Recipes & Food

ଆସନ୍ତୁ ଜାଣିବା କେମିତି ତିଆରି ହୁଏ “ଖୁଆ ଚିକେନ୍‌”

ଅଧିକାଂଶ ଲୋକ ଆମିଷ ଖାଇବାକୁ ଭଲ ପାଆନ୍ତି। ସାଧାରଣତଃ ଚିକେନ୍‌ ସମସ୍ତଙ୍କର ପ୍ରିୟ ହୋଇଥାଏ। ମାତ୍ର ଘରେ ସବୁବେଳେ ସାଧାରଣ ପ୍ରାଣାଳୀରେ ରୋଷଇ ଚିକେନ୍ ରୋଷେଇ ହୋଇଥାଏ। ଏହି ସାଧାରଣ ପ୍ରଣାଳୀରେ ଚିକେନ୍‌ ଖାଇ ଖାଇ ବିରକ୍ତ ହୋଇଯାଉଥିବେ। ଚିକେନ୍‌ରେ ତିଆରି ଏକ ନୂଆ ଆଇଟମ୍‌ ‘ଖୁଆ ଚିକେନ୍‌’ କରନ୍ତୁ ଯାହାକୁ ଆପଣ ଖାଇଲେ ଭୁଲିବେ ନାହିଁ।

ଜାଣନ୍ତୁ ଖୁଆ ଚିକେନ୍‌ କିପରି ତିଆରି ହୁଏ-

ଆବଶ୍ୟକ ସାମଗ୍ରୀ :

ଚିକେନ୍୫୦୦ ଗ୍ରାମ ,ଦହି ଅଧା କପ୍ ,ଖୁଆ- ୧୦୦ ଗ୍ରାମ, ଶୁଖିଲା ଲଙ୍କା – ୫ଟା, ଧନିଆ ଏକ ଚାମଚ୍, ଘିଅ ୨ ଚାମଚ୍ ,ପାନମଧୁରୀ ଅଧା ଚାମଚ୍ ,ପିଆଜ ୨ ଟି କଟାହୋଇଥିବା ,କଳା ଜିରା ୪ ଚାମଚ୍,ଲବଙ୍ଗ ୩ଟି ,ଡାଳଚିନ୍ ୧ ଇଞ୍ଚ, କ୍ୟାପିସମ୍‌ ଅଧା କଟା ହୋଇଥିବା ,ଅଦା ରସୁଣ ବଟା ୧ଚାମଚ୍ , ରସୁଣ ୫ଟି କୋଲା , ଏକ ଛୋଟା ଚାମଚ୍

ପ୍ରସ୍ତୁତି ପ୍ରଣାଳୀ :

ଖୁଆ ଚିକେନ୍ ତିଆରୀ କରିବା ପାଇଁ ପ୍ରଥମେ କଡେଇରେ ତେଲ ଦେଇ ଗ୍ୟାସରେ ଗରମ ହେବାକୁ ରଖି ଦିଅନ୍ତୁ । ଯେତେବେଳେ ଏହା ଗରମ ହୋଇଯିବ ଏହା ଉପରେ ଶୁଖିଲା ଲଙ୍କା ପକାନ୍ତୁ । ଏହା ପରେ ପାନମଧୁରୀ, ଧନିଆ, କଳାଜିରା ପକାଇ ଅଳ୍ପ ସମୟ ପାଇଁ ଭାଜି ଦିଅନ୍ତୁ ।

ଏହା ପରେ ଗ୍ୟାସକୁ ବନ୍ଦ କରି ଭଜା ହୋଇଥିବା ଗୋଟା ମସଲାରେ ଚିମୁଟାଏ ଲୁଣ ପକାଇ କୁଟି ଦିଅନ୍ତୁ । ଚିକେନକୁ ଭଲ କରି ଧୋଇ ଏକ ପାତ୍ରରେ ରଖନ୍ତୁ । ତିଆରି ଗୋଟା ମସଲା, ଦହି, ଖୁଆ ଢାଳିକି ଠିକ୍ ଭାବେ ମିଶାଇ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖି ଦିଅନ୍ତୁ ।

ଏହାରି ମଧ୍ୟରେ କଡେଇ ଗରମ କରି ସେଥିରେ ଘିଅ ପକାନ୍ତୁ । ଘିଅ ଗରମ ହେବା ପରେ ଗୋଟା ଡାଳଚିନି ପକାନ୍ତୁ । ପିଆଜ ଦେଇ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ପିଆଜ ହେବା ପରେ ଅଦା–ରସୁଣ ବଟା, କଟା କ୍ୟାବିସିକମ୍‌ ଓ ଗୋଟା ରସୁଣ କୋଲା ପକାଇ ୨ ରୁ ୩ ମିନିଟ୍ ଭାଜନ୍ତୁ । ଯେତେବେଳେ ମସଲାରୁ ତେଲ ଛାଡ଼ି ଆସିବ ସେତେବେଳେ ଗୋଳା ହୋଇ ରହିଥିବା ଚିକେନ୍‌କୁ ପକାଇ ଗୋଳାଇବେ । ଚିକେନକୁ ଦେଇ ୨ ରୁ ୫ ମିନିଟ୍ ପର୍ଯ୍ୟନ୍ତ କମ୍ ଗ୍ୟାସରେ ବସାନ୍ତୁ ।

ଏହା ଚିକୋନ୍‌କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଅଧ ଘଣ୍ଟା ପର୍ଯ୍ୟନ୍ତ ଭଲ ଭାବେ କଷନ୍ତୁ । ପ୍ରସ୍ତୁତ ହୋଇଗଲା ଖୁଆ ଚିକେନ୍‌ । ଏହାକୁ ଏକ ବାଉଲରେ ଢାଳି ଖୁଆରେ ସଜାନ୍ତୁ ଏବଂ ନାନ୍‌ ଓ ରୁଟି ସହିତ ପରଷନ୍ତୁ ।

ଆସନ୍ତୁ ଜାଣିବା କେମିତି ତିଆରି ହୁଏ “ଖୁଆ ଚିକେନ୍‌” khoya chiken

ପଢନ୍ତୁ;

ରୋଗରୁ ମୁକ୍ତି ପାଇବାକୁ ଚାହୁଛନ୍ତି କି ? ତେବେ ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ

Related posts

ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି କୋପ୍ତା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Krishna Kumar Manoj

ଆସନ୍ତୁ ଜାଣିବା କେମିତି ତିଆରି କରିବା ପାଲକ୍‌ ପନିର ?

Krishna Kumar Manoj

ଘରେ ପ୍ରସ୍ତୁତ କରି ଖାଆନ୍ତୁ ‘ଚକୋଲେଟ୍‌ ଆଇସକ୍ରିମ୍‌’

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More