ଜମ୍ମୁ-କଶ୍ମୀରର ଅଗରତାଲାରେ ପ୍ରତିଷ୍ଠା ହେବ ମହାକାଶ ଗବେଷଣା ପ୍ରଯୁକ୍ତ କେନ୍ଦ୍ର

jit

ଏକ ସ୍ୱୟଂସଂପୂର୍ଣ୍ଣ ମହାକାଶ ପ୍ରଯୁକ୍ତି ଗବେଷଣା କେନ୍ଦ୍ର ସ୍ଥାପନ ହେବାରେ ସମଗ୍ର ଉତ୍ତର ଭାରତରେ ଜାମ୍ମୁ ପ୍ରଥମ ସହର ହେବ ବୋଲି କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ (ସ୍ୱାଧୀନ ଦାୟିତ୍ୱ), ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ଆଣବିକ ଶକ୍ତି ଓ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସୂଚାଇଛନ୍ତି । ଏହି କେନ୍ଦ୍ରରେ ଗବେଷଣା, ଅଧ୍ୟୟନ ଏବଂ ସ୍ନାତ୍ତକୋତ୍ତର ଶିକ୍ଷାଦାନର ବ୍ୟବସ୍ଥା ରହିବ । ଜାମ୍ମୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ।

jitଜାମ୍ମୁ ବ୍ୟତୀତ, ଅନ୍ୟ ଯେଉଁ ସହରରେ ମହାକାଶ ପ୍ରଯୁକ୍ତି ଗବେଷଣ କେନ୍ଦ୍ର ସ୍ଥାପନ ସକାଶେ ସ୍ଥିର କରାଯାଇଛି ତାହା ହେଲା ତ୍ରିପୁରାର ଉତ୍ତର-ପୂର୍ବାଞ୍ଚଳ ଯାହା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନଆଇଟି) ତ୍ରିପୁରା ଅଧୀନରେ କାର୍ଯ୍ୟ କରିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମାଧ୍ୟମରେ “ସରାଭାଇ ଶତବାର୍ଷିକୀ” କାର୍ଯ୍ୟକ୍ରମ ଯାହାକି ବର୍ଷ ବ୍ୟାପୀ ପାଳନ କରାଯିବାକୁ ସ୍ଥିର ହୋଇଛି ତାହା ଆଜିଠାରୁ ଶୁଭାରମ୍ଭ ହୋଇଛି । ଏହା ଇସ୍ରୋର ପ୍ରଥମ ଅଧ୍ୟକ୍ଷ ଡ଼କ୍ଟର ବିକ୍ରମ ସରାଭାଇଙ୍କ ୯୯ ତମ ଜୟନ୍ତୀ ଅବସରରେ ଆରମ୍ଭ ହୋଇଛି । ଡ଼କ୍ଟର ସରାଭାଇ ଭାରତୀୟ ମହାକାଶ ଗବେଷଣା କାର୍ଯ୍ୟକ୍ରମର ଜନକ ଭାବେ ସର୍ବତ୍ର ସୁପରିଚିତ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡକ୍ଟର ସିଂହ ଏଭଳି ଦୁଇଟି ଗବେଷଣା କେନ୍ଦ୍ର ସ୍ଥାପନ କରାଯିବା ସଂପର୍କରେ ସୂଚନା ଦେଇଥିଲେ।

ପଢନ୍ତୁ;କେରଳର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More