Recipes & Food Uncategorized

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସୁଜି ଓ କଳାଚଣା କଟଲେଟ୍

suji katlet

ଆବଶ୍ୟକୀୟ ସାମଗ୍ରୀ

ସିଝା କଳା ଚଣା-୨୦୦ଗ୍ରାମ
ସୁଜି-୪୦୦ଗ୍ରାମ
କଞ୍ଚା ଲଙ୍କା-୩ଟି
ଦହି-ଗୋଟେ କପ
ଧନିଆ ପତ୍ର
ଭଜା ଜୀରା
ବଟା ଅଦା
ଛାଣିବା ପାଇଁ ତେଲ
ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ସିଝା କଳା ଚଣା, ସୁଜି କଞ୍ଚା ଲଙ୍କା,ଦହି,ଧନିଆ ପତ୍ର,ଭଜା ଜୀରା, ଅଦା ଏବଂ ଦହି ଗ୍ରାଇଣ୍ଡଂ କରି ନିଅନ୍ତୁ ।ଏହାକୁ ଏକ ପାତ୍ରକୁ ବାହାର କରନ୍ତୁ । ଅନ୍ୟ ଏକ ପାତ୍ରରେ ସୁଜି,ଅଦା ଏବଂ ଭଜା ଜୀରା ଏକାଠି ମିଶାନ୍ତୁ ।ଏବେ ଏଥିରେ କଳା ଜୀରା ମିଶ୍ରଣକୁ ଭଲ ଭାବେ ମିଶାନ୍ତୁ । ମିଶ୍ରଣକୁ ଏଭଳି ବହଳ ରଖନ୍ତୁ,ଯାହାକୁ ଆପଣ କଟଲେଟ୍ ଆକାର ଦେଇ ପାରିବେ । ମିଶ୍ରଣକୁ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ । ଏମିତି କରିବା ଦ୍ୱାରା ସୁଜି ଭଲ ଭାବେ ଫୁଲିବ । ଏଥିରେ ଏବେ କଟା ଧନିଆ ପତ୍ର ମିଶାଇ ଛୋଟ ଛୋଟ କଟ୍ଲେଟ୍ ପ୍ରସ୍ତୁତ କରନ୍ତୁ ।

ଗ୍ୟାସରେ କଡେଇ ରଖି ତେଲ ଗରମ କରନ୍ତୁ । ତେଲ ଭଳ ଭାବେ ଗରମ ହେଲେ ଏଥିରେ କଟ୍ଲେଟ୍ ପକାନ୍ତୁ । କଟ୍ଲେଟ୍ ଭଲ ଭାବେ ହଳଦିଆ ହେବା ଯାଏଁ ଛାଣନ୍ତୁ ।ଏବେ ପ୍ରସ୍ତୁତ ହୋଇଗଲା ଗରମା ଗରମ କଟ୍ଲେଟ ।

suji chana katlet

ପଢନ୍ତୁ: ବର୍ଷାରେ ମଜା ନିଅନ୍ତୁ ମୁଗ ଡାଲିରୁ ପ୍ରସ୍ତୁତ ଚଟପଟା ଖାଇବା: ମୁଗ ଡାଲି ପକୁଡି

Related posts

ଘରେ କିପରି ପ୍ରସ୍ତୁତ କରିବେ ଆପେଲ ଟି ଜାଣନ୍ତୁ ?

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ”ତନ୍ଦୁରୀ ପମଫ୍ରେଟ”

Ratnamani Moharana

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ମେଥି ଚିଙ୍ଗୁଡ଼ି’, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

Leave a Comment