Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ”ତନ୍ଦୁରୀ ପମଫ୍ରେଟ”

ଆବଶ୍ୟକୀୟ ସାମଗ୍ରୀ

ପମଫ୍ରେଟ ମାଛ

ସୋରିଷ ବଟା

ଅଦାରସୁଣ ବଟା

ଲେମ୍ବୁ

ଗରମ ମସଲା

ଜିରା ଗୁଣ୍ଡ

ଲଙ୍କା ଗୁଣ୍ଡ

ସୋରିଷ ତେଲ

ଆଚାର

ଖାଇବା ଲାଲ୍‌ ରଙ୍ଗ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପମଫ୍ରେଟ ମାଛରୁ ପିତ୍ତକୁ ବାହାର କରି ଦିଅନ୍ତୁ। ଏହାପରେ ମାଛର ଉପରି ଭାଗକୁ ଛୁରୀରେ ଦୁଇ ଭାଗ କରି କାଟି ଦିଅନ୍ତୁ। ମାଛକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ। ବର୍ତ୍ତମାନ ଗୋଟିଏ ପାତ୍ରରେ ଅଦା-ରସୁଣ ବଟା, ଲେମ୍ବୁରସ, ଲାଲ ରଙ୍ଗ, ଗରମ ମସଲା ଗୁଣ୍ଡ, ସୋରିଷ ବଟା, ଜିରା ଗୁଣ୍ଡ, ଆଚାର, ଲଙ୍କା ଗୁଣ୍ଡ, ସୋରିଷ ତେଲ ଏବଂ ଆବଶ୍ୟକ ପରିମାଣରେ ଲୁଣ ପକାଇ ଫେଣ୍ଟି ଦିଅନ୍ତୁ। କିଛି ସମୟ ପରେ ପମଫ୍ରେଟ ମାଛକୁ ଏହି ମିଶ୍ରଣରେ ଭଲ କରି ଗୋଳାଇ ୩୦ ମିନିଟ୍ ରଖନ୍ତୁ।ତନ୍ଦୁରୀ କାଠିରେ ମାଛକୁ ଫୋଡ଼ି ତନ୍ଦୁରୀ ମଧରେ ସିଝିବା ପର୍ଯ୍ୟନ୍ତ ରଖନ୍ତୁ। ଯେତେବେଳେ ମାଛରୁ ପାଣି ଶୁଖିଯାଇ ଲାଲ ରଙ୍ଗ ପଡ଼ିଯିବ ସେତେବେଳେ ଏହାକୁ ବାହାର କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ତନ୍ଦୁରୀ ପମଫ୍ରେଟ’। ଏହାକୁ ସାଲାଡ୍‌ ସହ ଗରମ ଗରମ ପରଷନ୍ତୁ।

ପଢନ୍ତୁ: ଆସନ୍ତୁ ତିଆରି କରିବା “ସିମେଇ ବିରିଆନୀ”

Related posts

ଘରେ କିପରି ପ୍ରସ୍ତୁତ କରନ୍ତୁ ପନିର ବଟର ମସଲା !

ENO Beuro

ଘରେ ତିଆରି କରନ୍ତୁ ମିଲ୍କ-କେକ୍, ଜାଣିରଖନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଅଟା ହଲୱା। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

Leave a Comment