EnewsOdia.Com

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ପୋଇ ପତ୍ର-ଅଣ୍ଡା ସ୍ୟାଣ୍ଡୱିଚ୍’

ଆବଶ୍ୟକ ସାମଗ୍ରୀ

ପୋଇ ପତ୍ର, ମକା, ଅଣ୍ଡା, କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଟମାଟୋ, କଟା ରସୁଣ, ଲଙ୍କା ଗୁଣ୍ଡ, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମକା ମଞ୍ଜିରେ କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଟମାଟୋ ଓ କଟା ରସୁଣକୁ ଭାଜି ପୁର ପ୍ରସ୍ତୁତ କରନ୍ତୁ। ଏବେ ଏକ ପାତ୍ରରେ ପୋଇ ପତ୍ରକୁ ଛୋଟ ଛୋଟ କରି ସେଥିରେ କଟା ପିଆଜ, ଲଙ୍କା ଗୁଣ୍ଡ, ଲୁଣ ଓ କଞ୍ଚା ଅଣ୍ଡାକୁ ଭାଙ୍ଗି ଭଲ ଭାବେ ଫେଣ୍ଟି ଦିଅନ୍ତୁ। ତା’ପରେ ତାୱାରେ ତେଲ ଗରମ କରି  ପୋଇପତ୍ର ଓ ଅଣ୍ଡା ମିଶ୍ରଣକୁ ପକାନ୍ତୁ ଓ ଚାରି ଆଡ଼କୁ ଖେଳାଇ ଦିଅନ୍ତୁ, ଯେମିତି ତାହା ଚକୁଳି ପିଠା ଆକାରର ହେବ। ଏବେ ତା’ ଉପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମକା ପୁର ଦିଅନ୍ତୁ। ପୁର ଉପରେ ଆଉ ଥରେ ପୋଇପତ୍ର ଓ ଅଣ୍ଡା ମିଶ୍ରଣକୁ ପକାନ୍ତୁ। ଗୋଟିଏ ପଟ ଭାଜି ହୋଇଯିବା ପରେ ତାକୁ ଓଲଟାଇ ଦିଅନ୍ତୁ। ଦୁଇପଟ ଭାଜି ହୋଇଗଲା ପରେ ଏହାକୁ ପ୍ଲେଟକୁ କାଢ଼ି ସ୍ୟାଣ୍ଡୱିଚ୍‌ ଆକାରରେ କାଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ପୋଇ ପତ୍ର-ଅଣ୍ଡା ସ୍ୟାଣ୍ଡୱିଚ୍’। ଏହାକୁ ଟମାଟୋ ଓ ଚିଲି ସସ୍‌ ସହ ଗରମ ଗରମ ପରଷନ୍ତୁ।

ପଢନ୍ତୁ: ଶୀତଦିନେ ତିଆରି କରନ୍ତୁ ସ୍ବାସ୍ଥ୍ୟକର ମେଥି ସୁପ୍‌

 

ସମ୍ବନ୍ଧିତ ଖବର

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ବସାଦହି ମଟନ୍’

Ratnamani Maharana

ଜାଣନ୍ତୁ ମସଲା ଚା’ ତିଆରି କରିବାର ସଠିକ ପ୍ରଣାଳୀ

Ratnamani Maharana

ଘରେ ପ୍ରସ୍ତୁତ କରନ୍ତୁ ‘ଛତୁ ପତ୍ର ପୋଡ଼ା’

Ratnamani Maharana

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ ‘ବଟରଫ୍ଲାଏ ଚିକେନ୍’

Ratnamani Maharana

ଘରେ ତିଆରି କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ ‘ପନିର ଚଟପଟି’

Ratnamani Maharana

ଘରେ ତିଆରି କରନ୍ତୁ ‘ଚିଜି କର୍ଲିଫ୍ଲାୱାର’

Ratnamani Maharana