24.1 C
Bhubaneswar
December 7, 2021
EnewsOdia.Com
ରୋଷେଇ

ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ ”ତିଖା ଚିଙ୍ଗୁଡି”

ଆବଶ୍ୟକ ସାମଗ୍ରୀ

ଚିଙ୍ଗୁଡି, ଲୁଣ, ତେଲ, ଲଙ୍କା ପାଉଡର, ହଳଦୀ ପାଉଡର, ଶୁଖିଲା ଲଙ୍କା, ଗୋଟା ଧନିଆ, ଧନିଆ ପତ୍ର, ତେନ୍ତୁଳୀ ରସ, ରସୁଣ, ଗରମ ମସଲା ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିଙ୍ଗୁଡିକୁ ଧୋଇ ସେଥିରେ ଲୁଣ ଏବଂ ହଳଦୀ ପାଉଡର, ଲଙ୍କା ପାଉଡର ଗୋଳାଇବେ । ଏହାପରେ ଗ୍ୟାସରେ ପ୍ୟାନ ବସେଇ ସେଥିରେ ଗୋଟା ଧନିଆ ଏବଂ ଶୁଖିଲା ଲଙ୍କା ପକାଇ ଫ୍ରାଏ କରିବେ । ଏହାପରେ  ଫ୍ରାଏ କରିଥିବା ଧନିଆ ଏବଂ ଶୁଖିଲା ଲଙ୍କାକୁ ନେଇ ସେଥିରେ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ରସୁଣ ଛେଚା ପକାଇ ଫ୍ରାଏ କରିବେ । ରସୁଣ ଗୋଲ୍ଡେନ କଲର ହେବାପରେ ସେଥିରେ, ଗ୍ରାଇଣ୍ଡିଂ କରିଥିବା ମିଶ୍ରଣ ପକାଇ ମିକ୍ସ କରିବେ । ଏହାପରେ ସେଥିରେ, ଅଳ୍ପ ପାଣି ପକାଇ ମସଲାକୁ ଭଲଭାବେ ଗୋଳାଇ, ସେଥିରେ ପୂର୍ବରୁ ଗୋଳାଇ ରଖିଥିବା ଚିଙ୍ଗୁଡି ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ମିକ୍ସ କରିବେ । ତାପରେ ସେଥିରେ ଅଳ୍ପ ତେନ୍ତୁଳୀ ରସ ପକାଇ ମିକ୍ସ କରି, ଘୋଡଣୀ ଘୋଡାଇ, ଚିଙ୍ଗୁଡିକୁ ସିଝିବାକୁ ଛାଡିବେ । ଦେଖିବେ ଚିଙ୍ଗୁଡି ସିଝି ଆସିଲେ, ସେଥିରେ ଅଳ୍ପ ଲୁଣ, କଟା ଧନିଆ ପତ୍ର, ଗରମ ମସଲା ପକାଇ ୩ ରୁ ୪ ମିନିଟ ଯାଏଁ ମିକ୍ସ କରିବେ । ଏହାପରେ ଗ୍ୟାସ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ତିଖା ଚିଙ୍ଗୁଡି । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।

ପଢନ୍ତୁ: ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ବୁନ୍ଦିଆ ଖିରି’

Related posts

ଆସନ୍ତୁ ପ୍ରସ୍ତୁତ କରିବା ‘ଆଳୁ ଚିକେନ୍‌ ବରା’

Ratnamani Maharana

ଖ୍ରୀଷ୍ଟମାସ ପାର୍ଟି ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ଭାନିଲା କ୍ରିସେଣ୍ଟ’

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ‘ଷ୍ଟଫ୍‌ଡ୍‌ କୁକୁମ୍ବର୍‌’

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More