Recipes & Food

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ “ଜହ୍ନି-ଚିଙ୍ଗୁଡି ତରକାରୀ”

Criket

ଆବଶ୍ୟକ ସାମଗ୍ରୀ

ଚିଙ୍ଗୁଡି ୫୦୦ଗ୍ରାମ, ଜହ୍ନି ୩୦୦ ଗ୍ରାମ, କଟା ଟମାଟୋ ୧୦୦ ଗ୍ରାମ, କଟା ପିଆଜ ୫୦ ଗ୍ରାମ, ପିଆଜ ପେଷ୍ଟ ୧୦୦ ଗ୍ରାମ, ଅଦା ପେଷ୍ଟ ୧୦ଗ୍ରାମ, ରସୁଣ ପେଷ୍ଟ ୫ ଗ୍ରାମ, ଗୋଟା ଜିରା ୧ ଚାମଚ, ଗୋଟା ସୋରିଷ ୧ ଚାମଚ, ଶୁଖିଲା ଲଙ୍କା ୨ଟା, ଜିରା ପାଉଡର ୧ ଚାମଚ, ଧନିଆ ପାଉଡର ୩ ଚାମଚ, ଗୁଣ୍ଡା ହଳଦୀ ୧ ଚାମଚ, ଲଙ୍କା ଗୁଣ୍ଡ ୨ ଚାମଚ, ସ୍ଵାଦ ଅନୁଯାଇ ଲୁଣ, ସୋରିଷ ତେଲ ୫ ବଡ ଚାମଚ, ଗରମ ମସଲା ୩ ଚାମଚ ଓ କଟା ଧନିଆ ପତ୍ର।

 

 

ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିଙ୍ଗୁଡିଖୋଲା ଛଡାଇ ଧୋଇ ଦିଅନ୍ତୁ। ଏବେ ସେଥିରେ ଲୁଣ, ହଳଦୀ ଭଲଭାବେ ମିଶାଇ ଦିଅନ୍ତୁ। ଜହ୍ନିର ଚୋପା ଛଡାଇ ଧୋଇ ଗୋଲ କରି କାଟି ରଖନ୍ତୁ। ଗ୍ୟାସରେ କଡେଇ ବସାଇ ଗରମ ହୋଇଗଲା ପରେ ଗୋଟିଏ ଚାମଚ ତେଲ ପକାନ୍ତୁ। ତେଲ ଗରମ ହେବାପରେ ୫ ମିନିଟ ଚିଙ୍ଗୁଡିକୁ ଭାଜି କାଢି ଦିଅନ୍ତୁ। ଏହାପରେ ଚାରି ଚାମଚ ତେଲ ପକାଇ ଗରମ ହୋଇଗଲା ପରେ ଗୋଟା ଜିରା, ସୋରିଷ ଏବଂ ଶୁଖିଲା ଲଙ୍କା ପକାଇ ଭାଜି ଦିଅନ୍ତୁ। ଏବେ ଏଥିରେ କଟା ପିଆଜ ପକାଇ ୨ ମିନିଟ ଭଜନ୍ତୁ। ଏବେ ସେଥିରେ ଅଦା, ରସୁଣ, ପିଆଜ ବଟା, ହଳଦିଗୁଣ୍ଡ, ଲଙ୍କାଗୁଣ୍ଡା ଏବଂ ଲୁଣ ପକାଇ ମସଲାକୁ ଭଲ ଭାବେ କସନ୍ତୁ। ମଝିରେ ମଝିରେ ଆବଶ୍ୟକତା ଅନୁଯାଇ ପାଣି ଦିଅନ୍ତୁ। ମସଲା କଷି ହୋଇଗଲେ ସେଥିରେ କଟା ଟମାଟୋ, ଜିରାଗୁଣ୍ଡା ଏବଂ ଧନିଆ ଗୁଣ୍ଡା ପକାଇ ୫ ମିନିଟ ପର୍ଯ୍ୟନ୍ତ କଷନ୍ତୁ।  ମସଲା ହୋଇଯିବାପରେ ଏଥିରେ ଜହ୍ନି ପକାଇ ୨ ଚାମଚ ଗରମ ମସଲା ପକାନ୍ତୁ। ଏହାକୁ ଭଲ ଭାବେ ଘାଣ୍ଟି ୫ ମିନିଟ ପର୍ଯ୍ୟନ୍ତ ଢାଙ୍କୁଣୀ ଦେଇ ଦିଅନ୍ତୁ। ଏହାପରେ ଢାଙ୍କୁଣୀ ଖୋଲି ସେଥିରେ  ପୂର୍ବରୁ ଭଜା ହୋଇଥିବା ଚିଙ୍ଗୁଡି ପକାଇ ଗୋଟେ କପ ଉଷୁମ ପାଣି ଦିଅନ୍ତୁ। ଏଥିରେ ୨ ଚାମଚ କଟା ଧନିଆ ପତ୍ର ଏବଂ ଗୋଟିଏ ଚାମଚ ଗରମ ମସଲା ପକାଇ ୧୦ ମିନିଟ କମ ଆଞ୍ଚରେ ଘୋଡେଇ ରଖନ୍ତୁ। ଶେଷରେ ଢାଙ୍କୁଣୀ ଖୋଲି କଟା ଧନିଆ ପତ୍ର ପକାଇ ଗରମ ଗରମ ପରଶନ୍ତୁ ଜହ୍ନିଚିଙ୍ଗୁଡି ତରକାରୀ।

Prw
Prw

ପଢନ୍ତୁ: ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ମସରୁମ କଟଲେଟ”

Related posts

ଘରେ ପ୍ରସ୍ତୁତ କରନ୍ତୁ ‘ଚିଲି କାବୁଲି ଚଣା’

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ମସରୁମ ଫ୍ରଇଡ ରାଇସ !

ENO Beuro

ଘରେ ବନାନ୍ତୁ ବ୍ରେଡ୍‌ ପିଜା ପକୋଡା,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ!

ENO Beuro

Leave a Comment