News

ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ବିମାନ ଉଡ଼ାଣ

flight

ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଝାରସୁଗୁଡ଼ାରୁ ନିୟମିତ ଭାବେ ବିମାନ ଉଡାଣ ଆରମ୍ଭ ହେବ। ଏ ନେଇ ଝାରସୁଗୁଡ଼ା ବିମାନ ନିର୍ଦ୍ଦେଶକ ଏସ୍‌.କେ ଚୌହାନ ଶନିବାର ସୂଚନା ଦେଇଛନ୍ତି। ଝାରସୁଗୁଡ଼ାରୁ ଦେଶର ୩ଟି ସ୍ଥାନକୁ ଉଡ଼ିବ ‘ସ୍ପାଇଶ୍ ଜେଟ୍’ ବିମାନ। ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ସ୍ପାଇଶ୍ ଜେଟ୍ ଉଡ଼ିବ ବୋଲି ସ୍ପାଇଶ୍ ଜେଟ୍ କର୍ତ୍ତୃପକ୍ଷଙ୍କ ବିମାନ ବନ୍ଦର ପରିଦର୍ଶନ ପରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ,ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ଏୟାରପୋର୍ଟ ଲୋକାର୍ପଣ କରିଥିଲେ। ଏହି ବିମାନବନ୍ଦରର ନାଁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଥିଲେ। ଏହାସହ ଉଡ଼ାଣ ଯୋଜନାରେ ଏହି ବିମାନବନ୍ଦରରୁ ଏୟାର ଓଡ଼ିଶା କମ୍ପାନି ବିମାନ ଚଳାଚଳ ଆରମ୍ଭ କରିଥିଲା।

ପଢନ୍ତୁ; ତୃତୀୟଥର ଇଡିରେ ହାଜର ହେଲେ ରବର୍ଟ ଭଦ୍ରା

Related posts

ଲୋକୟୁକ୍ତ ନିଯୁକ୍ତି ମାମଲା:ଓଡ଼ିଶାକୁ ଜବାବ୍‌ ମାଗିଲେ ସୁପ୍ରିମ୍‌କୋର୍ଟ

ENO Beuro

ମଙ୍ଗଳ ଗ୍ରହକୁ ୭୨୦ ଦିନିଆ ଯାତ୍ରା କରିବା ପାଇଁ ଟିକଟ ବୁକ କଲେ ଲକ୍ଷାଧିକ ଭାରତୀୟ

ENO Beuro

ଶ୍ରେଷ୍ଠ ଧନୀ ସହର ମଧ୍ୟରେ ସ୍ଥାନ ପାଇଛି ମୁମ୍ବାଇ ! ତାଲିକାର ସର୍ବାଗ୍ରେ ରହିଛି ନ୍ୟୁୟର୍କ ସହର

ENO Beuro

Leave a Comment