News

ଆରବିଆଇ ମୁଦ୍ରାନୀତି: ଶସ୍ତା ହେବ ଇଏମ୍‌ଆଇ

RBI

କମିଲା ରେପୋ ରେଟ୍‌

ମଧ୍ୟବିତ୍ତଙ୍କ ପାଇଁ ଖୁସି ଆଣିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଗୁରୁବାର ଦାସଙ୍କ ନେତୃତ୍ଵରେ ବସିଥିବା ମୁଦ୍ରାନୀତି କମିଟି(ଏମପିସି) ବୌଠକରେ ପ୍ରମୁଖ ସୁଧ ହାରରେ ୨୫ ବେସୀସ ପଏଣ୍ଟ ହ୍ରାସ କରାଯାଇଛି। ରେପୋରେଟ ଯେଉଁ ହାରରେ ବ୍ୟାଙ୍କଗୁଡିକ ଆରବିଆଇଠାରୁ ରଣ ଆଣିଥାନ୍ତି ତାହା ୬.୨୫% କୁ ହ୍ରାସ ଘଟିଛି,ଯାହା ଫଳରେ ଯାନ, ଗୃହ ଏବଂ ଅନ୍ୟାନ୍ୟ ରଣ ଶସ୍ତା ହେବାକୁ ଯାଉଛି।

୫,୬ ଏବଂ ୭ ଫେବୃଆରୀରେ ୬ ଜଣ ସଦସ୍ୟଙ୍କୁ ନେଇ ବସିଥିବା ଏମପିସି ବୈଠକର ଅଧ୍ୟକ୍ଷତା କରିଥିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଆରବିଆଇରେ ଯୋଗ ଦେବା ପରେ ଏହା ତାଙ୍କର ପ୍ରଥମ ଏମ୍‌ପିସି ବୈଠକ । ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ଦେଶରେ ବଢୁଥିବା ଦର ଉପରେ ନିୟନ୍ତ୍ରଣ ରହିପାରିବେ ବୋଲି ଜଣାପଡ଼ିଛି । ଚଳିତ ଆର୍ଥିକ ବର୍ଷରେ ଏହା ଷଷ୍ଠ ତଥା ଶେଷ ମୂଦ୍ରା ନୀତି ସମୀକ୍ଷା ବୈଠକ ଥିଲା । ବହୁବାର ସମୀକ୍ଷା ପରେ ରୋପୋ ରେଟ୍‌ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ଏମ୍‌ପିସି । ପୂର୍ବ ୩ଟି ସମୀକ୍ଷା ବୈଠକରେ ରେପୋ ରେଟ୍‌ରେ କୌଣସି ହ୍ରାସ କରିବାର ନିଷ୍ପତ୍ତି ନେଇ ନଥିଲା ଆରବିଆଇ ।

ପଢନ୍ତୁ; ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ସନା

Related posts

ଆଜିଠୁ ପ୍ରବଳ ବର୍ଷା,୨୧ରେ ସାରା ଓଡିଶାରେ ଭୀଷଣ ବର୍ଷା ସମ୍ଭାବନା

ENO Beuro

ଖୁବ ଶୀଘ୍ର ଭାରତ-ପାକିସ୍ତାନ ବିବାଦର ଅନ୍ତ ହେବ: ଡୋନାଲ୍ଡ ଟ୍ରମ୍ପ

ENO Beuro

ନିପା ଭାଇରସ ଆକ୍ରାନ୍ତ ରୋଗୀଙ୍କ ସେବା କରୁଥିବା ନର୍ସଙ୍କ ମୃତ୍ୟୁ

ENO Beuro

Leave a Comment