Loading...

ଖ୍ରୀଷ୍ଟମାସ ପାର୍ଟି ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ଭାନିଲା କ୍ରିସେଣ୍ଟ’

ଖ୍ରୀଷ୍ଟମାସ ପାର୍ଟି ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ଭାନିଲା କ୍ରିସେଣ୍ଟ’

ଯଦି ଆପଣ ଖ୍ରୀଷ୍ଟମାସ ପାଇଁ ଘରେ ସହଜରେ ତିଆରି କରାଯାଇପାରୁଥିବା କିଛି ସ୍ବାଦିଷ୍ଟ ରେସିପି କରିବାକୁ ଚାହୁଛନ୍ତି, ତେବେ ଭାନିଲା କ୍ରେସେଣ୍ଟ ଏକ ଉତ୍ତମ ବିକଳ୍ପ ହୋଇପାରେ।

ଯଦି ଆପଣ ଖ୍ରୀଷ୍ଟମାସ ପାଇଁ ଘରେ ସହଜରେ ତିଆରି କରାଯାଇପାରୁଥିବା କିଛି ସ୍ବାଦିଷ୍ଟ ରେସିପି କରିବାକୁ ଚାହୁଛନ୍ତି, ତେବେ ଭାନିଲା କ୍ରେସେଣ୍ଟ ଏକ ଉତ୍ତମ ବିକଳ୍ପ ହୋଇପାରେ। ଚାଲନ୍ତୁ ଜାଣିବା ଏହାକୁ ଘରେ କିପରି ତିଆରି କରାଯାଇପାରିବ।

 

ଆବଶ୍ୟକୀୟ ସାମଗ୍ରୀ

୬୦୦ ଗ୍ରାମ୍‌ ଲହୁଣୀ, ୫୦୦ ଗ୍ରାମ୍‌ ମଇଦା, ୧ ଟେବଲସ୍ପୁନ୍‌ ଡାଳଚିନି ପାଉଡର, ୧ ଟେବଲସ୍ପୁନ୍‌ ଆଇସିଂ ସୁଗାର, ୧୮୦ ଗ୍ରାମ୍‌ କାଷ୍ଟର ସୁଗାର, ୧୨୦ ଗ୍ରାମ୍‌ ଅଣ୍ଡା କେସର, ୩୦୦ ଗ୍ରାମ୍‌ ପେଶା ବାଦାମ, ୨ ଚାମଚ ଭାନିଲା ବିନ୍ସ।

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ଚିନି, ଲହୁଣୀ, ଅଣ୍ଡା ଓ ଭାନିଲା ବିନ୍ସକୁ ମିଶାଇ ଭଲ ଭାବେ ଫେଣ୍ଟନ୍ତୁ। ଏଥିରେ ଆବଶ୍ୟକ ଅନୁସାରେ ଲୁଣ, ମଇଦା, ବାଦାମ ଓ ଡାଳଚିନି ଗୁଣ୍ଡ ମିଶାଇ ନରମ ଭାବେ ଚକଟନ୍ତୁ। ଏବେ ଏହି ମିଶ୍ରଣର ଗୁଳା ତିଆରି କରି ଅଧା ଚନ୍ଦ୍ର ଆକାରରେ ତିଆରି କରନ୍ତୁ। ଏହିପରି ଭାବେ ସମସ୍ତ କ୍ରେସେଣ୍ଟ ତିଆରି କରି ବେକିଂ ଟ୍ରେରେ ରଖନ୍ତୁ। ଏହାକୁ ୧୦ରୁ ୧୨ ମିନିଟ୍‌ ପାଇଁ ୧୮୦ ଡିଗ୍ରୀ ସେଲ୍‌ସିୟସ୍‌ରେ ଓଭାନ୍‌ରେ ବେକ୍‌ କରନ୍ତୁ। କ୍ରେସେଣ୍ଟ ବେକ୍‌ ହୋଇଗଲା ପରେ ଏହାକୁ ପ୍ଲେଟ୍‌କୁ ବାହାର କରି ଏହା ଉପରେ ଆଇସିଂ ସୁଗାର କୋଟିଂ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଭାନିଲା କ୍ରେସେଣ୍ଟ। ଏହାକୁ ଅତିଥିଙ୍କୁ ପରଷନ୍ତୁ ଓ ନିଜେ ଖାଆନ୍ତୁ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.