• Home
  • LIFESTYLE
  • ଆପଣ ଜାଣିଛନ୍ତି କି? ଲାଲ ଲଙ୍କା ଖାଇବା ଦ୍ଵାରା ଶରୀରକୁ ଅନେକ ଫାଇଦା! ଆସନ୍ତୁ ଜାଣିବା ସେ ସମ୍ପର୍କରେ
LIFESTYLE

ଆପଣ ଜାଣିଛନ୍ତି କି? ଲାଲ ଲଙ୍କା ଖାଇବା ଦ୍ଵାରା ଶରୀରକୁ ଅନେକ ଫାଇଦା! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଆପଣ ଜାଣିଛନ୍ତି କି ଲାଲ ଲଙ୍କା ଶରୀର ପାଇଁ ଅନେକ ଉପକାରୀ ।  ଲଙ୍କା ଅନେକ ଲୋକ ଖାଇବାକୁ ପସନ୍ଦ କରିନଥାନ୍ତି କିନ୍ତୁ ଏହା ଶରୀର ପାଇଁ ଅଧିକ ଉପକାରୀ ଅଟେ । ଏହାର ରହିଛି ଔଷଧୀୟ ଗୁଣ। ଆମିନୋ ଏସିଡ, ଫୋଲିକ ଏସିଡ, ସାଇଟ୍ରିକ ଏସିଡ, ମେଲୋନିକ ଏସିଡ ପରି ଏଥିରେ ରହିଛି ଆହୁରି ଅନେକ ଉପଯୋଗୀ ତତ୍ତ୍ୱ। ସବୁଜ ତଥା ସାଧାରଣ ଲଙ୍କାଠାରୁ ଲାଲ ଲଙ୍କା ବହୁଗୁଣ ଲାଭ ଦେଇଥାଏ।

ଏବେ ଜାଣନ୍ତୁ ଲାଲ ଲଙ୍କାର କେତେକ ଉପକାରିତା ସମ୍ପର୍କରେ-

ଲାଲ ଲଙ୍କା ଉପଯୁକ୍ତ ପରିମାଣର ଖାଇବା ଦ୍ୱାରା ଏହା ବିଭିନ୍ନ ଗ୍ୟାସଟ୍ରିକ ସମସ୍ୟାରୁ ରକ୍ଷା କରିଥାଏ। କାରଣ ଏହା ଆମର ପାଚନ ଶକ୍ତିକୁ ବୃଦ୍ଧି କରିଥାଏ।

ଲାଲ୍ ଲଙ୍କା ରକ୍ତ ସଂଚାଳନକୁ ଠିକ ରଖିଥାଏ। ତେଣୁ ଏହା ଶୁଷ୍କ ତଥା ଅସମୟରେ ପାଚି ଯାଉଥିବା କେଶର ସୁରକ୍ଷା କରିଥାଏ। ଏହା କେଶକୁ ବଢ଼ିବାରେ ମଧ୍ୟ ସହାୟକ ହୋଇଥାଏ। ତେଣୁ କେଶଜନିତ ସମସ୍ୟା ଥିଲେ ନିଜର ଖାଦ୍ୟରେ ଲାଲ୍ ଲଙ୍କା ସାମିଲ୍ କରନ୍ତୁ।

କିଛି ଲୋକ ଯେତେ ଶୋଇଲେ ବି ସହଜରେ ସେମାନଙ୍କ ନିଦ ଛାଡ଼େ ନାହିଁ। ସେମାନଙ୍କ ନିଦ ଛଡ଼ାଇବା ପାଇଁ ରାତିରେ ଖାଇବା ପୂର୍ବରୁ ପାଣିରେ ଲାଲ ଲଙ୍କାଗୁଣ୍ଡକୁ ମିଶାଇ ସେଥିରୁ ତିନି ଚାରିବୁନ୍ଦା ସେବନ କରିବା ଦରକାର।

ପେଟରେ ଯନ୍ତ୍ରଣା ହେଉଥିଲେ ଗୁଡ଼ ସହ ଏହାର ସାମାନ୍ୟ ଗୁଣ୍ଡକୁ ମିଶାଇ ସେବନ କରିବା ଦ୍ୱାରା ଯନ୍ତ୍ରଣା ଦୂର ହୋଇଥାଏ।

ଲାଲ ଲଙ୍କା ଉପଯୁକ୍ତ ପରିମାଣର ଖାଇବା ଦ୍ୱାରା ଏହା ବିଭିନ୍ନ ଗ୍ୟାସଟ୍ରିକ ସମସ୍ୟାରୁ ରକ୍ଷା କରିଥାଏ। କାରଣ ଏହା ଆମର ପାଚନ ଶକ୍ତିକୁ ବୃଦ୍ଧି କରିଥାଏ।

ଅତ୍ୟଧିକ ମଦ୍ୟପାନ କରିଥିବା ବ୍ୟକ୍ତିର ହ୍ୟାଙ୍ଗଓଭର ତୁଟି ନ ଥିଲେ ଏହି ଲଙ୍କା ଖାଇବା ଦ୍ୱାରା ଏଥିରୁ ରକ୍ଷା ମିଳେ। ଏଥିପାଇଁ ସଂପୃକ୍ତ ବ୍ୟକ୍ତିକୁ ଦୁଇ ଚିମୁଟା ଲଙ୍କାଗୁଣ୍ଡ ଉଷୁମ ପାଣିରେ ମିଶାଇ ପିଇବାକୁ ଦିଅନ୍ତୁ।

ମସଲାଯୁକ୍ତ ଖାଦ୍ୟ ଓଜନ ହ୍ରାସ କରେ କହିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। ମାତ୍ର ହଳଦୀ, ଲାଲଲଙ୍କା, ଗୋଲମରିଚ ପରି ମସଲା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହେବା ସହ ଏହା ଓଜନ ହ୍ରାସ କରିଥାଏ। ଏହି ମସଲାରେ ଫ୍ୟାଟ ଏବଂ କ୍ୟାଲୋରିର ମାତ୍ରା ବହୁତ କମ ରହିଥାଏ।

ଲଙ୍କା ଆପଣ ଜାଣିଛନ୍ତି କି? ଲାଲ ଲଙ୍କା ଖାଇବା ଦ୍ଵାରା ଶରୀରକୁ ଅନେକ ଫାଇଦା! ଆସନ୍ତୁ ଜାଣିବା ସେ ସମ୍ପର୍କରେ redchill is good for health

ପଢନ୍ତୁ ;ଆପଣ ଅଧିକ ଚିନି ଖାଆନ୍ତି କି ?ଏହା ଶରୀର ପାଇଁ କ୍ଷତିକାରକ ଅଟେ । ଜାଣନ୍ତୁ ଏହାର କାରଣ କ’ଣ

Related posts

ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇଲେ କି ଉପକାର ମିଳେ ଆସନ୍ତୁ ଜାଣିବା

Krishna Kumar Manoj

ଆସନ୍ତୁ ଜାଣିବା ବୈବାହିକ ସଂପର୍କକୁ କିପରି ସୁଦୃଢ କରିବେ

Krishna Kumar Manoj

ଯୁବକମାନେ ଅଳ୍ପ ବୟସରେ କାହିଁକି ଚନ୍ଦାପଣର ଶିକାର ହୋଇଥାନ୍ତି? ଜାଣନ୍ତୁ ଏହାର କାରଣ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More