Loading...

ବ୍ରେକ୍ଅପ ପରେ ବି ହୋଇପାରିବ ଜୀବନ ସୁନ୍ଦର

ବ୍ରେକ୍ଅପ ପରେ ବି ହୋଇପାରିବ ଜୀବନ ସୁନ୍ଦର

ବର୍ତ୍ତମାନର ଯୁବ ପୀଢିମାନଙ୍କର ସବୁଠାରୁ ବଡ ସମସ୍ୟା ହେଉଛି ବ୍ରେକ୍ଅପ ବା ପ୍ରେମ ବିଚ୍ଛେଦ । ଜୀବନରେ ମଣିଷକୁ ବହୁତ କିିଛି ହରାଇବାକୁ ପଡିଥାଏ କିନ୍ତୁ ଏହାର ମାନେ ନୁହେଁ ଯେ ଜଣକୁ ହରାଇବାପରେ ଜୀବନଟା ଅଟକିଯାଏ ।

ବର୍ତ୍ତମାନର ଯୁବ ପୀଢିମାନଙ୍କର ସବୁଠାରୁ ବଡ ସମସ୍ୟା ହେଉଛି ବ୍ରେକ୍ଅପ ବା ପ୍ରେମ ବିଚ୍ଛେଦ । ଜୀବନରେ ମଣିଷକୁ ବହୁତ କିିଛି ହରାଇବାକୁ ପଡିଥାଏ କିନ୍ତୁ ଏହାର ମାନେ ନୁହେଁ ଯେ ଜଣକୁ ହରାଇବାପରେ ଜୀବନଟା ଅଟକିଯାଏ । ଆପଣ ଯଦି ଭାବୁଥାନ୍ତି କି ଆପଣ ପ୍ରେମ କରୁଥିବା ମଣିଷ ସହିତ ଆପଣଙ୍କ ବ୍ରେକ୍ଅପ ହୋଇଯାଏ ତାହାଲେ ଆପଣଙ୍କ ଜୀବନର ଆଉ କୌଣଷି ମୂଲ୍ୟ ରହିବ ନାହିଁ!! ତେବେ ଆପଣ ସମ୍ପୂର୍ଣ୍ଣ ରୁପେ ଭୁଲ ଚିନ୍ତାଧାରାରେ ଅଛନ୍ତି ।

ଜୀବନ କେବେ ହେଲେ କାହା ଉପରେ ନିର୍ଭର ହୋଇ ନଥାଏ । ଏହା କେବଳ ଗୋଟିଏ ଭୁଲ ଚିନ୍ତାଧାରା । କାରଣ ଏଠି ଜନ୍ମ ଦେଇଥିବା ପିତା ମାତାଙ୍କୁ ହରାଇବା ପରେ ମଧ୍ୟ ମଣିଷ ସମାଜରେ ଖୁସିରେ ବଞ୍ଚିପାରୁଛି ।

ସେଥିପାଇଁ କେବେ ହେଲେ ଆପଣ ପାଇଥିବା କ୍ଷଣିକ ସୁଖଃକୁ ହରାଇବା ପରେ ନିଜ ବାକି ଜୀବନକୁ ଅନ୍ଧାର ଭିତରକୁ ଠେଲି ଦିଅନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ବ୍ରେକ୍ଅପ ପରେ ମଧ୍ୟ ଆପଣ ନିଜ ଜୀବନକୁ କେମିତି ସୁନ୍ଦର କରିପାରିବେ ।

ବ୍ରେକ୍ଅପ ପରେ ଜଦି ଆପଣଙ୍କୁ ଅଧିକ କଷ୍ଟ ହେଉଛି ତେବେ କେବଳ ଗୋଟିଏ ଥର ମନ ଖୋଲି କାନ୍ଦି ନିଅନ୍ତୁ କିନ୍ତୁ ତା ପରେ ନିଜର ସୁନ୍ଦର ଜୀବନ ପୁଣି ଥରେ ଆରମ୍ଭ କରନ୍ତୁ ।

ବ୍ରେକ୍ଅପକୁ ନିଜର ହାର ବୋଲି ଭାବନ୍ତୁ ନାହିଁ କାରଣ ବାସ୍ତବରେ ଏହା ଆପଣଙ୍କ ପାଇଁ ଗୋଟିଏ ନୂଆ ସୁଯୋଗ ନିଜକୁ ପୁଣିଥରେ ଭଲଭାବରେ ଗଢି ତୋଳିବା ପାଇଁ ।

ନିଜ ପ୍ରେମିକ ବା ପ୍ରେମିକା ପଛରେ ନଷ୍ଟ କରିଥିବା ସମୟର ଆଉ ଫେରିବ ନାହିଁ କିନ୍ତୁ ଏହା ପରେ ଆପଣ ନିଶ୍ଚିତ ଭାବେ ନିଜ ସମୟର ସଦୁପଯୋଗ କରନ୍ତୁ ।

ଯୋଗ ବା ଧ୍ୟାନ କରିବାର ଅଭ୍ୟାସ ନିଶ୍ଚିତ କରନ୍ତୁ ଏହା ଦ୍ୱାରା ସହଜରେ କାମରେ ମନ ଲାଗିଥାଏ ଯାହା ଫଳରେ ଆପଣ ନିଜକୁ ସମାଜରେ ପ୍ରତିଷ୍ଠିତ କରାଇପାରିବେ ଏବଂ ଆପଣଙ୍କ ସବୁ ବ୍ୟର୍ଥ ଯାଇଥିବା ପ୍ରଚେଷ୍ଟାର ଫଳ ମଧ୍ୟ ପାଇପାରିବେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.