EnewsOdia.Com

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ‘ଷ୍ଟଫ୍‌ଡ୍‌ କୁକୁମ୍ବର୍‌’

ଆଜି ଆମେ ଆପଣଙ୍କୁ କାକୁଡ଼ି ଓ ପନିର୍‌କୁ ନେଇ ପ୍ରସ୍ତୁତ ନିଆରା ସ୍ୱାଦର ‘ଷ୍ଟଫ୍‌ଡ୍‌ କୁକୁମ୍ବର୍‌’ର ପ୍ରସ୍ତୁତି ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ

କାକୁଡ଼ି, ପନିର୍‌, ଟମାଟୋ, ସୂର୍ଯ୍ୟମୁଖୀ ମଞ୍ଜି, ତୁଳସୀ ପତ୍ର, ଗୋଲମରିଚ ଗୁଣ୍ଡ, ସ୍ୱାଦାନୁସାରେ ଲୁଣ ଓ ଦହି।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କାକୁଡ଼ିକୁ ଲମ୍ବା ଲମ୍ବା କରି କାଟି ଦିଅନ୍ତୁ। ଏକ ଚାମଚରେ ଏହାର ମଞ୍ଜି ବାହାର କରି ଦିଅନ୍ତୁ। ଏବେ ଏକ ପାତ୍ରରେ ପନିର୍‌, ଟମାଟୋ ଓ ସୂର୍ଯ୍ୟମୁଖୀ ମଞ୍ଜି ପକାଇ ମିଶାନ୍ତୁ। ଏଥିରେ ସ୍ୱାଦ ଅନୁସାରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ କାକୁଡ଼ି ଭିତରେ ଭରନ୍ତୁ। ଏହାକୁ ତୁଳସୀ ପତ୍ରରେ ସଜାନ୍ତୁ। ଆପଣ ଚାହିଁଲେ,ଏଥିରେ ପନିର୍‌ ସ୍ଥାନରେ ଫ୍ଲେବର୍ଡ ଦହି ମଧ୍ୟ ବ୍ୟବହାର କରିପାରିବେ। ଏହାବ୍ୟତୀତ ଆପଣ କାକୁଡ଼ିକୁ ନିଜ ମନ ପସନ୍ଦ ଆକାର ମଧ୍ୟ ଦେଇପାରିବେ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ‘ଷ୍ଟଫ୍‌ଡ୍‌ କୁକୁମ୍ବର୍‌’। ଏହାକୁ ଟମାଟୋ ସସ୍‌ ସହ ପରଷନ୍ତୁ।

ପଢନ୍ତୁ: ଘରେ ପ୍ରସ୍ତୁତ କରନ୍ତୁ ‘ଏଗ କୋରମା’

ସମ୍ବନ୍ଧିତ ଖବର

ଘରେ ପ୍ରସ୍ତୁତ କରନ୍ତୁ ‘ଛତୁ ପତ୍ର ପୋଡ଼ା’

Ratnamani Maharana

ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ବାଦାମ୍ ଫିର୍‌ନି’

Ratnamani Maharana

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ ‘ବଟରଫ୍ଲାଏ ଚିକେନ୍’

Ratnamani Maharana

ଘରେ ପ୍ରସ୍ତୁତ କରନ୍ତୁ ଚିକେନ ଲାବ୍ରାଡର

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘କଦଳୀ ପତ୍ର ଚିକେନ୍‌’

Ratnamani Maharana

ଆଜି ହିଁ ଟ୍ରାଏ କରନ୍ତୁ ଆମଲେଟ୍‌ ବର୍ଗର

Ratnamani Maharana