Recipes & Food

ବର୍ଷା ପାଗରେ ଗରମ ଗରମ ଚାହା ସହ ମଜା ନିଅନ୍ତୁ ‘ସ୍ୱିଟ୍ ଚିଲି ବାଦାମ’ର

Untitled 1

ଓଡିଶାରେ ଏବେ ଏବେ ପ୍ରବେଶ କରିଛି ମୌସୁମୀ। ଏବେ ଖରା ନୁହେଁ ଖାଲି ଦେହରେ ବାଜୁଛି ଥଣ୍ଡା ପବନ। ଏଭଳି ପାଗରେ ପ୍ରାୟ ସମସ୍ତଙ୍କ ପସନ୍ଦର ଜଳଖିଆ ହେଉଛି ଚାହା ସହ ଗରମ ପକୁଡିର। ମାତ୍ର ଚାହା ସହ ପକୁଡିର ମିଶ୍ରଣକୁ ପୁରା ଫିକା ପକେଇଦେବ ଏହି ଖାଦ୍ୟ। ତେବେ ଆସନ୍ତୁ ଏହି ବର୍ଷା ପାଗରେ ଗରମ ଗରମ ଚାହା ସହ ମଜା ‘ସ୍ୱିଟ୍ ଚିଲି ବାଦାମ’ର।

ଆବଶ୍ୟକ ସାମଗ୍ରୀ

ବାଦାମ, ଏଗ୍‌ ହ୍ୱାଇଟ୍, ଭୃସଙ୍ଗ ପତ୍ର, ଲୁଣ, ଚିନି, ଲଙ୍କା ଗୁଣ୍ଡ ଓ ବଟର୍।

ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମାଇକ୍ରୋୱେଭ୍‌ରେ ଭୃସଙ୍ଗ ପତ୍ରକୁ କମ୍‌ ତାପମାତ୍ରାରେ ଡ୍ରାଏ କରି ଦିଅନ୍ତୁ। ଏହା ଶୁଖିଗଲା ପରେ ଏହାକୁ  ଗୁଣ୍ଡ କରି ଏକ ପାତ୍ରରେ ରଖନ୍ତୁ। ଏବେ ଏଥିରେ ଲୁଣ, ଚିନି, ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ବର୍ତ୍ତମାନ ଏହି ମିଶ୍ରଣରେ ଏଗ୍‌ ହ୍ୱାଇଟ୍ ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣରେ ବାଦାମ ଗୋଳାନ୍ତୁ। ଏହି କୋଟେଡ୍‌ ବାଦାମକୁ ରୋଷ୍ଟିଙ୍ଗ ଟ୍ରେରେ ଭଲ ଭାବେ ବଟର ମାରି ଚାରି ଆଡ଼କୁ ଖେଳାଇ ରଖି ଓଭାନ୍‌ରେ୧୦ ମିନିଟ୍ ବେକ୍‌ କରନ୍ତୁ। ୧୦ ମିନିଟ୍ଏ‌ ପରେ ଏହାକୁ ଓଭନରୁ କାଢ଼ି ଆଣନ୍ବେତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ସ୍ୱିଟ୍ ଚିଲି ବାଦାମ’। ବର୍ଷା ପାଗରେ ଗରମ ଗରମ ଚା’ ସହିତ ଏହାର ମଜା ନିଅନ୍ତୁ।

ପଢନ୍ତୁ: ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ଫିସ୍‌ ଅମ୍‌ଲେଟ୍”

 

Related posts

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘କଡ଼ାଇ ଚିକେନ୍’

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ପାଳଙ୍ଗ ବରା

ENO Beuro

ଆସନ୍ତୁ ତିଆରି କରିବା “ପନିର କର୍ନ କବାବ”

Ratnamani Moharana

Leave a Comment