Loading...

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଟେମ୍ପୁରା ପ୍ରନ୍ (ଚିଙ୍ଗୁଡ଼ି)’

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଟେମ୍ପୁରା ପ୍ରନ୍ (ଚିଙ୍ଗୁଡ଼ି)’

ପ୍ରଥମେ ଚିଙ୍ଗୁଡ଼ିର ମୁଣ୍ଡ କାଟି ଅଲଗା କରିନିଅନ୍ତୁ । ଅଣ୍ଡା, ମଇଦା, ଟେମ୍ପୁରା ମିକ୍ସ ଓ ଥଣ୍ଡା ପାଣି ଭଲକରି ଫେଣ୍ଟନ୍ତୁ । ଏଥର ଲୁଣ ଓ ଅଦାକୋରା ମିଶାନ୍ତୁ ।

ଆବଶ୍ୟକୀୟ ସାମଗ୍ରୀ 

ଚିଙ୍ଗୁଡ଼ି – ୧୦ଟି ମଧ୍ୟମ, ଚିନି – ୩ ଟେବୁଲ୍-ଚାମଚ, ରିଫାଇନ – ଭାଜିବା ପାଇଁ, ଟେମ୍ପୁରା ମିକ୍ସ -୧ ପ୍ୟାକେଟ୍ ( ଚାଇନିଜ୍  ଆଇଟମ ବଜାର ରେ ମିଳେ) କିମ୍ବା ଚାଉଳ ଗୁଣ୍ଡ-୧ କପ୍, ମଇଦା –  ୧ କପ୍, ଅଣ୍ଡା – ୧ଟି, କୋରା ଅଦା – ୩ ଟେବୁଲ୍-ଚାମଚ, ସୋୟା ସସ୍ – ୨ ଟେବୁଲ୍-ଚାମଚ, ଲୁଣ – ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିଙ୍ଗୁଡ଼ିର ମୁଣ୍ଡ କାଟି ଅଲଗା କରିନିଅନ୍ତୁ । ଅଣ୍ଡା, ମଇଦା, ଟେମ୍ପୁରା ମିକ୍ସ ଓ ଥଣ୍ଡା ପାଣି ଭଲକରି ଫେଣ୍ଟନ୍ତୁ । ଏଥର ଲୁଣ ଓ ଅଦାକୋରା ମିଶାନ୍ତୁ । ସେହି ମିଶ୍ରଣରେ ଚିଙ୍ଗୁଡ଼ି ଗୋଳାଇ ତେଲରେ ଲାଲ୍ କରି ଭାଜନ୍ତୁ । ଗୋଟିଏ ପାତ୍ରରେ ୨ ଟେବୁଲ୍-ଚାମଚ ସୋୟା ସସ୍ ଓ ୧ଟେବୁଲ୍-ଚାମଚ ଚିନି ମିଶାଇ ଅଧା ହେବାଯାଏଁ ଫୁଟାଇ ରଖନ୍ତୁ । ଏଥର ଛଣା ଚିଙ୍ଗୁଡ଼ି ସହ ଏହି ସସ୍ ସଜାଇ ସର୍ଭ କରନ୍ତୁ |

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.