• Home
  • LIFESTYLE
  • ବିନା ଖର୍ଚ୍ଚରେ ଘରୋଇ ଉପଚାରରେ ଦୂରକରିପାରିବେ ଆଣ୍ଠୁ ଏବଂ କହୁଣୀରେ କଳା ଅଂଶ ! ଜାଣନ୍ତୁ କିପରି ?
LIFESTYLE

ବିନା ଖର୍ଚ୍ଚରେ ଘରୋଇ ଉପଚାରରେ ଦୂରକରିପାରିବେ ଆଣ୍ଠୁ ଏବଂ କହୁଣୀରେ କଳା ଅଂଶ ! ଜାଣନ୍ତୁ କିପରି ?

ଅଧିକାଂଶ ଲୋକଙ୍କର ଆଣ୍ଠୁ ଏବଂ କହୁଣୀରେ କଳା ଅଂଶ ଥାଏ। ଯାହାକୁ ଦୂର କରିବା ପାଇଁ ଚାହିଁ ମଧ୍ୟ ତାର କୌଣସି ଉପାୟ ବାହାର କରି ପାରନ୍ତି ନାହିଁ। ଏଥିପାଇଁ କିଛି ଲୋକ ବିଭିନ୍ନ ସର୍ଜରି କରିବାକୁ ଯାଇ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି।ତାହାସହ ବଜାରରେ ମିଳୁଥିବା ଅନେକ ଦ୍ରବ୍ୟ ଲଗେଇଥାନ୍ତି। ବୀନାଖର୍ଚ୍ଚରେ ଏହି ସମସ୍ୟା ଦୂରକରିପାରିବେ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବିନା ଖର୍ଚ୍ଚରେ ଘରୋଇ ଉପଚାର ଦ୍ୱାରା ଆପଣ କିପରି ଏହାର ଉପଚାର କରି ପାରିବେ ।

ତେବେ ଆସନ୍ତୁ ଜାଣିବା-

  1. କାକୁଡ଼ି : କାକୁଡ଼ି ରସରେ ହଳଦୀ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ଆଣ୍ଠୁ, କହୁଣୀ ଏବଂ କାଖ ତଳେ ଏହାକୁ ଭଲ କରି ଲଗାଇବା ସହ ଅଧଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ । ଅଧଘଣ୍ଟା ପରେ ଏହାକୁ ଭଲ କରି ଧୋଇ ନିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଫରକ ଆପେ ଆପେ ଜାଣି ପାରିବେ ।
  2. ଆଳୁ : ଆଳୁକୁ ଗୋଲ କରି କାଟି ତାକୁ ଆଣ୍ଠୁ, କହୁଣୀ ଏବଂ କାଖ ତଳେ କଳା ପଡ଼ିଥିବା ସ୍ଥାନରେ ଭଲ କରି ଘସନ୍ତୁ । କିଛି ସମୟ ପରେ ଉଷୁମ ପାଣିରେ ଧୋଇ ନିଅନ୍ତୁ । ପ୍ରତିଦିନ ଦିନକୁ ଦୁଇଥର ଲେଖାଏଁ ଏପରି କରିବା ଦ୍ୱାରା ଆପଣଙ୍କୁ ଖୁବ୍‌ ଶୀଘ୍ର ସୁଫଳ ମିଳିବ ।
  3. ନଡ଼ିଆ ତେଲ : ଏକ ଚାମଚ ନଡ଼ିଆ ତେଲରେ ଏକ ଚାମଚ ଅଖ୍‌ରୋଟ ପାଉଡ଼ର ମିଶାଇ ଦିଅନ୍ତୁ । ଏହା ପରେ ସେହି ପେଷ୍ଟକୁ ସ୍କ୍ରବ ଭାବରେ ୩ ମିନିଟ୍‌ ପର୍ଯ୍ୟନ୍ତ ଆଣ୍ଠୁ, କହୁଣୀ ଏବଂ କାଖ ତଳେ ଭଲ କରି ଘସନ୍ତୁ । ୪ ମିନିଟ୍‌ ପରେ ଏହାକୁ ଭଲ କରି ଧୋଇ ନିଅନ୍ତୁ । ଦେଖିବେ କିଛି ଦିନ ତଳେ ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ।
  4. କମଳା : କମଳା ଚୋପାକୁ ଖରାରେ ଶୁଖାଇ ତାର ଏକ ପାଉଡର ପ୍ରସ୍ତୁତ କରି ନିଅନ୍ତୁ । ଏହି ପାଉଡ଼ରରେ କ୍ଷୀର ଏବଂ ଗୋଲାପ ଜଳ ମିଶାଇ ତାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଭଲକରି ମିଶାଇ ସାରିବା ପରେ ତାକୁ ଆଣ୍ଠୁ, କହୁଣୀ ଏବଂ କାଖ ତଳେ କଳା ପଡ଼ିଥିବା ସ୍ଥାନରେ ଲଗାଇ ଭଲ କରି ମାଲିସ କରି ନିଅନ୍ତୁ । ଏହାକୁ କିଛି ସମୟ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି କିଛି ଦିନ କରିବା ପରେ ଫରକ ଆପେ ଆପେ ଜାଣି ପାରିବେ।

ବିନା ଖର୍ଚ୍ଚରେ ଘରୋଇ ଉପଚାରରେ ଦୂରକରିପାରିବେ  ଆଣ୍ଠୁ ଏବଂ କହୁଣୀରେ କଳା ଅଂଶ ! ଜାଣନ୍ତୁ କିପରି ? arm and elbow

ପଢନ୍ତୁ ;

ଅକ୍ଷୟ କୁମାରଙ୍କ ‘ପ୍ୟାଡମ୍ୟାନ୍’ ପରେ ଏବେ ପାକିସ୍ଥାନରେ ‘ଅୟାରି’କୁ ବିରୋଧ

Related posts

ଆପଣଙ୍କର ସାନ ଭାଇଭଉଣୀ ଅଛନ୍ତି କି ?ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Krishna Kumar Manoj

ହଳଦି ମିଶ୍ରିତ କ୍ଷୀର ପିଇବା ଦ୍ଵାରା କେଉଁ ରୋଗ ଭଲ ହୁଏ ଜାଣନ୍ତୁ?

Krishna Kumar Manoj

ତ୍ଵଚାର ତେଲିଆ ଅଂଶକୁ ଦୂର କରେ “ପାନ ପତ୍ର”, ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More