Loading...

ଏଥର ସାଧାରଣତନ୍ତ୍ର ଦିବସରେ ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଏଥର ସାଧାରଣତନ୍ତ୍ର ଦିବସରେ ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ପାଖେଇ ଆସୁଛି ସାଧାରଣତନ୍ତ୍ର ଦିବସ । ତେବେ ଏହିଦିନ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ, ସେନେଇ ଗୃହ ବିଭାଗର ନିଷ୍ପତ୍ତି ପରେ ପ୍ରକାଶ ପାଇଛି ଚୂଡାନ୍ତ ତାଲିକା । ଭୁବନେଶ୍ବରରେ ରାଜ୍ୟପାଳ ରାଜ୍ୟସ୍ତରୀୟ ପରେଡ଼ରେ ଅଭିବାଦନ ଗ୍ରହଣ କରିବେ ।

ପାଖେଇ ଆସୁଛି ସାଧାରଣତନ୍ତ୍ର ଦିବସ । ତେବେ ଏହିଦିନ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ, ସେନେଇ ଗୃହ ବିଭାଗର ନିଷ୍ପତ୍ତି ପରେ ପ୍ରକାଶ ପାଇଛି ଚୂଡାନ୍ତ ତାଲିକା । ଭୁବନେଶ୍ବରରେ ରାଜ୍ୟପାଳ ରାଜ୍ୟସ୍ତରୀୟ ପରେଡ଼ରେ ଅଭିବାଦନ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଏଠାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୦ ଜିଲ୍ଲାରେ ମନ୍ତ୍ରୀ, ୧୦ ଜିଲ୍ଲାରେ ଜିଲ୍ଲାପାଳ ଓ ୨ଟି ସ୍ଥାନରେ ଆରଡିସି ଉପସ୍ଥିତ ରହିବେ ।ଗୃହ ବିଭାଗରୁ ପ୍ରକାଶ ପାଇଥିବା ତାଲିକା ଅନୁସାରେ ରାଜ୍ୟ ଆଇନ ମନ୍ତ୍ରୀ ମନ୍ତ୍ରୀ ଜଗନ୍ନାଥ ସାରକା ଗଜପତିରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ । ସେହିଭଳି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗଞ୍ଜାମ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୁବର୍ଣ୍ଣପୁର, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଜଗତସିଂହପୁର, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କେନ୍ଦୁଝର, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କେନ୍ଦ୍ରାପଡା ଓ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ପୁରୀ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ । 

ସେହିଭଳି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଢେଙ୍କାନାଳ, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କଳାହାଣ୍ଡି, ପରିବହନ ମନ୍ତ୍ରୀ ଟୁକୁନି ସାହୁ ମାଲକାନଗିରି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୟୂରଭଞ୍ଜ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବରଗଡ଼, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବାଲେଶ୍ବର, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ସୁନ୍ଦରଗଡ଼, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ କନ୍ଧମାଳ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କୋରାପୁଟ, ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ବଲାଙ୍ଗୀର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ସମ୍ବଲପୁର ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଦେବଗଡ଼ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ।ରାଉରକେଲା ଓ ବ୍ରହ୍ମପୁରରେ ରାଜସ୍ବ କମିଶନର ପତାକା ଉତ୍ତୋଳନ କରିବେ । ଅନୁଗୋଳ, ବୌଦ୍ଧ, ଭଦ୍ରକ, ଯାଜପୁର, ଝାରସୁଗୁଡା, ଖୋର୍ଦ୍ଧା, ନୂଆପଡା, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡା ଜିଲ୍ଲାରେ ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ ବୋଲି ପ୍ରକାଶ ପାଇଥିବା ତାଲିକାରେ ଦର୍ଶାଯାଇଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.