• Home
  • News
  • “ଚର୍ଚ୍ଚାରେ ରହିଆସୁଥିବା ରିଲାଏନ୍ସ ଜିଓ , ଏବେ ପୁଣି ଥରେ ଚର୍ଚ୍ଚାରେ ” ଜାଣନ୍ତୁ ଚର୍ଚ୍ଚାର କାରଣ କ’ଣ
News

“ଚର୍ଚ୍ଚାରେ ରହିଆସୁଥିବା ରିଲାଏନ୍ସ ଜିଓ , ଏବେ ପୁଣି ଥରେ ଚର୍ଚ୍ଚାରେ ” ଜାଣନ୍ତୁ ଚର୍ଚ୍ଚାର କାରଣ କ’ଣ

ନିଜର ମାଗଣା ଡାଟାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ରିଲାଏନ୍ସ ଜିଓ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ନିକଟରେ ଜିଓ ନୂଆବର୍ଷ ଅବସରରେ ହ୍ୟାପି ନ୍ୟୁ ଇୟର ୨୦୧୮ ଅଫର ଲଂଚ କରିଛି । ଯେଉଁଥିରେ ଗ୍ରାହକଙ୍କୁ ମିଳିବ ୫୦ ପ୍ରତିଶତ ଅଧିକ ଡାଟା ଏବଂ ୫୦ ଟଙ୍କାର ଶସ୍ତା ରିଚାର୍ଜ ପ୍ୟାକ୍ । ଅର୍ଥାତ୍ ୧୯୯ ଟଙ୍କାର ରିଚାର୍ଜ ପ୍ୟାକ୍ ଆପଣ ଏଣିକି ୧୪୯ଟଙ୍କାରେ ପାଇପାରିବେ ଆଉ ଏହି ଅଫର ବୈଧତା ରହିଛି ୨୮ ଦିନ ।

ଆମେ କହି ରଖୁଛୁ କି, ୨୦୧୭ ମସିହା ଫେବ୍ରୁଆରି ୨୧ ତାରିଖରେ ମୁକେଶ ଅମ୍ବାନି ପ୍ରଥମକରି ଜିଓର ପ୍ରାଇମ୍ ମେମ୍ବର ଅଫର୍ ଲଞ୍ଚ୍ କରିଥିଲେ । ଯାହାର ଅନ୍ତିମ ତାରିଖ ଥିଲା ମାର୍ଚ୍ଚ ୩୧। ପରବର୍ତ୍ତୀ ମୁହୂର୍ତ୍ତରେ କମ୍ପାନି ଏହାକୁ ବର୍ଦ୍ଧିତ କରି ଏପ୍ରିଲ୍ ୧୫ ଏବଂ ପରେ ଏହାକୁ ଏକ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲା । ଯଦି ଆପଣ ଏପ୍ରିଲ୍ ୧୪ ସୁଦ୍ଧା ରିଚାର୍ଜ କରିଥାନ୍ତି ତେବେ ଆପଣଙ୍କ ବୈଧତା ଚଳିତବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି ।

ମାତ୍ରା ଏସବୁ ସତ୍ୱେ ବି ଜିଓର ପ୍ରାଇମ୍ ସଦସ୍ୟଙ୍କ ପାଇଁ ଏକ ଖରାପ ଖବର ରହିଛି । ସୂଚନା ମିଳିଛି କି ପ୍ରାଇମ୍ ସଦସ୍ୟ ହୋଇଥିବା ଗ୍ରାହକଙ୍କ ପାଇଁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଜିଓର ଅନେକଗୁଡ଼ିଏ ମାଗଣା ସେବା ବନ୍ଦ ହୋଇଯିବ । କାରଣ ୩୧ ମାର୍ଚ୍ଚ ୨୦୧୮କୁ ଜିଓର ପ୍ରାଇମ ସଦସ୍ୟତା ଶେଷ ହେଉଛି ।

ତେବେ, ଏହି ସଦସ୍ୟତା ସରିଯିବା ପରେ ଗ୍ରାହକ ମାଗଣା ଆପ୍ ଯେମିତିକି ଜିଓ ଟିଭି, ଜିଓ ମ୍ୟୁଜିକ୍ ଓ ଜିଓ ସିନେମା ଆଦି ବ୍ୟବହାର କରିପାରିବେ ନାହିଁ । କମ୍ପାନି ଏହି ପ୍ରାଇମ୍ ସଦସ୍ୟତାକୁ ବଜାୟ ରଖିବା ପାଇଁ ନୂଆ ଯୋଜନା ବାହାର କରିପାରେ ବୋଲି ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ।

“ଚର୍ଚ୍ଚାରେ ରହିଆସୁଥିବା ରିଲାଏନ୍ସ ଜିଓ , ଏବେ ପୁଣି ଥରେ ଚର୍ଚ୍ଚାରେ ” ଜାଣନ୍ତୁ ଚର୍ଚ୍ଚାର କାରଣ କ’ଣ jioo

ପଢନ୍ତୁ ;

ଟ୍ରମ୍ପ ଟାଓ୍ଵାରରେ ଅଗ୍ନିକାଣ୍ଡ,୨ ଗୁରୁତର ଆହତ

Related posts

ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବୟସ ହୋଇନଥିଲେ ଲିଭ୍‌ଇନ୍‌ରେ ରହିପାରିବେ ପୁଅ ଓ ଝିଅ!

Krishna Kumar Manoj

ଯାତ୍ରୀଙ୍କ ହୃଦଘାତ ଯୋଗୁଁ ଇଣ୍ଡିଗୋ ଏୟାର ଲାଇନ୍ସ ବିମାନର ଜରୁରୀ ଅବତରଣ

ପୁଣି ବାବଙ୍କ ନାଁରେ କଳଙ୍କ:ଦାତି ମହାରାଜଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More