Loading...

ଆସନ୍ତା ୧୨ତାରିଖରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଆସନ୍ତା ୧୨ତାରିଖରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଶ୍ରଦ୍ଧାଳୁଙ୍କ ପାଇଁ ଖୁସିଖବର । ଆସନ୍ତା ଶନିବାର ଅଥାର୍ତ ଫେବ୍ରୁଆରୀ ୧୨ ତାରିଖରୁ ଭୁବନେଶ୍ୱରରେ ସବୁ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ଶ୍ରଦ୍ଧାଳୁଙ୍କ ପାଇଁ ଖୁସିଖବର । ଆସନ୍ତା ଶନିବାର ଅଥାର୍ତ ଫେବ୍ରୁଆରୀ ୧୨ ତାରିଖରୁ ଭୁବନେଶ୍ୱରରେ ସବୁ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । କରୋନା ଟୀକା ନେଇଥିବା ବ୍ୟକ୍ତିଙ୍କୁ ହିଁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଛି । ତେବେ ମନ୍ଦିରକୁ ପ୍ରବେଶ ପୂର୍ବରୁ ଟିକା ପ୍ରମାଣପତ୍ର ସହ ଆଧାର ଓ ଅନ୍ୟ ଆଇଡି କାର୍ଡ ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ତେବେ କୌଣସି ଭକ୍ତଙ୍କୁ ମନ୍ଦିରର ଗର୍ଭଗୃହ ଭିତରକୁ ଯିବାକୁ ଅନୁମତି ମିଳିନାହିଁ । 

ସେହିଭଳି ୧୫ ବର୍ଷରୁ କମ ବୟସ୍କ ପିଲା ନିଜ ଅଭିଭାବକଙ୍କ ସହ ମନ୍ଦିର ଭିତରକୁ ଯାଇପାରିବେ । କିନ୍ତୁ ଏଥିପାଇଁ ସେମାନଙ୍କୁ ଆଧାରକାର୍ଡ କିମ୍ବା ଅନ୍ୟ ପରିଚୟ ପତ୍ର ଦେଖାଇବାକୁ ପଡିବ ।ଅନ୍ୟପଟେ ଲିଙ୍ଗରାଜ ମନ୍ଦିର ଭିତରକୁ ଥରକରେ ଶହେ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ଅନୁମତି ମିଳିଛି । ସେହିଭଳି ଠାକୁରଙ୍କ ରୀତିନୀତି କରୁଥିବା ପୂଜକ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି । ତେବେ ଦର୍ଶନ ସମୟରେ ଯେମିତି କରୋନା ଗାଇଡଲାଇନର ପାଳନ ହେବ ତାହା ଉପରେ ମନ୍ଦିର ପ୍ରଶାସନ ଦୃଷ୍ଟି ଦେବ । ଖାସକରି ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଧର୍ମାନୁଷ୍ଠାନ ଭିତରେ ପାନ ଓ ଗୁଡଖା ଖାଇବା କିମ୍ବା ଛେପ ପକାଇବାକୁ ନିଷେଧ କରାଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.