Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଖାଣ୍ଟି ଓଡ଼ିଆ ମିଠା ‘ପାରିଜାତ’

ପୂଜାପାର୍ବଣରେ  ଓ ଖୁସି ମଉକାରେ ଖୋଜା ପଡେ ମିଠାର। ତେବେ ବାହାର ମିଠାର ବ୍ୟବାହର ପରିବର୍ତେ ଯଦି ଆମେ ଘରେ ମିଠା ତିଆରି କରି ଖୁଆଇବା ତେବେ ଖୁସି ଦୁଇ ଗୁଣ ହୋଇଯାଇଥାଏ। ଆସନ୍ତୁ ଆଜି ସେପରି  ଏକ ମିଠାର ପ୍ରସ୍ତୁତ ପ୍ରଣାଳୀ ବିଷୟରେ ଜାଣିବା ଯାହାକୁ ତିଆରି କରିବା ପାଇଁ କମ ସାମଗ୍ରୀ ସହିତ କମ ସମୟର ମଧ୍ୟ ଆବଶ୍ୟକତା ରହିଥାଏ।

ଆବଶ୍ୟକ ସାମଗ୍ରୀ

ଅଟା

କଦଳୀ

ଚିନି

ଗୁଜୁରାତି ଗୁଣ୍ଡ

ଗୁଡ଼

ରିଫାଇନ୍ ତେଲ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗୋଟେ ପାତ୍ରରେ କଦଳୀ, ଚିନି, ଗୁଜୁରାତି ଗୁଣ୍ଡ ପକେଇ ଭଲଭାବେ ମିଶେଇ ଦିଅନ୍ତୁ। ତା’ପରେ ସେଥିରେ ଅଟା ଓ ପାଣି ପକାଇ ଭଲଭାବେ ଚକଟି ଦିଅନ୍ତୁ। ତାୱାରେ ତେଲ ଗରମ କରି ଅଟା କଦଳୀ ଚକଟାକୁ ଗୋଲଗୋଲ ପିଠା ଆକାର କରି ସେକନ୍ତୁ। ଏହାପରେ ଗୁଡ଼କୁ ପାଗ କରି ତିଆରି ହୋଇଥିବା ପିଠାକୁ ସେଥିରେ ପକେଇ ଦିଅନ୍ତୁ। ୨ରୁ ୩ ମିନିଟ୍ ଗୁଡ଼ ପାଗରେ ବୁଡାଇ ରଖିବା ପରେ ପ୍ରସ୍ତୁତ ହୋଇଯିବ ପାରିଜାତ। ଖାଆନ୍ତୁ ଆଉ ଖୁଆନ୍ତୁ ଏହି ପାରମ୍ପରିକ ଓଡ଼ିଆ ମିଠା।

ପଢନ୍ତୁ: ଆଜି ହିଁ ପ୍ରସ୍ତୁତ କରନ୍ତୁ ସାଉଥ୍‌ ଇଣ୍ଡିଆନ୍‌ ଭେଜ୍‌ ପନିୟାରମ୍‌

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ଡାଲ ପନିର”

Ratnamani Moharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ରାଜସ୍ଥାନୀ ମଖନିଆ ଲସି”

Ratnamani Moharana

ଘରେ କିପରି ପ୍ରସ୍ତୁତ କରିବେ ରସାବଳୀ ଜାଣନ୍ତୁ ?

ENO Beuro

Leave a Comment