ ସେହି ପାଣିରେ ରଖି ଦିଅନ୍ତୁ। ଏହା ସିଝିଗଲା ପରେ ତାକୁ ଏକ ପାତ୍ରରେ କାଢ଼ି ରଖନ୍ତୁ। ଅନ୍ୟ ପାତ୍ରରେ ଆଳୁ ଆଣି ଚୁନି ପିଆଜ, ଅଦା ରସୁଣ ଛେଚା, ଜିରା ପାଉଡ଼ର, କଟା କଞ୍ଚା ଲଙ୍କା, ଲୁଣ ଓ ଧନିଆ ପତ୍ର ପକାଇ ଚକଟନ୍ତୁ। ତାପରେ କର୍ଣ୍ଣଫ୍ଲୋରରେ ଅଣ୍ଡା ପକାଇ ଗୋଳାଇ ରଖନ୍ତୁ। ଏହାପରେ ମଞ୍ଜିକୁ ଛୋଟ ଛୋଟ ପିସ୍‌ କରି କାଟି ଦେଇ ଏକ ପାତ୍ରରେ ରଖନ୍ତୁ।ହାତରେ ତେଲ ଦେଇ ସେ ଆଳୁ ଚକଟାକୁ ଗୋଲା କରି ତା ଭିତରେ ମଞ୍ଜିକୁ ପୂର ପରି ଦେଇ ରଖନ୍ତୁ। ତା ପରେ ଏକ କଡ଼େଇରେ ତେଲ ଗରମ କରି ସେହି ଆଳୁ ବେସନ୍‌ ଚପ୍‌କୁ ଅଣ୍ଡା ଓ କର୍ଣ୍ଣଫ୍ଲୋର ଗୋଳାରେ ବୁଡ଼ାଇ ଛାଣନ୍ତୁ। ଏହା ବାଦାମୀ ରଙ୍ଗ ହୋଇ ଆସିଲେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।ତାପରେ ପୁଣି କଡେଇରେ ତେଲ ଦେଇ ସେଥିରେ ଫାଳ ଫାଳ ହୋଇ କଟା ହୋଇଥିବା ପିଆଜ କଟା ପକାନ୍ତୁ ଭାଜନ୍ତୁ। ଭାଜି ହୋଇଗଲା ପରେ ସେହି ଛଣା ହୋଇ ରଖା ହୋଇଥିବା ଚପ୍‌କୁ ପକାନ୍ତୁ। ଏହାପରେ ସେଥିରେ ଟମାଟୋ, ଚିଲି ଓ ସୋୟା ସସ୍‌, ଧନିଆ ପତ୍ର ପକାଇ ଭଲ ଭାବେ ଗୋଳେଇ ଦିଇନ୍ତୁ। ଏହାପରେ ଚୁଲିରୁ କଡ଼େଇ ଓହ୍ଲାଇଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ସ୍ପାଇସ ଫିଶ ଏଗ।
ପଢନ୍ତୁ: ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ଡାଲ ପନିର”

Related posts

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ ‘କଡାଇ ଛତୁ’

Ratnamani Moharana

ଆଜି ହିଁ ବନାନ୍ତୁ ପଣସକଠା ତରକାରୀ

Ratnamani Moharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଷ୍ଟିମ୍‌ଡ୍‌ ଲେମନ୍‌ ଫିଶ୍‌’

ENO Beuro

1 comment

Leave a Comment