News

୪୬ଦିନ ପରେ ଘରକୁ ଫେରିଲେ ରିମା : ଶାଶୁ ଘରକୁ ଫେରିବି, ଝିଅ ପରି ରହିବି

ଆଉ ବାହା ହେବିନି

ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ରେ ନିଜର ନବବିବାହିତ ପତିଙ୍କୁ ହରାଇ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ରିମାମଣି ସାହୁ ୪୬ ଦିନ ପରେ କଟକ ମେଡ଼ିକାଲରୁ ଡ଼ିସଚାର୍ଯ୍ୟ ହୋଇ ନିଜ ବାପ ଘର ବୌଦ୍ଧ ଜିଲ୍ଲାର ଘଣ୍ଟପଡ଼ାକୁ ଯାଇଛନ୍ତି । ମେଡ଼ିକାଲ ଛାଡ଼ିବା ପୂର୍ବରୁ ରିମା କହିଛନ୍ତି ଯେ ‘ଆଉ ବାହା ହେବିନି, ଶାଶୂ-ଶ୍ୱଶୁରଙ୍କ ପାଖରେ ଝିଅ ହୋଇ ରହିବି ।

ଏଭଳି ଘଟଣା ଘଟାଇ ଯିଏ ମୋର ସଂସାର ଓ ସବୁକିଛି ଛଡ଼ାଇ ନେଇଛି ତାକୁ ଫାଶୀଠାରୁ ଯଦି କିଛି ଅଧିକ ସଜା ଅଛି ମିଳିବା ଦରକାର । ଏ ସଂପର୍କରେ ରାଜ୍ୟପାଳଙ୍କ ପାଖରେ ମଧ୍ୟ ଅପିଲ କରିବି । ଋିମା ର ଶାଶୁ ସଂଯୁକ୍ତା ସାହୁ ଓ ଶ୍ୱଶୁର ଅଧ୍ୟାପକ ରବୀନ୍ଦ୍ର ସାହୁ କହିଛନ୍ତି ଯେ ରିମା ବିବାହ ନାଁ ଶୁଣିଲେ କାନ୍ଦୁଛି । ସେ ଯେତେଦିନ ଚାହିଁବ ଆମ ପାଖରେ ରହିବ ଆମେ ରଖିବୁ । ସେ ଚାହିଁଲେ କନ୍ୟାଦାନ କରି ତାକୁ ବିବାହ କରାଇବୁ । ରିମାଙ୍କ ନିଷ୍ପତ୍ତି ଉପରେ ସବୁ କିଛି ଛାଡ଼ି ଦେଇଛନ୍ତି ତାଙ୍କ ପିତା ସୁଦାମ ସାହୁ ।

ଫେବ୍ରୁଆରି ୧୮ତାରିଖରେ ରିମା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ରହ୍ମପୁରା ଭୋଳାନାଥପଡ଼ାର ସୌମ୍ୟ ଶେଖର ସାହୁଙ୍କୁ ବିବାହ କରିଥିଲେ । ବିବାହର ମାତ୍ର ୫ଦିନ ପରେ ଘରେ ବାହାଘର ଉପହାର ଖୋଲୁଥିବା ବେଳେ ପାର୍ସଲ ବୋମା ବିସ୍ଫୋରଣ ଘଟି ସ୍ୱାମୀ ଓ ସଂପର୍କୀୟ ଆଈଙ୍କର ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ଆହତ ନବବଧୂ ରିମା ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ରଖି ଚିକିତ୍ସା କରାଯାଉଥିଲା ।

ପଢନ୍ତୁ ;

ଫିଲ୍ମ ସୁଟିଂରେ ଅଘଟଣ : ଅଭିନେତା ଅନୁଭବ ମହାନ୍ତି ଆହତ

Related posts

ଜେଲରୁ ମୁକୁଳିଲେ ଅଭିଜିତ ଆୟାର

ENO Beuro

ପିଲା ଚୋର ଭାବି ୫ଜଣଙ୍କୁ ପିଟି ପିଟି ହତ୍ୟା

ENO Beuro

ଜିଏସ୍‌ଟି ବୈଠକର ଘୋଷଣାରେ ଆଶ୍ୱସ୍ତ ହୋଇଛନ୍ତି ଦେଶବାସୀ: ୧୭୭ଟି ସାମଗ୍ରୀ ଉପରୁ ଜିଏସ୍‌ଟି ହ୍ରାସ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More