Loading...

ଆଜିର ରନ୍ଧାବଢାରେ ଆମେ ଶିଖିବା "ଦହି ବାଇଗଣ"

ଆଜିର ରନ୍ଧାବଢାରେ ଆମେ ଶିଖିବା "ଦହି ବାଇଗଣ"

ଆମର ନିତିଦିନିଆ ଖାଦ୍ୟରେ ଅନେକ ପନିପରିବା ଭିତରେ  ବାଇଗଣର ଚାହିଦା ସବୁଠୁ ଅଧିକ। ଡାଲମା,  ତରକାରୀ,  ଶାଗ ଆଦିରେ ସହ ବାଇଗଣ ପଡ଼େ । ଆଜି ଆମେ ବାଇଗଣକୁ ନେଇ ଆଉ ଗୋଟିଏ ‘ଦହି ବାଇଗଣ’ ର ପ୍ରସ୍ତୁତି ଶିଖିବା।

ଆମର ନିତିଦିନିଆ ଖାଦ୍ୟରେ ଅନେକ ପନିପରିବା ଭିତରେ  ବାଇଗଣର ଚାହିଦା ସବୁଠୁ ଅଧିକ। ଡାଲମା,  ତରକାରୀ,  ଶାଗ ଆଦିରେ ସହ ବାଇଗଣ ପଡ଼େ । ଆଜି ଆମେ ବାଇଗଣକୁ ନେଇ ଆଉ ଗୋଟିଏ ‘ଦହି ବାଇଗଣ’ ର ପ୍ରସ୍ତୁତି ଶିଖିବା। 

ସାମଗ୍ରୀ : ଛୋଟ ବାଇଗଣ,  ରିଫାଇନ ତେଲ, ଶୁଖିଲା ଲଙ୍କା, ଲୁଣ,  ଚିନି, ଭୁର୍ସୁଙ୍ଗ ପତ୍ର, ଫୁଟଣ, କଞ୍ଚା ଲଙ୍କା ଓ  ବସା ଦହି ଭଜା ଜିରା ଗୁଣ୍ଡ ଓ ଲଙ୍କା ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ : ବାଇଗଣକୁ ଭଲ ଭାବରେ ଧୋଇ ଛୁରୀ ସାହାଯ୍ଯରେ ଆରମ୍ଭରୁ ଶେଷ ଯାଏଁ ଚିରା ଲଗାନ୍ତୁ ।  ଚିରା ବାଇଗଣରେ ଲୁଣ ଆଉ ହଳଦୀ   ଗୋଳାଇ ଦଶ ମିନିଟ ଛାଡି ଦିଅନ୍ତୁ। ଅଳ୍ପ ଆଞ୍ଚରେ ରିଫାଇନ ତେଲକୁ ଗରମ କରି ସେଥିରେ ବାଇଗଣକୁ ଛାଣି ନିଅନ୍ତୁ। ଯଦି ତେଲ କମ ଖାଇବା ପାଇଁ ଚାହୁଁଛନ୍ତି ତେବେ ପ୍ୟାନରେ ଭାଜି ଦିଅନ୍ତୁ।  ଗୋଟିଏ ପାତ୍ରରେ ଦହି ନେଇ ସେଥିରେ ସ୍ଵାଦ ଅନୁସାରେ ଲୁଣ ଓ ଚିନି ମିଶେଇ ଗୋଳେଇ ଦିଅନ୍ତୁ।  ମିଶ୍ରଣ ତିଆରି ହେଲା ପରେ ସେଥିରେ ଭଜା ଜିରାଗୁଣ୍ଡ,  ଲଙ୍କା ଗୁଣ୍ଡ, ଟିକି ଟିକି କଟା ହୋଇଥିବା କଞ୍ଚା ଲଙ୍କା ମିଶେଇ ଦିଅନ୍ତୁ। ଏଥର ଛଣା ହୋଇଥିବା ବାଇଗଣକୁ ସେଥିରେ ପକେଇ ଦିଅନ୍ତୁ। ବାଇଗଣ ଯେମିତି ଦହି ମିଶ୍ରଣରେ ବୁଡ଼ି ରହିବ ସେଥିପ୍ରତି ଧ୍ୟାନ ଦେବେ।  ଆଉ ଗୋଟିଏ କଡ଼େଇ ବସେଇ ସେଥିରେ ଅଳ୍ପ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ ଫୁଟଣ, ଶୁଖିଲା ଲଙ୍କା ଓ ଭୁର୍ସୁଙ୍ଗ ପତ୍ରର ଛୁଙ୍କ ପ୍ରସ୍ତୁତ କରି ଦହି ବାଇଗଣର ମିଶ୍ରଣ ଉପରେ ଢାଳି ଦିଅନ୍ତୁ।  ଉପରେ ଭଜା ଜିରାଗୁଣ୍ଡ ଓ ଲଙ୍କାଗୁଣ୍ଡ ଛିଞ୍ଚି ଦିଅନ୍ତୁ। ପ୍ରସ୍ତୁତ ହେଇଗଲା ଦହି ବାଇଗଣ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.