Recipes & Food

ଆସନ୍ତୁ ତିଆରି କରିବା ସ୍ଵାଦିଷ୍ଟ”ଷ୍ଟିକ୍‌ ପଣସ”

ଖରାଦିନେ ପଣସ  ପ୍ରାୟ ଗାଁରୁ ସହର ଯାଏ ସବୁଠି ସହଜରେ ମିଳିଥାଏ ।ପଣସକୁ ତ ଆପଣ ଡାଲି, ତରକାରୀ କିମ୍ବା ପକୋଡା କରି ଖାଇଥିବେ।  ପଣସକୁ ଭଲରେ ରାନ୍ଧିବାର ପ୍ରଣାଳୀ ଜାଣିଲେ ଏହା ମାଂସର ସ୍ୱାଦ  ଦେଇଥାଏ।  ଏହା ଆପଣଙ୍କୁ “ଚିକେନ୍‌ 65”ର ସ୍ୱାଦଠାରୁ ମଧ୍ୟ ଅଧିକ ସ୍ଵାଦିଷ୍ଟ ଲାଗିବା। ଥରେ ଘରେ ପ୍ରସ୍ତୁତ କରି ଦେଖନ୍ତୁ ବାରମ୍ବାର କରିବାକୁ ପରିବାର ଲୋକ ଜିଦ ଧରିବେ। ଆସନ୍ତୁ ଜାଣିବା ଏହା ପାଇଁ ଆବଶ୍ୟକୀୟ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ  ବିଷୟରେ।

ଆବଶ୍ୟକୀୟ ସାମଗ୍ରୀ

ସିଝା ହୋଇଥିବା ପଣସ କଠା, ବଟା ହୋଇଥିବା ବୁଟ ଡାଲି, ଚିନି, ଗରମ ମସଲା, ଅଦା ରସୁଣ ପେଷ୍ଟ, କଟା କଞ୍ଚା ଲଙ୍କା, ଭୃଷଙ୍ଗ ପତ୍ର, କଟା ଟମାଟୋ, ତେନ୍ତୁଳି ମଣ୍ଡ, ତେଲ, କାଜୁବଟା ଏବଂ ସ୍ୱାଦ ଅନୁସାରେ ଲୁଣ।

ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ସିଝା ହୋଇଥିବା ପଣସ କଠାରେ ବଟା ବୁଟଡାଲି, କଟା କଞ୍ଚାଲଙ୍କା, କଟା ପିଆଜ, ଅଦା ରସୁଣ ବଟା ଓ ଲୁଣ ପକାଇ ଚକଟି ଦିଅନ୍ତୁ। କରେଇରେ ତେଲ ଗରମ କରି ପଣସ କଠା ଚକଟାକୁ ବରା ଆକାର କରି ଛାଣି ଦିଅନ୍ତୁ।

ଏହା ପରେ ପ୍ୟାନ୍‌ରେ ତେଲ ଗରମ କରି କଟା ପିଆଜ, କଟା ଅଦା, ରସୁଣ, କଟା କଞ୍ଚା ଲଙ୍କା, ଭୃସଙ୍ଗ ପତ୍ର ପକାନ୍ତୁ। ଏହା ପରେ ଅଦାରସୁଣ ବଟା, କଟା ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, କାଜୁବଟା ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ କଷନ୍ତୁ।ମସଲା ଭଲରେ କଷି ହୋଇଗଲା ପରେ ସେଥିରେ ତେନ୍ତୁଳି ମଣ୍ଡ ଓ ଚିନି ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ ଗରମ ମସଲା ଗୁଣ୍ଡ ଓ ଛଣା ହୋଇଥିବା ପଣସକଠା ବରା ପକାଇ ଭଲ ଭାବେ ମିଶାନ୍ତୁ। ଏହା ପରେ ପଣସ କଠା ବରାରେ ଷ୍ଟିକ୍‌ ଲଗାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ପଢନ୍ତୁ: ଆସନ୍ତୁ ତିଆରି କରିବା ସ୍ଵାଦିଷ୍ଟ “ଅଣ୍ଡା ଫେଣି ତରକାରୀ”

Related posts

ଆସନ୍ତୁ ଜାଣିବା କେମିତି ତିଆରି କରିବା ପାଲକ୍‌ ପନିର ?

ENO Beuro

ଆସନ୍ତୁ ଜାଣିବା କେମିତି ତିଆରି କରିବେ ମଶରୁମ ପନୀର ପଲାଉ

ENO Beuro

ଆସନ୍ତୁ ତିଆରି କରିବା “ବାଦାମ ଆଇସକ୍ରିମ”

Ratnamani Moharana

Leave a Comment