Recipes & Food

ଘରେ ପ୍ରେସର୍‌ କୁକରରେ ତିଆରି କରନ୍ତୁ ସ୍ୱାଦିଷ୍ଟ “ଭାନିଲା କେକ୍‌”

କେକ ତ ସବୁବେଳେ ଆମେ ଖାଉଛେ ମାତ୍ର ଘର ତିଆରି କେକ ହୁଏତ କେହି ଖଇନଥିବେ। ଆସନ୍ତୁ ଆଜି ଆମେ ତିଆରି କରିବା ପ୍ରେସର ଭାନିଲା କେକ

ଆବଶ୍ୟକୀୟ ସାମଗ୍ରୀ

ମଇଦା

ବେକିଂ ସୋଡ଼ା

ବେକିଂ ପାଉଡର୍‌

ବଟର୍‌

ଗୁଣ୍ଡ ହୋଇଥିବା ଚିନି

ତେଲ

ଦହି

ଲୁଣ

ତେଲ

ବଟର୍‌ ପେପର୍‌

କ୍ଷୀର

ଭାନିଲା ଏସେନ୍ସ।

ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ

ପ୍ରଥମେ ଏକ ପାତ୍ର ନେଇ ଗୋଟେ କପ୍‌ ମଇଦା ନିଅନ୍ତୁ। ତା ପରେ ସେଥିରେ ଗୋଟେ ଛୋଟ ଚାମଚ ବେକିଂ ସୋଡ଼ା ଏବଂ ଗୋଟେ ଛୋଟ ଚାମଚ ବେକିଂ ପାଉଡର୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।ଏହା ପରେ ଅନ୍ୟ ଏକ ପାତ୍ରରେ ୧୦୦ ଗ୍ରାମ ବଟର ନେଇ ତାକୁ ଚାମଚ ସାହାଯ୍ୟରେ ଭଲରେ ଗୋଳାଇ ଦିଅନ୍ତୁ। ତାହା ଯେପରି ଖଣ୍ଡ ହୋଇ ରହିବ ନାହିଁ।  ସେଥିରେ ଗୁଣ୍ଡ ହୋଇଥିବା ଚିନି ପକାଇ ଭଲ ଭାବେ ଗୋଳାନ୍ତୁ।ଏହା ପରେ ସେଥିରେ ୧/୪ କପ୍‌ ତେଲ ଓ  ଅଧା କପ୍‌ ଦହି ପକାଇ ଆଉ ଥରେ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗ୍ୟାସ୍‌ରେ ପ୍ରେସର୍‌ କୁକର୍‌ ବସାଇ ସେଥିରେ ଲୁଣ ଦେଇ  କୁକର୍‌ର ଢାଙ୍କୁଣି ଦେଇ ଗରମ ହେବା ପାଇଁ ଛାଡ଼ି ଦିଅନ୍ତୁ। ମନେ ରଖନ୍ତୁ ଗ୍ୟାସ୍‌କୁ ଏହି ସମୟରେ ମଧ୍ୟମ ଆଞ୍ଚରେ ରଖିବେ। ଏକ କେକ୍‌ ପ୍ୟାନ୍‌ ନେଇ ସେଥିରେ ଅଳ୍ପ ତେଲ ଲଗାଇ ଦିଅନ୍ତୁ। ଉକ୍ତ କେକ୍‌ ପ୍ୟାନ୍‌ରେ ବଟର୍‌ ପେପର୍‌ ରଖନ୍ତୁ।  ବଟର୍‌ ପେପର୍‌ ଉପରେ ମଧ୍ୟ ଭଲ ଭାବେ ବଟର୍‌ ଲଗାଇ ଦିଅନ୍ତୁ। ଆପଣଙ୍କୁ ଯଦି ବଟର୍‌ ପେପର୍‌ ମିଳୁନାହିଁ ତାହାଲେ କେକ୍‌ ପ୍ୟାନ୍‌ରେ ତେଲ ଲଗାଇ ସାରିଲା ପରେ ମଇଦା ପକାନ୍ତୁ। ପୂର୍ବରୁ ଦହିରେ ବଟର୍‌ ଏବଂ ଗୁଣ୍ଡ ଚିନି ଗୋଳା ଯାଇଥିବା ଘୋଳରେ ମଇଦା, ବେକିଂ ସୋଡ଼ା, ବେକିଂ ପାଉଡର୍‌ ଗୋଳା ଯାଇଥିବା ପାଉଡର୍‌କୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।ଏଠାରେ ମନେ ରଖନ୍ତୁ ଏହି ସବୁ ଜିନିଷକୁ ଆପଣ ଧିରେ ଧିରେ ଗୋଳାଇବେ। ନ ହେଲେ ଏହା ମଇଦାରେ ସଠିକ୍‌ ଭାବେ ମିଶି ପାରିବ ନାହିଁ। ଏଥିରେ କେକ୍‌ ଭାଙ୍ଗିଯିବାର ମଧ୍ୟ ଆଶଙ୍କା ରହିଛି। ତେବେ ସବୁ ଗୋଳାଇ ସାରିଲା ପରେ କ୍ଷୀର ପକାଇ ଆଉ ଥରେ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଅଳ୍ପ ଭାନିଲା ଏସେନ୍ସ ପକାଇ ଆଉ ଥରେ ଗୋଳାଇ ଦିଅନ୍ତୁ। ଏହାକୁ ଗାଢ଼ା ରଖିବେ। ଅଧିକା ପାଣିଆ କରିବେ ନାହିଁ। ଏବେ ଘୋଳକୁ କେକ୍‌ ପ୍ୟାନ୍‌ରେ ଢ଼ାଳନ୍ତୁ। ଆଉ ଏହାକୁ ଅଳ୍ପ ହଲ୍‌ଚଲ୍‌ କରନ୍ତୁ। ଯେପରିକି ଏହା ଭିତରେ ଥିବା ବବଲ୍‌ଗୁଡ଼ିକ ବାହାରି ଆସିବ। ବର୍ତମାନ ଗରମ କୁକର୍‌ରେ ସେହି ପ୍ୟାନ୍‌କୁ ରଖନ୍ତୁ। ଆଉ ଏହାକୁ ୧୫ ମିନିଟ୍‌ ଯାଏ ମିଡିୟମ୍‌ ଆଞ୍ଚରେ ଛାଡ଼ି ଦିଅନ୍ତୁ। ଏଠାରେ ଧ୍ୟାନ ରଖିବେ ଆପଣ ପୂରା ୩୦ ମିନିଟ୍‌ ଏହାକୁ ଗ୍ୟାସ୍‌ ଉପରେ ରହିବାକୁ ଦେବେ।ଏହା ପରେ କେକ୍‌ ଠିକ୍‌ରେ ହେଇଛି ନା ନାହିଁ ଆପଣ ଏକ ଛୁରି ସାହାଯ୍ୟରେ  ଦେଖିପାରିବେ। ଯଦି ଛୁରିରେ ଏହା ଲାଗିଯାଉଛି ତାହାଲେ ଆପଣ ଜାଣିବେ ଯେ, ଏହା ଠିକ୍‌ ସେ ହୋଇନାହିଁ। ଆଉ ଯଦି ଛୁରିରେ କିଛି ଲାଗୁ ନାହିଁ ତାହାଲେ ଆପଣଙ୍କ କେକ୍‌ ଏବେ ପୂରା ପ୍ରସ୍ତୁତ ହୋଇଯାଇଛି।ଏହା ପରେ କେକ୍‌କୁ ଆପଣ ଥଣ୍ଡା ହେବା ଯାଏ ଛାଡ଼ି ଦିଅନ୍ତୁ। ଥଣ୍ଡା ହେଲା ପରେ ଆପଣ ଏହାକୁ କାଟି ଘର ଲୋକଙ୍କୁ ପରସନ୍ତୁ।

ପଢନ୍ତୁ: ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଖାଣ୍ଟି ଓଡ଼ିଆ ମିଠା ‘ପାରିଜାତ’

Related posts

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ସୁସ୍ଵାଦୁ ମଲାଇ କୋବି

ENO Beuro

ଆସନ୍ତୁ ଜାଣିବା କେମିତି ତିଆରି କରିବେ ମଶରୁମ ପନୀର ପଲାଉ

ENO Beuro

ଆଜି ହିଁ ପ୍ରସ୍ତୁତ କରନ୍ତୁ ଅମୃତଭଣ୍ଡା ହାଲୱା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

Leave a Comment