30.1 C
Bhubaneswar
October 22, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ଅଗଷ୍ଟ ୧୫ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ବନ୍ଦ ଲାଲ କିଲ୍ଲା

ଆସନ୍ତାକାଲିଠୁ ଅଗଷ୍ଟ 15 ପର୍ଯ୍ୟନ୍ତ ଲାଲକିଲ୍ଲାକୁ ପ୍ରବେଶ ମନା । ଏ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ସୂଚନା ଦେଇଛନ୍ତି।  ସ୍ୱାଧୀନତା ଦିବସ ପାଳନ ଶେଷ ହେବା ପର୍ଯ୍ୟନ୍ତ ଲାଲକିଲ୍ଲାକୁ କୌଣସି ପ୍ରବେଶ ହେବ ନାହିଁ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ମଙ୍ଗଳବାର ଦିନ ଏନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ପୋଲିସ ଭାରତୀୟ ସୁରକ୍ଷା ଏଜେନ୍ସିକୁ କିଛି ସୂଚନା ଦେଇଛି । ଏଥିରେ କୁହାଯାଇଛି କି ଗୁଇନ୍ଦା ସଂସ୍ଥାର ସୂଚନା ମୁତାବକ ଆତଙ୍କବାଦୀମାନେ ଡ୍ରୋନ ମାଧ୍ୟମରେ ଦିଲ୍ଲୀରେ ଏକ ବଡଧରଣର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି କି ଅଗଷ୍ଟ ୧୫ ପୂର୍ବରୁ ବିଶେଷଭାବେ ଅଗଷ୍ଟ ୫ ତାରିଖ (ଯେଉଁଦିନ ଜମ୍ମୁ-କାଶ୍ମୀରରୁ ଧରା ୩୭୦ ରଦ୍ଦ କରାଯାଇଥିଲା) ରେ ଆତଙ୍କବାଦୀମାନେ ଡ୍ରୋନ ସହାୟତାରେ ଦିଲ୍ଲୀରେ ଆକ୍ରମଣ କରିବାକୁ ଯୋଜନା କରିଥାଇ ପାରନ୍ତି ।

କରୋନା ମହାମାରୀ କାରଣରୁ ପ୍ରଥମରୁ ଲାଲ କିଲ୍ଲା ଦର୍ଶନ ପାଇଁ ଆସୁଥିବା ଲୋକଙ୍କ ସଂଖ୍ୟା କମ କରାଯାଇଥିଲା । ଅନ୍ୟପଟେ ଡିଡିଏମଏର ନିର୍ଦ୍ଦେଶ କ୍ରମେ ଦିଲ୍ଲୀର ସବୁ ବଜାରରେ କରୋନା କଟକଣା ପାଳନ ଉପରେ ଜୋର ଦିଆଯାଇଛି । ଏବେ ଏଏସଆଇ ଜାରି କରିଥିବା ନିର୍ଦ୍ଦେଶରେ କୁହାଯାଇଛି କି, ସୁରକ୍ଷା କାରଣରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଲାଲ କିଲ୍ଲା ବନ୍ଦ ରହିବ । ଅନ୍ୟପଟେ କରୋନା କାରଣରୁ ଜୁଲାଇ ୧୨ ତାରିଖରେ ଦିଲ୍ଲୀ ପୋଲିସ ଏଏସଆଇକୁ ଏକ ଚିଠିଲେଖି ଜୁଲାଇ ୧୫ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଲାଲ କିଲ୍ଲା ବନ୍ଦ ରଖିବାକୁ ପରାମର୍ଶ ଦେଇଥିଲା ।

ପଢନ୍ତୁ: ନୂଆ ଲୁକ୍ ସହ ଭାରତକୁ ଫେରିପାରେ TikTok

Related posts

ବ୍ୟାଙ୍କ ଖରାପ ପ୍ରଦର୍ଶନ କଲେ ସିଇଓଙ୍କ ଦରମା କମିବ

Ratnamani Maharana

ଏମରଜେନ୍ସି ନମ୍ବରକୁ ପୁଣି ଆସୁଛି ଫେକ୍‌ କଲ୍‌, ଅସହାୟ କଲ ସେଣ୍ଟର ମହିଳା କର୍ମଚାରୀ

Ratnamani Maharana

ଆଜି ସୁପ୍ରିମକୋର୍ଟରେ ହେବ ନିର୍ଭୟା ମାମଲାର ଶୁଣାଣି

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More