February 18, 2019

ବଜ୍ରପାତ ଓ ଝଡ଼ ତୋଫାନକୁ ନେଇ ୧୫ଟି ଜିଲ୍ଲାକୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ସତର୍କ ସୂଚନା

redalrt

ବାତ୍ୟା ତିତ୍‌ଲି ହୋଇଛି ଦୁର୍ବଳ। ଏହା ଏବେ ଡିପ-ଡିପ୍ରେସନରେ ପରିଣତ ହୋଇଛି । ପ୍ରଭାବରେ ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ନୟାଗଡ଼ରେ ପବନ ସହ ବର୍ଷା ଲାଗି ରହିଛି । ସେହିଭଳି ଉପକୂଳ ଅଞ୍ଚଳରେ ମଧ୍ୟ ଲଗାଣ ବର୍ଷା ହେଉଛି।

redalrt

ଝଡ଼ ତୋଫାନ ଏବଂ ବଜ୍ରପାତକୁ ନେଇ ୧୫ଟି ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଦିନ  ସାଢ଼େ ୧୨ଟା ପର୍ଯ୍ୟନ୍ତ ସର୍ତକ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ସତର୍କ ସୂଚନା ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଉଛି – ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ବାଲେଶ୍ୱର , କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ , ସମ୍ବଲପୁର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ ଦେବଗଡ଼ ଏହି ସମୟରେ ଘରୁ ନବାହାରିବା ସହ ସତର୍କ ରହିବାକୁ ପରାର୍ମଶ ଦିଆଯାଇଛି।

ସ୍ଥିତି ସାମାନ୍ୟ ହୋଇ ନଥିବା ବେଳେ ଆଜି ମଧ୍ୟ ବର୍ଷା, ବଜ୍ରପାତ, ଘୂର୍ଣ୍ଣିଝଡ଼ ଓ ପବନ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ପଢନ୍ତୁ; ପରିବାରରେ କଳହ ଲାଗି ରହୁଥିଲେ କରନ୍ତୁ ଏହିସବୁ ଉପାୟ ,ଶୀଘ୍ର ସୁଫଳ ମିଳିବ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More