Loading...

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ଷ୍ଟଫଡ଼୍ ଡାଲି ପରଟା’

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ଷ୍ଟଫଡ଼୍ ଡାଲି ପରଟା’

ମୁଗଡାଲିକୁ ପାଣିରେ ୬-୭ ମିନିଟ୍ ବତୁରାନ୍ତୁ ଓ ଛାଣି ରଖନ୍ତୁ । ପ୍ୟାନରେ ୨ କପ୍ ପାଣି ନେଇ ଲୁଣ ପକାନ୍ତୁ ଓ ଡାଲି ପକାଇ କଭର ଲଗାଇ ସିଝିବା ଯାଏଁ ରାନ୍ଧନ୍ତୁ; ମାତ୍ର ଡାଲି ଯେପରି ଗୋଳି ହୋଇନଯାଏ, ସେଥୁପ୍ରତି ଧ୍ୟନ ଦେବେ ।

 ଆବଶ୍ୟକୀୟ ସାମଗ୍ରୀ

ମୁଗଡାଲି-୧.୫ କପ୍, ଯୁଆଣି- ୧/୨ ଚାମଚ, ସୋରିଷ ତେଲ – ୧ ଚାମଚ, କଟା କଞ୍ଚାଲଙ୍କା – ୧ ଚାମଚ, ଲୁଣ-ସ୍ଵାଦାନୁସାରେ, ଅଟା-୨୫୦ ଗ୍ରାମ୍, ଘିଅ-୩ ଚାମଚ, ଲୁଣ-ଟିପେ, ଯୁଆଣି- ୧/୨ ଚାମଚ, ତେଲ ବା ଘିଅ-ଭାଜିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

ମୁଗଡାଲିକୁ ପାଣିରେ ୬-୭ ମିନିଟ୍ ବତୁରାନ୍ତୁ ଓ ଛାଣି ରଖନ୍ତୁ । ପ୍ୟାନରେ ୨ କପ୍ ପାଣି ନେଇ ଲୁଣ ପକାନ୍ତୁ ଓ ଡାଲି ପକାଇ କଭର ଲଗାଇ ସିଝିବା ଯାଏଁ ରାନ୍ଧନ୍ତୁ; ମାତ୍ର ଡାଲି ଯେପରି ଗୋଳି ହୋଇନଯାଏ, ସେଥୁପ୍ରତି ଧ୍ୟନ ଦେବେ । ଡାଲି ଅଲଗା ଅଲଗା ଥିବା ଦରକାର । ପାଣି ଦରକାର ହେଲେ ପଛରେ ଆଉ ଦେଇପାରନ୍ତି । ହୋଇଗଲେ କାଢି ଥଣ୍ଡା କରନ୍ତୁ । ସେଥିରେ ଯୁଆଣି, ଆମଚୁର, ତେଲ ଓ ଲଙ୍କା ପକାଇ ମିଶାନ୍ତୁ । ଅଟାରେ ସବୁ ସାମଗ୍ରୀ ମିଶାଇ ଦଳି ରଖନ୍ତୁ । ଡାଲିର ମିଶ୍ରଣ ପ୍ରସ୍ତୁତ ହୋଇଗଲେ ଗୁଳା କରି ମଝିରେ ଡାଲି ପୁର ଦେଇ ବନ୍ଦ କରି ହାଲକା ହାତରେ ବେଲିଦିଅନ୍ତୁ । ନନ୍‌ଷ୍ଟିକ୍ ତାୱା ଗରମ କରି ଘିଅ ବା ରିଫାଇନ ତେଲ ଦେଇ ଦୁଇପଟ ହେଲାଯାଏଁ ସେକନ୍ତୁ । ଚଟଣି, ଦହି ବା ତରକାରି ସହ ଗରମ ଗରମ ପରସନ୍ତୁ | ଏହା ଖୁବ୍ ସ୍ବାଦିଷ୍ଟ ଏବଂ ପୋଷକ ମଧ୍ୟ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.