EnewsOdia.Com

କାର୍ଯ୍ୟାଳୟରେ ଚାପ କମ୍ କରିବାର ସହଜ ଉପାୟ

ନିକଟରେ ଜାପାନର ଏକ ଗବେଷକ ଦଳ ସେଠାକାର ୫୫ଟି କମ୍ପାନୀର କର୍ମଚାରୀଙ୍କୁ ସାମିଲ କରି ଅଢ଼େଇ ବର୍ଷ ଅନୁଧ୍ୟାନ କରିବା ପରେ ଏକ ଆଗ୍ରହଜନକ ତଥ୍ୟ ପ୍ରକାଶ କରିଛନ୍ତି । କାମର ଚାପ ବଢ଼ୁଥିବା କାରଣରୁ ଲୋକଙ୍କର ଜୀବନଶୈଳୀ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବାର ଲକ୍ଷ୍ୟ କରାଯାଉଛି । ଏହା କାରଣରୁ ସେମାନଙ୍କ ପାରିବାରିକ ଜୀବନ ସବୁଠୁ ଅଧିକ ପ୍ରଭାବିତ ହେଉଛି । ଏଣୁ ଚାପ କମ୍ କରିବାକୁ ଗବେଷକ ଦଳ ବିଭିନ୍ନ ପରୀକ୍ଷାରେ ୫୫ଟି କମ୍ପାନୀର କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରିଥିଲେ । ତେବେ, ଗୋଟିଏ ଯୋଜନାରେ ସେମାନଙ୍କ ଫଳାଫଳ ସବୁଠୁ ଭଲ ଆସିଥିବା ଜଣାପଡ଼ିିଛି ।

କାର୍ଯ୍ୟାଳୟରେ ଯେଉଁ କର୍ମଚାରୀମାନଙ୍କ ଟେବୁଲ୍‌ ନିକଟରେ ଛୋଟ ଗଛ ରଖାଗଲା, ସେମାନଙ୍କ ମାନସିକ ଚାପ ଅନେକାଂଶରେ କମ୍ ହେଉଥିବାର ସମୟ କ୍ରମେ ଦେଖାଯାଇଥିଲା । ୱେବ୍‌ସାଇଟ୍‌ରେ ମଧ୍ୟ ସମାନ ତଥ୍ୟ ଉଲ୍ଲେଖ କରାଯିବା ସହ ୬୩ଜଣ କର୍ମଚାରୀଙ୍କ ନାମ ସହ ମତାମତ ଦିଆଯାଇଛି । ଛୋଟ ଫୁଲ ଚାରା ହେଉ କିମ୍ବା ବୋନ୍‌ସାଇ ପ୍ଲାଣ୍ଟ, ଗଛର ସବୁଜିମାର ପ୍ରଭାବ ପ୍ରକୃତରେ ମନୁଷ୍ୟର ଜୀବନର ଗତିପଥ ପରିବର୍ତ୍ତନ କରିଥାଏ ବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପ୍ରମାଣିତ ହୋଇଛି କିଛି ସମୟ ଫୁଲ ଗଛକୁ ଲକ୍ଷ୍ୟ କଲେ ରକ୍ତଚାପ ମଧ୍ୟ କମ୍ ହୋଇଥାଏ । କେବଳ ଇନ୍‌ଡୋର୍ ପ୍ଲାଣ୍ଟ ନୁହେଁ, ବରଂ ଟେବୁଲ୍ ପାଖରେ ମଧ୍ୟ ଗଛ ରଖିଲେ ତାହାର ପ୍ରଭାବ ଭଲ ହୋଇଥାଏ ବୋଲି ଗବେଷକ ମତ ଦେଇଛନ୍ତି ।

ପଢନ୍ତୁ: ଘରୋଇ ଉପାୟରେ ପାଆନ୍ତୁ ଆଖି ତଳେ କଳା ଦାଗରୁ ମୁକ୍ତି

ସମ୍ବନ୍ଧିତ ଖବର

ବିନା ପେସକ୍ରିପସନରେ ଔଷଧ ଖାଉଛନ୍ତି କି, ତାହାଲେ ହୋଇଯାନ୍ତୁ ସାବଧାନ

Ratnamani Maharana

ଗ୍ରିନ୍ କଫି ସାହାର୍ଯ୍ୟରେ କମାନ୍ତୁ ଓଜନ, ଜାଣନ୍ତୁ କିପରି

Ratnamani Maharana

ଘରର ମୁଖିଆ ଗୁରୁବାର ଦିନ ଏହି ତିନୋଟି କାମ କରିବା ଉଚିତ ନୁହେଁ, ଜାଣନ୍ତୁ କଣ

Ratnamani Maharana

ଜାଣନ୍ତୁ ଥକାପଣ ଦୂର କରାଇବାର ସହଜ ଉପାୟ

Ratnamani Maharana

ସୁନା ଗହଣା, ହୀରା କିଣିବା ବେଳେ 4c ସହ ଧ୍ୟାନ ଦିଅନ୍ତୁ ଏହି ବିଷୟରେ

Ratnamani Maharana

ସୁନ୍ଦର ଓ ଘନ ଆଇବ୍ରୋ ଚାହୁଁଛନ୍ତି, ଆପଣାନ୍ତୁ ଏହି ୫ ଟିପ୍ସ

Ratnamani Maharana