EnewsOdia.Com

ବ୍ରେକ୍ଅପ ପରେ ବି ହୋଇପାରିବ ଜୀବନ ସୁନ୍ଦର

ବର୍ତ୍ତମାନର ଯୁବ ପୀଢିମାନଙ୍କର ସବୁଠାରୁ ବଡ ସମସ୍ୟା ହେଉଛି ବ୍ରେକ୍ଅପ ବା ପ୍ରେମ ବିଚ୍ଛେଦ । ଜୀବନରେ ମଣିଷକୁ ବହୁତ କିିଛି ହରାଇବାକୁ ପଡିଥାଏ କିନ୍ତୁ ଏହାର ମାନେ ନୁହେଁ ଯେ ଜଣକୁ ହରାଇବାପରେ ଜୀବନଟା ଅଟକିଯାଏ । ଆପଣ ଯଦି ଭାବୁଥାନ୍ତି କି ଆପଣ ପ୍ରେମ କରୁଥିବା ମଣିଷ ସହିତ ଆପଣଙ୍କ ବ୍ରେକ୍ଅପ ହୋଇଯାଏ ତାହାଲେ ଆପଣଙ୍କ ଜୀବନର ଆଉ କୌଣଷି ମୂଲ୍ୟ ରହିବ ନାହିଁ!! ତେବେ ଆପଣ ସମ୍ପୂର୍ଣ୍ଣ ରୁପେ ଭୁଲ ଚିନ୍ତାଧାରାରେ ଅଛନ୍ତି ।

ଜୀବନ କେବେ ହେଲେ କାହା ଉପରେ ନିର୍ଭର ହୋଇ ନଥାଏ । ଏହା କେବଳ ଗୋଟିଏ ଭୁଲ ଚିନ୍ତାଧାରା । କାରଣ ଏଠି ଜନ୍ମ ଦେଇଥିବା ପିତା ମାତାଙ୍କୁ ହରାଇବା ପରେ ମଧ୍ୟ ମଣିଷ ସମାଜରେ ଖୁସିରେ ବଞ୍ଚିପାରୁଛି ।

ସେଥିପାଇଁ କେବେ ହେଲେ ଆପଣ ପାଇଥିବା କ୍ଷଣିକ ସୁଖଃକୁ ହରାଇବା ପରେ ନିଜ ବାକି ଜୀବନକୁ ଅନ୍ଧାର ଭିତରକୁ ଠେଲି ଦିଅନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ବ୍ରେକ୍ଅପ ପରେ ମଧ୍ୟ ଆପଣ ନିଜ ଜୀବନକୁ କେମିତି ସୁନ୍ଦର କରିପାରିବେ ।

ବ୍ରେକ୍ଅପ ପରେ ଜଦି ଆପଣଙ୍କୁ ଅଧିକ କଷ୍ଟ ହେଉଛି ତେବେ କେବଳ ଗୋଟିଏ ଥର ମନ ଖୋଲି କାନ୍ଦି ନିଅନ୍ତୁ କିନ୍ତୁ ତା ପରେ ନିଜର ସୁନ୍ଦର ଜୀବନ ପୁଣି ଥରେ ଆରମ୍ଭ କରନ୍ତୁ ।

ବ୍ରେକ୍ଅପକୁ ନିଜର ହାର ବୋଲି ଭାବନ୍ତୁ ନାହିଁ କାରଣ ବାସ୍ତବରେ ଏହା ଆପଣଙ୍କ ପାଇଁ ଗୋଟିଏ ନୂଆ ସୁଯୋଗ ନିଜକୁ ପୁଣିଥରେ ଭଲଭାବରେ ଗଢି ତୋଳିବା ପାଇଁ ।

ନିଜ ପ୍ରେମିକ ବା ପ୍ରେମିକା ପଛରେ ନଷ୍ଟ କରିଥିବା ସମୟର ଆଉ ଫେରିବ ନାହିଁ କିନ୍ତୁ ଏହା ପରେ ଆପଣ ନିଶ୍ଚିତ ଭାବେ ନିଜ ସମୟର ସଦୁପଯୋଗ କରନ୍ତୁ ।

ଯୋଗ ବା ଧ୍ୟାନ କରିବାର ଅଭ୍ୟାସ ନିଶ୍ଚିତ କରନ୍ତୁ ଏହା ଦ୍ୱାରା ସହଜରେ କାମରେ ମନ ଲାଗିଥାଏ ଯାହା ଫଳରେ ଆପଣ ନିଜକୁ ସମାଜରେ ପ୍ରତିଷ୍ଠିତ କରାଇପାରିବେ ଏବଂ ଆପଣଙ୍କ ସବୁ ବ୍ୟର୍ଥ ଯାଇଥିବା ପ୍ରଚେଷ୍ଟାର ଫଳ ମଧ୍ୟ ପାଇପାରିବେ ।

ପଢନ୍ତୁ: କଖାରୁ ଖାଇବାର କିଛି ଏଭଳି ଫାଇଦା, ଯାହା ଜାଣିଲେ ଆପଣଙ୍କ ଉଡିଯିବ ହୋସ

ସମ୍ବନ୍ଧିତ ଖବର

କର୍ମଜୀବୀ ମହିଳାଙ୍କ ପାଇଁ କେତୋଟି ବିୟୁଟି ଟିପ୍ସ

Ratnamani Maharana

କଣ ଆପଣ ଜାଣନ୍ତି, ବାଥରୁମରେ ଆସିଥାଏ ସବୁଠାରୁ ଅଧିକ ହାର୍ଟ ଆଟାକ୍‌ !

Ratnamani Maharana

ଶିଶୁଙ୍କୁ କାହିଁକି ଭଲ ଲାଗେ ଧୋ’ରେ ବାୟା ଧୋ’ ଗୀତ

Ratnamani Maharana

ଜାଣନ୍ତୁ ହୃଦୟ ଖୋଲି ହସିବାର କେତେକ ଫାଇଦା ସମ୍ପର୍କରେ

Ratnamani Maharana

କମ ଲୁଣ ଖାଇବା ବି ହୋଇପାରେ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ

Ratnamani Maharana

ନିଅନ୍ତୁ ଏହି ଛୋଟ ଛୋଟ ପଦକ୍ଷେପ, କେବେ ବି ଛିଡ଼ିବନି ସମ୍ପର୍କର ଡୋର

Ratnamani Maharana