• Home
  • News
  • ଲେଖା ହେଇଥିବା କିମ୍ବା ରଙ୍ଗ ଲାଗିଥିବା ନୋଟ୍‌କୁ ବ୍ୟାଙ୍କ ମନା କରିପାରିବ ନାହିଁ
News

ଲେଖା ହେଇଥିବା କିମ୍ବା ରଙ୍ଗ ଲାଗିଥିବା ନୋଟ୍‌କୁ ବ୍ୟାଙ୍କ ମନା କରିପାରିବ ନାହିଁ

ନୋଟ ଉପରେ କିଛି ଲେଖା ହୋଇଥିଲେ କିମ୍ବା ରଙ୍ଗ ଲାଗି ଯାଇଥିଲେ ସେହି ନୋଟ୍‌ ଅଚଳ ବୋଲି ପୂର୍ବରୁ ସୂଚିତ ଥିଲା । କିନ୍ତୁ ଏବେ ନୋଟ୍‌ରେ ଯଦି କିଛି ଲେଖାହୋଇଥାଏ ତାହେଲେ ସେହି ନୋଟ୍‌କୁ ନେବା ଲାଗି କୌଣସି ବ୍ୟାଙ୍କ ମନା କରିପାରିବେ ନାହିଁ।

ଭାରତୀୟ ରିଜର୍ଭ ବ୍ୟାଙ୍କର ସୂଚନା ଅନୁଯାଇ ନୋଟ୍‌ରେ ଯଦି କିଛି ଲେଖାହୋଇଥାଏ ତେବେ ଏହି ନୋଟ୍‌କୁ ବ୍ୟାଙ୍କ ବଦଳାଇ ଦେବ ନାହିଁ। ଯେଉଁମାନେ ଏହି ନୋଟ୍‌ ନେଇଥିବେ ସେମାନଙ୍କ ବ୍ୟକ୍ତିଗତ ଖାତାରେ ସେହି ନୋଟ୍‌କୁ ଜମା କରିପାରିବେ।

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଚାଲିଛି। ଏହି ଅବସରରେ ଲୋକଙ୍କୁ ନୋଟ୍‌ ସମ୍ପର୍କରେ ସଚେତନ କରାଯିବା ସହ ଡିଜିଟାଲ କାରବାରରେ ଯୋଡ଼ି ହେବା ଲାଗି ମଧ୍ୟ କୁହାଯାଉଛି। ପ୍ରଗତି ମଇଦାନ୍‌ର ହଲ-୧୮ରେ ରିଜର୍ଭ ବ୍ୟାଙ୍କର ଏହି ଷ୍ଟଲ ସ୍ଥାପନ ହୋଇଛି। ଅସଲି ଓ ନକଲି ନୋଟ୍‌କୁ କିଭଳି ଚିହ୍ନଟ କରିବ ସେ ନେଇ ଷ୍ଟଲରେ ସୂଚନା ପ୍ରଦାନ କରାଯାଉଛି। ନୂଆକରି ଆସିଥିବା ୫୦୦, ୨୦୦୦ ଏବଂ ୨୦୦ ଟଙ୍କିଆ ନୋଟ୍‌ରେ ୧୭ଟି ବୈଶିଷ୍ଟ୍ୟ ଥିବାବେଳେ ନୂଆ ୫୦ ଟଙ୍କିଆ ନୋଟ୍‌ରେ ୧୪ଟି ବୈଶିଷ୍ଟ୍ୟ ରହିଛି।

ପଢନ୍ତୁ, ଆଗାମୀ ସିନେମାରେ ଏକ ଦମ୍‌ଦାର୍‌ ଭୂମିକାରେ ନଜର ଆସିବେ ଅଭିନେତା ମନୋଜ ମିଶ୍ର

Related posts

ନିଜର ବାହାଦୁରୀ ପାଇଁ ସର୍ବୋଚ୍ଚ ସାମରିକ ପଶୁ ସମ୍ମାନରେ ସମ୍ମାନିତ ହେଲା ଏହି ପଶୁ

Krishna Kumar Manoj

ବମିଖାଲ ଓଭରବ୍ରିଜ୍‌ ଭୁଶୁଡିବା ଘଟଣା : ବମିଖାଲ ଫ୍ଲାଏ ଓଭର କାର୍ଯ୍ୟରୁ ହଟିଲା ପଣ୍ଡା ଇନ୍‌ଫ୍ରା

Krishna Kumar Manoj

ଜାତିଆଣ ଭେଦାଭାବ ଦୂର ପାଇଁ ସରକାର ଙ୍କ ନୂଆ ନିସ୍ପତି, ଅନ୍ୟଜାତିରେ ବାହା ହେଲେ ମିଳିବ ଲକ୍ଷେ ଟଙ୍କା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More