Loading...

୩ ମେୟର ପଦ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା

୩ ମେୟର ପଦ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା

ଭୁବନେଶ୍ବର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ସଂରକ୍ଷଣ ଚୂଡ଼ାନ୍ତ । ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ଭୁବନେଶ୍ବର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ସଂରକ୍ଷଣ ଚୂଡ଼ାନ୍ତ । ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ । କଟକ ମେୟର ପଦବୀ ଅଣସଂରକ୍ଷିତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବ୍ରହ୍ମପୁର, କଟକ, ଭୁବନେଶ୍ବର ପାଇଁ ଚୂଡ଼ାନ୍ତ ୱାର୍ଡ ସୀମା ନିର୍ଦ୍ଧାରଣ କରାଯାଇଛି । ସୀମା ନିର୍ଦ୍ଧାରଣ ସହ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ବ୍ରହ୍ମପୁରର ମୋଟ୍ ୪୨ଟି ୱାର୍ଡରୁ ୨୩ଟି ୱାର୍ଡ ସଂରକ୍ଷିତ, କଟକରେ ମୋଟ୍ ୫୯ଟି ୱାର୍ଡରୁ ୩୩ଟି ୱାର୍ଡ ସଂରକ୍ଷିତ, ଭୁବନେଶ୍ବରର ୬୭ଟି ୱାର୍ଡରୁ ୩୮ଟି ସଂରକ୍ଷିତ ନେଇ ତାଲିକା ପ୍ରକାଶ ପାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.