27.1 C
Bhubaneswar
July 23, 2021
EnewsOdia.Com
ରୋଷେଇ

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ତରଭୁଜ ଖାସି ମାଂସପୋଡ଼ା’

ଆବଶ୍ୟକୀୟ ସାମଗ୍ରୀ

ତରଭୁଜ, ଖାସି ମାଂସ, ଦହି, ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଛେଚା ରସୁଣ, ଅଦାରସୁଣ ବଟା, ଧନିଆ ପତ୍ର ବଟା, କଞ୍ଚା ଲଙ୍କା, ଗରମ ମସଲା, ଧନିଆ ପତ୍ର ଓ ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଖାସି ମାଂସରେ ଦହି, ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ ଓ ଛେଚା ରସୁଣ ପକାନ୍ତୁ। ତା’ପରେ ସେଥିରେ ଅଦାରସୁଣ ବଟା, ଧନିଆ ପତ୍ର ବଟା, କଞ୍ଚା ଲଙ୍କା, ଗରମ ମସଲା, ଧନିଆ ପତ୍ର ଓ ରିଫାଇନ୍‌ ତେଲ ପକାଇ ଭଲଭାବେ ମ୍ୟାରିନେଟ୍‌ କରନ୍ତୁ। ଏବେ ଗୋଟା ତରଭୁଜକୁ ମଝିରୁ ଦୁଇ ଖଣ୍ଡ କରି ଦିଅନ୍ତୁ ଏବଂ ଏହାର ଭିତର ଅଂଶକୁ କୋରି ବାହାର କରିଦିଅନ୍ତୁ। ଗୋଟିଏ ଫାଳରେ ମ୍ୟାରିନେଟ୍‌ ହୋଇଥିବା ମାଂସକୁ ଭର୍ତ୍ତି କରିଦିଅନ୍ତୁ ଏବଂ ଆରଫାଳରେ ଏହାର ମୁହଁକୁ ବନ୍ଦ କରି ମଇଦା ଚକଟା ଦେଇ ଭଲଭାବେ ସିଲ୍‌ କରି ଦିଅନ୍ତୁ। ବର୍ତ୍ତମାନ ଚୁଲିରେ ଥିବା ନିଆଁ ଅଙ୍ଗାର ଭିତରେ ଏହି ତରଭୁଜକୁ ରଖି ତା ଉପରେ ଆଉ କିଛି ଅଙ୍ଗାର ପକାଇ ଦିଅନ୍ତୁ। ୪୫ ରୁ ୫୦ ମିନିଟ୍‌ ଭିତରେ ପ୍ରସ୍ତୁତ ହୋଇଯିବ ତରଭୁଜ ମାଂସ ପୋଡ଼ା।

ପଢନ୍ତୁ: ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ଚିକେନ୍ ରୋଷ୍ଟ’

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଟେମ୍ପୁରା ପ୍ରନ୍ (ଚିଙ୍ଗୁଡ଼ି)’

Ratnamani Maharana

ଜଳଖିଆରେ ପ୍ରସ୍ତୁତ କରନ୍ତୁ ‘ସିମେଇ କେଶରୀ’

Ratnamani Maharana

ଆଜି ଘରେ ଆଳୁକୁ ନେଇ ବନାନ୍ତୁ କିଛି ହଟକେ, ‘ଗାର୍ଲିକ ପଟାଟୋ’

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More