Recipes & Food

ଆଜି ହିଁ ପ୍ରସ୍ତୁତ କରନ୍ତୁ ସାଉଥ୍‌ ଇଣ୍ଡିଆନ୍‌ ଭେଜ୍‌ ପନିୟାରମ୍‌

ଆବଶ୍ୟକ ସାମଗ୍ରୀ

ଇଡଲି ବ୍ୟାଟର

ଗାଜର

ଧନିଆ ପତ୍ର

କଟା ଅଦା

ରିଫାଇନ୍‌ ତେଲ

କଟା ପିଆଜ

ବନ୍ଧା କୋବି

ପୁଦିନା ପତ୍ର

କଞ୍ଚା ଲଙ୍କା

ଲୁଣ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ କାଚ ପାତ୍ରରେ ଇଡଲି ବ୍ୟାଟର ଢାଳନ୍ତୁ। ଏହାପରେ ପିଆଜ, ଗାଜର, ଧନିଆ ପତ୍ର, ପୁଦିନା ପତ୍ର, ଅଦା, କଟା କଞ୍ଚାଲଙ୍କା, ବନ୍ଧା କୋବି ଓ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ।  ସମସ୍ତ ସାମଗ୍ରୀକୁ ଭଲ ଭାବେ ମିଶାଇ ସାରିବା ପରେ ଏହାକୁ ୧୫ରୁ ୨୦ ମିନିଟ୍‌ ଅଲଗା ରଖି ଦିଅନ୍ତୁ। ଯାହାଫଳରେ ଏହା ଭଲ ଭାବେ ଫର୍ମେଟ୍‌ ହୋଇଯିବ। ବ୍ୟାଟର ଅଧିକ ମୋଟା ହୋଇଯାଇଥିଲେ, ଏଥିରେ ଆପଣ ଅଳ୍ପ ପାଣି ମିଶାଇପାରିବେ।

ଏହାପରେ ଇଟଲି ଛାଞ୍ଚରେ ଅଳ୍ପ ରିଫାଇନ୍‌ ତେଲ ଦେଇ  ବ୍ୟାଟର ଢାଳନ୍ତୁ। ଏବେ ଇଟଲିର  ଢାଙ୍କୁଣୀ ଘୋଡ଼ାଇ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ। କିଛି ସମୟ ପରେ ଏହାକୁ ଲେଉଟାଇ ଅପରପାର୍ଶ୍ୱକୁ ମଧ୍ୟ ସିଝିବାକୁ ଦିଅନ୍ତୁ। ପନିୟାରମ୍‌ ନ ଫୁଲିବା ଯାଏ ଏହାକୁ ସିଝିବାକୁ ଦିଅନ୍ତୁ। ଛୁରି କିମ୍ବା ଚାମଚରେ ପନିୟାରମ୍‌କୁ ପ୍ଲେଟ୍‌କୁ ବାହାର କରି ନିଜ ପସନ୍ଦର ଚଟଣୀ ସହିତ ଖାଆନ୍ତୁ ଓ ଖୁଆନ୍ତୁ।

ପଢନ୍ତୁ: ଆସନ୍ତୁ ତିଆରି କରିବା “ବାଦାମ ଆଇସକ୍ରିମ”

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ”ସ୍ପାଇସି ତାୱା ଫିଶ୍‌ ଫ୍ରାଏ”

Ratnamani Moharana

ଆସନ୍ତୁ ତିଆରି କରିବା ସ୍ଵାଦିଷ୍ଟ ‘ହଂକଂ ଫିଶ୍’

Ratnamani Moharana

ଘରେ ପ୍ରସ୍ତୁତ କରନ୍ତୁ ପଣସ କଠା ଚିଙ୍ଗୁଡ଼ି !

ENO Beuro

Leave a Comment