ସ୍ୱାସ୍ଥ୍ୟ ପାଇଁ ଗୁଡ ସେବନ ଅତ୍ୟନ୍ତ ଲାଭଦାୟୀ
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
Loading...
ଶୀତ ଋତୁରେ ସାଧାରଣତଃ ତ୍ୱଚା ଶୁଖିଯାଇଥାଏ । ଯେଉଁଥି ପାଇଁ ଅନେକ ସମସ୍ୟାର ସମ୍ନା କରିବାକୁ ପଡିଥାଏ ।
ଶୀତ ଋତୁରେ ସାଧାରଣତଃ ତ୍ୱଚା ଶୁଖିଯାଇଥାଏ । ଯେଉଁଥି ପାଇଁ ଅନେକ ସମସ୍ୟାର ସମ୍ନା କରିବାକୁ ପଡିଥାଏ । ସେଥିମଧ୍ୟରୁ ଏକ ସମସ୍ୟା ହେଉଛି ଗୋଡ ଫାଟିବା । ଶୀତରେ ଗୋଡ ଗୋଇଠି ଟାଣ ହୋଇଯିବା ଯୋଗୁଁ ଫାଟିବା ଆରମ୍ଭ ହୋଇଥାଏ । ଏଥିପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣଙ୍କ ପାଦ ନରମ ରହିବ ଏବଂ ଆଉ ଫାଟିବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଟିପ୍ସ ବିଷୟରେ…
ତେଲ: ଯଦି ଆପଣଙ୍କ ଗୋଡ ଫାଟିଛି, ତେବେ ତାକୁ କଇଁଚିରେ କାଟନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣଙ୍କ ପାଦର ଚମଡା ଉଠି ଯାଇଥାଏ । ଯାହାଫଳରେ ଯନ୍ତ୍ରଣା ଅନୁଭବ ହୁଏ ଏବଂ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ସେଥିପାଇଁ ଗୋଡ ଫଟା ସ୍ଥାନରେ ତେଲ ଯୋଗେ ମାଲିସ କରନ୍ତୁ । ଏହାଦ୍ୱାରା ଆପଣଙ୍କ ପାଦ ଧୀରେ ଧୀରେ ଟାଣରୁ ନରମ ହୋଇଥାଏ ।
ଚିନି: ଗୋଟେ ଚାମଚ ସୂର୍ଯ୍ୟମୁଖୀ ତେଲରେ ଚିନି ମିଶାଇ ପାଦକୁ ହାଲୁକା ଭାବେ ମସାଜ କରନ୍ତୁ । ଏଭଳି କରିବା ଦ୍ୱାରା ପାଦରେ ଜମିଥିବା ମଇଳା ସଫା ହୋଇଯାଇଥାଏ ଏବଂ ପାଦ ନରମ ହୋଇଥାଏ ।
ଗରମ ପାଣି: ଶୀତଦିନେ ରାତିରେ ଶୋଇବା ପୂର୍ବରୁ ଗରମ ପାଣିରେ ପାଦକୁ ବୁଡାଇ ରଖନ୍ତୁ । ଏହାପରେ ପାଦକୁ ସଫା କରି କ୍ରିମ୍ ଲଗାଇ ଶୁଅନ୍ତୁ । ଏହାଦ୍ୱାରା ପାଦ କୋମଳ ରହିବ । ଆପଣ ଏଥିରେ ୩ ଚାମଚ ଲୁଣ ମିଶାଇ ପାରିବେ ।
ଲେମ୍ବୁ: ଗୋଡ ଫଟା ସମସ୍ୟା ଦୂର କରିବା ଏବଂ ପାଦକୁ ନରମ କରିବା ପାଇଁ ଲେମ୍ବୁ ଘଷନ୍ତୁ । ଏହାପରେ ଗରମ ପାଣିରେ ଲୁଣ ମିଶାଇ ସେଥିରେ ପାଦକୁ ବୁଡାଇ ରଖନ୍ତୁ । ଏହାକୁ ସପ୍ତାହରେ ଗୋଟେ ଥର ନିହାତି ଭାବେ କରନ୍ତୁ ।
Shakespeare, in the beautiful garden, among the party. Some of the hall: in fact she was ever to.
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ।