EnewsOdia.Com

ଘରେ ତିଆରି କରନ୍ତୁ ସ୍ଵାଦିଷ୍ଟ ‘ତନ୍ଦୁରୀ ପାମ୍ପଲେଟ୍’

ଆବଶ୍ୟକ ସାମଗ୍ରୀ

ପାମ୍ପଲେଟ୍ ମାଛ, ସୋରିଷ ବଟା, ଅଦାରସୁଣ ବଟା, ଲେମ୍ବୁ, ଗରମ ମସଲା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, ଆଚାର, ଖାଇବା ଲାଲ୍‌ ରଙ୍ଗ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପାମ୍ପଲେଟ୍ ମାଛରୁ ପିତ୍ତକୁ ବାହାର କରି ଦିଅନ୍ତୁ। ଏହାପରେ ମଛର ଉପରି ଭାଗକୁ ଛୁରୀରେ ଦୁଇ ଭାଗ କରି କାଟି ଦିଅନ୍ତୁ। ମାଛକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ। ବର୍ତ୍ତମାନ ଗୋଟିଏ ପାତ୍ରରେ ଅଦା-ରସୁଣ ବଟା, ଲେମ୍ବୁରସ, ଲାଲ ରଙ୍ଗ, ଗରମ ମସଲା ଗୁଣ୍ଡ, ସୋରିଷ ବଟା, ଜିରା ଗୁଣ୍ଡ, ଆଚାର, ଲଙ୍କା ଗୁଣ୍ଡ, ସୋରିଷ ତେଲ ଏବଂ ଆବଶ୍ୟକ ପରିମାଣରେ ଲୁଣ ପକାଇ ଫେଣ୍ଟି ଦିଅନ୍ତୁ। କିଛି ସମୟ ପରେ ପାମ୍ପଲେଟ୍ ମାଛକୁ ଏହି ମିଶ୍ରଣରେ ଭଲ କରି ଗୋଳାଇ ୩୦ ମିନିଟ୍ ରଖନ୍ତୁ।

ତନ୍ଦୁରୀ କାଠିରେ ମାଛକୁ ଫୋଡ଼ି ତନ୍ଦୁରୀ ମଧରେ ସିଝିବା ପର୍ଯ୍ୟନ୍ତ ରଖନ୍ତୁ। ଯେତେବେଳେ ମାଛରୁ ପାଣି ଶୁଖିଯାଇ ଲାଲ ରଙ୍ଗ ପଡ଼ିଯିବ ସେତେବେଳେ ଏହାକୁ ବାହାର କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ତନ୍ଦୁରୀ ପାମ୍ପଲେଟ୍’। ଏହାକୁ ସାଲାଡ୍‌ ସହ ଗରମ ଗରମ ପରଷନ୍ତୁ।

 

ପଢନ୍ତୁ: ପାକିସ୍ତାନ ଯୁଦ୍ଧ ସଂଗ୍ରାହଳୟରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଷ୍ଟାଚ୍ୟୁ

ସମ୍ବନ୍ଧିତ ଖବର

ପ୍ରସ୍ତୁତ କରନ୍ତୁ ‘ସୁଫିଆନା ପନିର ଟିକା’

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ପୋଇ ପତ୍ର-ଅଣ୍ଡା ସ୍ୟାଣ୍ଡୱିଚ୍’

Ratnamani Maharana

ଜାଣନ୍ତୁ ମସଲା ଚା’ ତିଆରି କରିବାର ସଠିକ ପ୍ରଣାଳୀ

Ratnamani Maharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ବସାଦହି ମଟନ୍’

Ratnamani Maharana

ଘରେ ତିଆରି କରନ୍ତୁ ‘ଚିଜି କର୍ଲିଫ୍ଲାୱାର’

Ratnamani Maharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ “ଗୋଟା କୁକୁଡ଼ା ମସଲା ପୋଡ଼ା”

Ratnamani Maharana